ପୂଜା ସମୟରେ ଠାକୁରଙ୍କୁ ଏପରି ଲଗାନ୍ତୁ ଭୋଗ, ଟିକେ ଭୁଲ ରେ ମିଳିଥାଏ ଅଶୁଭ ଫଳ

ଆମେ ସବୁ ଭଗବାନଙ୍କୁ ପୂଜା କରିଥାଉ । ହେଲେ ଆମର ମନସ୍କାମନା ପୂର୍ଣ୍ଣ ହୋଇ ନଥାଏ । କାରଣ ପୂଜାରେ ଜଣା-ଅଜଣାରେ ଆମର କିଛି ଭୁଲ ହୋଇଯାଇଥାଉ । ଯେଉଁଥିପାଇଁ ଆମେ ଠିକ ଫଳ ପାଇ ନଥାଉ ।ଧର୍ମ ଶାସ୍ତ୍ର ଅନୁସାରେ ଯଦି ଆପଣ ଦେବଦେବୀଙ୍କୁ ତାଙ୍କ ପ୍ରିୟ ଭୋଗ ଚଢ଼ାନ୍ତି ତେବେ ପ୍ରଭୁ ଖୁସି ହୋଇ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ସବୁ ଦୁଃଖ ଦୁର୍ଦ୍ଦଶା ମଧ୍ୟ ଦୂର ହୋଇଯାଏ।

ହିନ୍ଦୁ ଧର୍ମରେ ସବୁ ଘରେ ପୂଜା ପାଠ ହୋଇଥାଏ । ପୂଜା କରିବା ଭଗବାନ ପ୍ରତି ନିଷ୍ଠା ଓ ଶ୍ରଦ୍ଧା ଦର୍ଶାଇଥାଏ । ବ୍ୟକ୍ତି ଯେତେବେଳେ ଭଗବାନଙ୍କ ପୂଜା କରିଥାନ୍ତି, ସେ ସାଂସାରିକ ମୋହ ମାୟାରୁ ଦୂରରେ ରୁହନ୍ତି । ଆଧ୍ୟତ୍ମିକ ସଂସାରରେ ପହଞ୍ଚିଯାଇଥାନ୍ତି । ହେଲେ ପୂଜାର ଫଳ ସେତେବେଳେ ପ୍ରାପ୍ତ କରିଥାନ୍ତି,ଯେତେବେଳେ ଏହାକୁ ଠିକ ଭାବେ କରାଯାଇଥାଏ ।

ଆମେ ସବୁ ଭଗବାନଙ୍କୁ ପୂଜା କରିଥାଉ । ହେଲେ ଆମର ମନସ୍କାମନା ପୂର୍ଣ୍ଣ ହୋଇ ନଥାଏ । କାରଣ ପୂଜାରେ ଜଣା-ଅଜଣାରେ ଆମର କିଛି ଭୁଲ ହୋଇଯାଇଥାଉ । ଯେଉଁଥିପାଇଁ ଆମେ ଠିକ ଫଳ ପାଇ ନଥାଉ । ପୂଜାରେ ଭୁଲ ନିୟମ ଯୋଗୁ ଏହା ଆମ ପାଇଁ ଦୁର୍ଭାଗ୍ୟ ହୋଇଯାଇଥାଏ । ଆସନ୍ତୁ ଜାଣିବା ପୂଜା ପାଠର ଠିକ ବିଧି ଓ ନିୟମ ।

ହିନ୍ଦୁ ଧର୍ମରେ ପ୍ରାଚୀନ କାଳରୁ ମନ୍ଦିରରେ କିମ୍ବା ଘରେ ଦେବା ଦେବୀଙ୍କ ମୂର୍ତ୍ତି ସମ୍ମୁଖରେ ପ୍ରସାଦ ଅର୍ପଣ କରିବାର ପରମ୍ପରା ରହିଆସିଛି। କେଉଁ ଦେବତାଙ୍କୁ କେଉଁ ନୈବେଦ୍ୟ ଅର୍ପଣ କରାଯିବା କଥା ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିକାଲି ଲୋକମାନେ କୌଣସି ଜିନିଷ ଆଣି ଭଗବାନଙ୍କ ନିକଟରେ ପ୍ରସାଦ ଭାବରେ ଲଗାଇ ଥାନ୍ତି ଯେତେବେଳେ କି ଏହା ଅନୁପଯୁକ୍ତ। କୁହାଯାଏ କି ଦେବୀ ଦେବତାଙ୍କୁ ଭାବର ଭୋକ ଲାଗିଥାଏ କୌଣସି ପ୍ରାସାଦର ନୁହେଁ । ଏପରି ପରିସ୍ଥିତିରେ କେଉଁ ଦେବତା କେଉଁ ନୈବେଦ୍ୟ ଅର୍ପଣ କରାଯାଏ, ତାହା ଜାଣିବା ଆବଶ୍ୟକ, ଯାହା ଦ୍ୱାରା ସେମାନେ ସନ୍ତୁଷ୍ଟ ହୋଇପାରିବେ ।

ଧର୍ମ ଶାସ୍ତ୍ର ଅନୁସାରେ ଯଦି ଆପଣ ଦେବଦେବୀଙ୍କୁ ତାଙ୍କ ପ୍ରିୟ ଭୋଗ ଚଢ଼ାନ୍ତି ତେବେ ପ୍ରଭୁ ଖୁସି ହୋଇ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିଥାନ୍ତି। ସବୁ ଦୁଃଖ ଦୁର୍ଦ୍ଦଶା ମଧ୍ୟ ଦୂର ହୋଇଯାଏ। ତେବେ ପୂଜା ଘରେ ଭୋଗ ଲଗାଇବା ସମୟରେ କିଛି କଥା ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। କାରଣ ଭୁଲ ଭାବେ ଭୋଗ ଲଗାଇବା ଦ୍ୱାରା ଭଗବାନ ଅସନ୍ତୁଷ୍ଟ ହେବାର ସମ୍ଭାବନା ରହିଛି।

-ଭଗବାନଙ୍କ ଭୋଗ ସବୁବେଳେ ଶୁଦ୍ଧ ଘୀଅରେ ବନାନ୍ତୁ। ପ୍ରସାଦରେ ତେଲ, ମସଲା ଏବଂ ଲଙ୍କାର ବ୍ୟବହାର କରନ୍ତୁ ନାହିଁ। ଏହି ଭୋଜନ ରାଜସିକ ହୋଇଥାଏ। ଭଗବାନଙ୍କୁ କେବଳ ସାତ୍ତ୍ୱିକ ପ୍ରସାଦରେ ଭୋଗ ଲଗାନ୍ତୁ।

-ଭୋଗ ଲଗାଇବା ପରେ ତୁରନ୍ତ ସେଠାରୁ ଭୋଗକୁ ବାହାର କରନ୍ତୁ ନାହିଁ। ଭୋଗ ଲଗାଇବା ପରେ ଆପଣ ସେଠାରୁ ଚାଲିଆସି କିଛି ସମୟ ପରେ ଭୋଗ ହଟାନ୍ତୁୁ। ଆଣିକି ସେବନ କରନ୍ତୁ।

-ଏହି ପ୍ରସାଦକୁ ନିଜେ ସେବନ କରିବା ଉଚିତ। ତେବେ ଏହାର କିଛି ଅଂଶ ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଦେବଦେବୀ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି।

-ତେବେ ପ୍ରତ୍ୟେକ ଦେବଦେବୀଙ୍କ ଭୋଗ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ସେହି ହିସାବରେ ଭୋଗ ଚଢ଼ାଇବା ଉଚିତ। ଏହାର ଧ୍ୟାନ ରଖନ୍ତୁ। ଯେମିତିକି ଭୁଲରେ ବି ଭଗବାନ ଶଙ୍କର ଓ ଭଗବାନ ଗଣେଶଙ୍କୁ ତୁଳସୀ ଅର୍ପଣ କରନ୍ତୁ ନାହିଁ।

-ଏହାବ୍ୟତିତ ଆପଣ ଭୋଳାଶଙ୍କରଙ୍କୁ ହଳଦୀ ଚଢ଼ାନ୍ତୁ ନାହିଁ। କେବଳ ଚନ୍ଦନ ଓ ତିଳକ ଲଗାନ୍ତୁ।