ଗ୍ରହ ଶାନ୍ତ କରିବା ପାଇଁ ଶନିଙ୍କୁ ଜଳାଭିଷେକ କଲେ ଭକ୍ତ, ମାନସିକ ପୂରଣ ହୁଏ ବୋଲି ରହିଛି ବିଶ୍ୱାସ

କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଜନାର୍ଦ୍ଦନ ପୁରର ପୁରାତନ ଶନି ପୀଠରେ ଭକ୍ତଙ୍କ ସୁଅ ଛୁଟିଥିଲା । ଓଡିଶାର ପ୍ରସିଦ୍ଧ ଶନିଶ୍ଚରଙ୍କ ପୀଠ ଜନାର୍ଦନପୁରଠାରେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଶନିଶ୍ଚର ମହାଯଜ୍ଞ ଓ ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଭକ୍ତ ଓ ଆୟୋଯକମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି ।

ସାଲେପୁର(କେନ୍ୟୁଜ୍‌): ଗ୍ରହ ମାନଙ୍କ ଭିତରେ ରାଜା ହେଉଛନ୍ତି ଶନି ଦେବ । ସେଥିପାଇଁ ଆଜିର ଦିନରେ ପ୍ରଭୁ ଶନିଙ୍କ ଉପରେ ଜଳାଭିଷେକ କରାଯାଉଛି । ବିଶ୍ୱାସ ରହିଛି ଶନିଙ୍କୁ ଜଳାଭିଷେକ କରାଗଲେ ଗ୍ରହ ଶାନ୍ତ ହେବା ସହ ବହୁ ବାଧା ବିଘ୍ନରୁ ଲୋକଙ୍କୁ ମୁକ୍ତି ମିଳିଥାଏ । ତେଣୁ ଆଜି ସକାଳୁ ସକାଳୁ ସମସ୍ତ ଭକ୍ତ ଶନି ଦେବଙ୍କ ପୀଠରେ ପହଞ୍ଚିଥିଲେ । ଭକ୍ତମାନେ ଶନି ମନ୍ଦିରରେ ପହଞ୍ଚି ଜଳାଭିଷେକ କରିଥିଲେ ।

କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଜନାର୍ଦ୍ଦନ ପୁରର ପୁରାତନ ଶନି ପୀଠରେ ଭକ୍ତଙ୍କ ସୁଅ ଛୁଟିଥିଲା । ଓଡିଶାର ପ୍ରସିଦ୍ଧ ଶନିଶ୍ଚରଙ୍କ ପୀଠ ଜନାର୍ଦନପୁରଠାରେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଶନିଶ୍ଚର ମହାଯଜ୍ଞ ଓ ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଭକ୍ତ ଓ ଆୟୋଯକମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି । ପ୍ରତିବର୍ଷ ଭଳି ଆଜି ବି ଶନିଶ୍ଚରଙ୍କ ପୀଠକୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ଭକ୍ତ ମାନେ ନିଜର ମନୋବାଞ୍ଛା ପୂରଣ କରିବା ନିମନ୍ତେ ଚିତ୍ରୋତ୍ପଳା ନଦୀରୁ କଳସରେ ଜଳଆଣି ଶନିଦେବଙ୍କ ମସ୍ତକରେ ଢାଳି ଜଳାଭିଷେକ କରିଥାନ୍ତି । ଏହି ଅବସରରେ ଏଠାରେ ବଡ ଧରଣ ର ଯାତ୍ରା ଓ ମେଳା ଅନୁଷ୍ଠିତ ହୋଇଥାଏ । ବହୁ ସଂଖ୍ୟାରେ ଦୋକାନ ବଜାର ଖୋଲାଯାଇ କିଣାବିକା ହୋଇଥାଏ । ପୀଠରେ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କ ଦ୍ୱାରା ଭଜନ ସଙ୍କୀର୍ତ୍ତନ ଅନୁଷ୍ଠିତ ହେବା ସହ ସମଗ୍ର ଦିନରେ ଶନିଶ୍ଚର ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଏଠାକାର ଚଳନ୍ତି ପ୍ରତିମା ରାଧା ମାଧବ ସୁସଜ୍ଜିତ ବିମାନରେ ପଟୁଆର କୀର୍ତ୍ତନ ସହ ପୀଠ ପରିକ୍ରମା କରିଥିଲେ । ତେବେ ଏହି ମହାଯଜ୍ଞରେ ବିଭିନ୍ନ ଅପେରା ଦଳ ପକ୍ଷରୁ ଯାତ୍ରା ପରିବେଷଣ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।

ବିଭିନ୍ନ ପୀଠ ମାନଙ୍କରେ ଜଳାଭିଷେକ ଅନୁଷ୍ଠିତ ହେଉଥିଲେ ହେଁ ଜନାର୍ଦନପୁର ଶନିଶ୍ଚର ପୀଠର ମହିମା ଅପାର ରହିଛି ବୋଲି ଲୋକେ କୁହନ୍ତି । ଏଠାରେ ଜଳାଭିଷେକ କଲେ ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି ।

 

You might also like