ବ୍ରଜପ୍ରାପ୍ତି ମହୋତ୍ସବରେ ଏକାଧିକ ସାଧୁସନ୍ଥଙ୍କ ମିଳନ, ନାମ ସଙ୍କୀର୍ତ୍ତନରେ କମ୍ପିଲା ପରିବେଶ
![](https://knewsodisha.com/wp-content/uploads/2024/12/mahotsava.jpg)
ଟାଙ୍ଗି : ଗୋଟିଏ ସ୍ଥାନରେ ଏକାଧିକ ସାଧୁସନ୍ଥଙ୍କର ମିଳନ ହୋଇଛି । କିଏ କାହାକୁ ଆଲିଙ୍ଗନ କରୁଛନ୍ତି ତ ପୁଣି କିଏ ସାଧୁସନ୍ଥଙ୍କୁ ପାଛୋଟି ନେଉଛନ୍ତି । ଏ ଦୃଶ୍ୟ ହେଉଛି ଜମାଦେଇପୁର ଗାଁ ରେ ଅନୁଷ୍ଠିତ ମହୋତ୍ସବର । ଆପଣ ଭାବୁଥିବେ ମହୋତ୍ସବରେ ଏତେ ସଂଖ୍ୟକ ସାଧୁସନ୍ଥ କଣ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଆସିଛନ୍ତି । ଏହା ଭାବୁଥିଲେ ଆପଣ ସମ୍ପୂର୍ଣ୍ଣ ଭୁଲ୍ ଭାବୁଛନ୍ତି । ଏହା ସାଂସ୍କୃତିକ ମହୋତ୍ସବର ନୁହେଁ ବରଂ ଏହା ହେଉଛି ସଂସ୍କୃତି ସୁରକ୍ଷା ବ୍ରଜପ୍ରାପ୍ତି ମହୋଉତ୍ସବ ।
ଜେମାଦେଇପୁର ସ୍ଥିତ ନିକୁଞ୍ଜ ବିହାରୀ ମଠାଧୀଶ ମହନ୍ତ ଶ୍ରୀ ଶ୍ରୀ ୧୦୦୮ଶ୍ରୀ ଅଦ୍ଵୈତ ଚରଣ ଦାସଙ୍କ ନିର୍ବାଣ ପ୍ରାପ୍ତି ହୋଇଥିବା ବେଳେ ବ୍ରଜପ୍ରାପ୍ତି ଉଦ୍ଦେଶ୍ୟରେ ସ୍ମୃତି ଚାରଣ ଓ ନାମ ସଙ୍କୀର୍ତ୍ତନ ମହୋତ୍ସବ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ଓଡିଶାର ସୁନାମ ଧନ୍ୟ ପ୍ରବକ୍ତା ଡା.ଆଶୁତୋଷ ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ସମେତ ଅନେକ ଅତିଥି ଯୋଗଦେଇଥିଲେ । ଏହାସହ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଓ ରାଜ୍ୟ ବାହାରୁ ଶତାଧିକ ମଠାଧୀସ ସାଧୁସନ୍ଥ ମାନେ ଯୋଗଦେଇ ସ୍ଥାନୀୟ ମଠାଧୀଶ ମହନ୍ତ ଶ୍ରୀ ଅଦ୍ଵୈତ ଚରଣ ଦାସଙ୍କ ଉଦ୍ଦେଶ୍ୟରେ ତାଙ୍କର ଗାଥା ଗାରିମା ସହିତ ଜୀବନର ଅନ୍ତିମ ସମୟ ଯାଏ ସନାତନ ଧର୍ମ ପ୍ରଚାର ପାଇଁ ନିଜକୁ ଉତ୍ସର୍ଗୀକୃତ କରିବା ଉପରେ ଉପସ୍ଥିତ ବକ୍ତା ଆଲୋକପାତ କାରିଥିଲେ ।
ମଠାଧୀସ ମହନ୍ତ ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ଅଦ୍ଵୈତ ଚରଣ ଦାସଙ୍କ ଜନ୍ମ ପର୍ବ ଓଡ଼ିଶାରେ ହୋଇଥିଲେ ସୁଦ୍ଧା ପଶ୍ଚିମ ଓଡ଼ିଶାରେ ସେ ନିଜର ବେଶ ପ୍ରସିଦ୍ଧି ଅର୍ଜନ କରିଥିଲେ । ପୂର୍ବ ଓଡ଼ିଶା ସହିତ ପଶ୍ଚିମ ଓଡ଼ିଶାକୁ ଏକ ସୂତ୍ରରେ ବାନ୍ଧି ସମାଜର ମଙ୍ଗଳ କାମନା ପାଇଁ ସଦାସର୍ବଦା ଆଗେଇ ଚାଲିଥିଲେ । ତାଙ୍କ ବ୍ରଜପ୍ରାପ୍ତି ଉଦ୍ଦେଶ୍ୟରେ ସ୍ମୃତି ଚାରଣ ଓ ନାମ ସଙ୍କୀର୍ତ୍ତନ ମହୋତ୍ସବ ଜେମାଦେଇପୁର ସ୍ଥିତ ନିକୁଞ୍ଜ ମଠ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସକାଳ ପ୍ରହରରୁ ଜଳଯାତ୍ରା ସୁଭାଧିବାସ ସହିତ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ସାଧୁସନ୍ଥ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ଵାଗତ କରାଯାଇଥିଲା । ପରେ ପରେ ପ୍ରତ୍ୟେକ ସାଧୁଙ୍କୁ ଦାନ ସ୍ୱରୂପ କମ୍ବଳ, ପଞ୍ଚୁପାତ୍ରୀ, ବାସନକୁସନ ସହିତ ଦକ୍ଷିଣା ଓ ଭୂରି ଭୋଜନ ଦେଇ ଆପ୍ୟାୟିତ କରାଯାଇଥିଲା । ଅନୁଷ୍ଠାନ ତରଫରୁ ଏକ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲେ । କାର୍ଯ୍ୟକ୍ରମରେ ଚାନ୍ଦପୁର ଭାଗବତ ପ୍ରଚରିଣି ସମିତିର ସଭ୍ୟଙ୍କ ସହିତ ଜେମାଦେଇପୁର ଗ୍ରାମବାସୀ ବୃନ୍ଦ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।