ଓଡ଼ିଶାର ଏକ ମାତ୍ର ସରସ୍ଵତୀ ମନ୍ଦିର, ଶ୍ରୀପଞ୍ଚମୀରେ ଜମେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

ଉଦଳା: ଓଡ଼ିଶାର ଏକ ମାତ୍ର ଏ ହେଉଛି ସରସ୍ଵତୀ ମନ୍ଦିର । ମୟୂରଭଞ୍ଜ ଜିଲ୍ଲା ଉଦଳା ବଜାର ମଧ୍ୟ ସ୍ଥଳୀରେ ଏହି ସରସ୍ଵତୀ ମନ୍ଦିର ଅବସ୍ଥିତ । ସବୁଦିନ ଏ ଅଞ୍ଚଳରେ ମନ୍ଦିରର ମନ୍ତ୍ର ପୂଜାପାଠ, ଘଣ୍ଟ ଧ୍ଵନୀ ସମସ୍ତଙ୍କୁ କରିଥାଏ ବିମୋହିତ । ମାଆଙ୍କ କରୁଣା ଅପାର । ଯିଏ ଯାହା ମାଗିଛି ସେ ତା ପାଇଛି । କେବଳ ଏ ଅଞ୍ଚଳ ନୁହେଁ ମୟୂରଭଞ୍ଜ ଓ ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଏହି ମନ୍ଦିରରେ ମାଆଙ୍କ ଦର୍ଶନ ପାଇଁ ଭିଡ ଲାଗି ରହେ ।

ବହୁ ପୁରାତନ ଏ ମନ୍ଦିର । ରାଜ ରାଜୁଡା ଅମଳରୁ ଏହି ଠାରେ ମାଆ ପୂଜା ପାଆନ୍ତି । ପ୍ରଥମେ ଏକ ଅସ୍ଥାୟୀ ଚାଳ ଘରେ ମାଆ ପୂଜା ପାଉଥିଲେ । ପର୍ଯ୍ୟାୟ କ୍ରମେ ଏକ ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ସେଠାରେ ମାଆ ପୂଜା ପାଇ ଆସୁଛନ୍ତି । ଦିନ ହେଉ କି ରାତି ହେଉ ଏ ଏଠାରେ ଭିକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ । ଶ୍ରଦ୍ଧାଳୁ ମାନେ ଯିଏ ଯେଉଁ ମାନସିକ ନେଇ ଆସିଥାଏ ତାହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ପ୍ରତେକ ଦିନ ଏହି ବାଣୀପୀଠରେ ମାଆ ପୂଜା ପାଉଥିବା ବେଳେ ଶ୍ରୀପଞ୍ଚମୀ ଦିନ ମନ୍ଦିରରେ ଯଥାରୀତି ଅନୁଯାୟୀ ବଡ଼ ଧରଣର ପୂଜା ଅନୁଷ୍ଠିତ ହୋଇଥାଏ । ଶ୍ରୀପଞ୍ଚମୀ ଦିନ ସକାଳେ ମଙ୍ଗଳ ଆଳତି, ଘଟ ପୂଜା ସହ ସାନ୍ଧ୍ୟ ରେ ସାନ୍ଧ୍ୟ ଆଳତି ଅନୁଷ୍ଠିତ ହୋଇଥାଏ ।

ବିଶେଷ କରି ଏହି ଶ୍ରୀପଞ୍ଚମୀ ଦିନ ଛୋଟ ଛୋଟ ପିଲା ମାନଙ୍କର ଖଡ଼ି ଛୁଆଁ କରି ବିଦ୍ୟା ଆରମ୍ଭ କରାଯାଇ ଥାଏ । ଏପରି କି ସରସ୍ଵତୀଙ୍କ ନାମରେ ପୂଜା ଠାରୁ ୧୫ ଦିନ ଧରି ଏକ ସରସ୍ଵତୀ ମେଳା ଅନୁଷ୍ଠିତ ହୋଇଥାଏ । କେବଳ ଏ ଅଞ୍ଚଳ ନୁହେଁ ମୟୂରଭଞ୍ଜ ତଥା ଜିଲ୍ଲା ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ପୂଜା ତଥା ମେଳାକୁ ଉପଭୋଗ କରିଥାନ୍ତି ।

 

 

You might also like