ରାଖୀ ପୂର୍ଣ୍ଣିମା ହେଉଛି ଭାଇ-ଭଉଣୀ ସ୍ନେହର ବନ୍ଧନ । ଅତି ସ୍ନେହରେ ଭଉଣୀମାନେ ନିଜ ଭାଇ ହାତରେ ରାଖୀ ବାନ୍ଧନ୍ତି । ସାରା ଜୀବନ ଭଉଣୀର ରକ୍ଷା କରିବା ପାଇଁ ଭାଇମାନେ ପ୍ରତିଜ୍ଞା କରନ୍ତି । ଶ୍ରାବଣ ମାସର ପୂର୍ଣ୍ଣିମା ଦିନକୁ ରାଖୀ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଚଳିତ ବର୍ଷ ୧୯ ଅଗଷ୍ଟ ୨୦୨୪ ସୋମବାର ଦିନ ରାଖୀ ପୂର୍ଣ୍ଣିମା ପାଳନ କରାଯିବ । ଭାଇ ଏବଂ ଭଉଣୀଙ୍କ ପାଇଁ ଏହି ଦିନ ଖାସ୍ ରହିଛି । କିନ୍ତୁ ରାଖୀ ପୂର୍ଣ୍ଣିମା ଦିନ ଯଦି ଆପଣ କିଛି ଖାସ ଉପାୟ କରନ୍ତି, ତେବେ ମା’ ଲକ୍ଷ୍ମୀ ଖୁସି ହୁଅନ୍ତି ଏବଂ ଆପଣଙ୍କ ଘରେ ଧନସମ୍ପତ୍ତି ବର୍ଷିବ । ତେବେ ରାଖୀ ପୂର୍ଣ୍ଣିମାରେ ମା’ ଲକ୍ଷ୍ମୀଙ୍କୁ ଖୁସି କରିବାର ଉପାୟ ଜାଣି ରଖନ୍ତୁ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଯଦି ରାଖୀ ପୂର୍ଣ୍ଣିମା ଦିନ କିଛି ଖାସ୍ ଉପାୟକୁ ଆପଣାଉଛନ୍ତି ତେବେ ଏହା ଅତ୍ୟନ୍ତ ଲାଭଦାୟକ ହେବ ।
. ରାଖୀ ପୂର୍ଣ୍ଣିମା ଦିନ ରାକ୍ଷୀ ବାନ୍ଧିବା ପୂର୍ବରୁ ନିଶ୍ଚିତ ଭାବରେ ମା’ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ ପୂଜା କରନ୍ତୁ । ଗଣେଶଙ୍କୁ ଏକ ହଳଦିଆ ରଙ୍ଗର ରକ୍ଷାସୂତ୍ର ବାନ୍ଧନ୍ତୁ । ଏହା ପରେ ଶୁଭ ସମୟରେ ହିଁ ଭାଇ ହାତରେ ରାଖୀ ବାନ୍ଧନ୍ତୁ ।
. ଗରିବ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଦାନ ଓ ଧର୍ମ କଲେ ମଧ୍ୟ ମା’ ଲକ୍ଷ୍ମୀ ଖୁସି ହୁଅନ୍ତି । ଯେଉଁମାନେ ଏଭଳି କର୍ମ କରନ୍ତି ସେମାନଙ୍କ ଉପରେ ମା’ଙ୍କ କୃପା ରୁହେ । ତେଣୁ ରାଖୀ ପୂର୍ଣ୍ଣିମା ଦିନ ଭାଇ ଓ ଭଉଣୀମାନେ ଏକାଠି ହୋଇ ଗରିବ ଲୋକଙ୍କୁ ସାମର୍ଥ୍ୟ ଅନୁଯାୟୀ ଦାନ କରିବା ଉଚିତ୍ । ଏଭଳି କରିବା ଦ୍ୱାରା ଭାଇ-ଭଉଣୀ ସମ୍ପର୍କ ଭଲ ରହିଥାଏ । ଭଉଣୀମାନେ ମନେ ରଖିବା ଉଚିତ୍ ଯେ ଭାଇ ହାତରେ ରାଖୀ ବାନ୍ଧିବାବେଳେ ୩ଟି ଗଣ୍ଠି ବାନ୍ଧିବା ଉଚିତ୍ । ଏହା ସମ୍ପର୍କରେ ଦୃଢ଼ତା ଆଣେ ।