ମହାପୁରୁଷ ଅଚୁତାନନ୍ଦଙ୍କ ପୀଠରେ ପାଳିତ ହେଉଛି ପୁଷ୍ୟାଭିସେକ ଉତ୍ସବ

ସାଲେପୁର: ଆଜି ହେଉଛି ପୌଷ ପୂର୍ଣ୍ଣିମା । ଏହି ଅବସରରେ କଟକ ଜିଲ୍ଲାର ପ୍ରସିଦ୍ଧ ନେମାଲୋ ପଦ୍ମବନ ପୀଠ ଯେଉଁଠି ମହାପୁରୁଷ ଅଚୁତାନନ୍ଦଙ୍କ ପୀଠରେ ପାଳନ ହେଉଛି ପୁଷ୍ୟାଭିସେକ ଉତ୍ସବ । ଚଳଚଞ୍ଚଳ ହୋଇ ଉଠିଛି ଏହି ପୀଠ । ସକାଳୁ  ସକାଳୁ ଠାକୁରଙ୍କ ଵିଭିନ୍ନ ନୀତିକାନ୍ତି କରାଯାଉଥିବା ବେଳେ ବହୁ ଦୂର ଦୂରାନ୍ତରୁ ଭକ୍ତ ମାନଙ୍କ ଗହଳି ଲାଗିଛି  । ପଞ୍ଚସଖା ଯୁଗର ଅନ୍ୟତମ ସ୍ରଷ୍ଟା ହେଉଛନ୍ତି  ମହାପୁରୁଷ ଅଚୁତାନନ୍ଦ। ଵିଭିନ୍ନ ନିତିକାନ୍ତି ମଧ୍ୟରେ ରାଜାଧି ରାଜ ବେଶ ରେ ପ୍ରଭୁ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଦେଖନ୍ତୁ କିଭଳି ପୁରା ପୀଠ କୁ ଵିଭିନ୍ନ ଫୁଲ ରେ ସଜା ଯିବା ସହ ଉତ୍ସବ ମୁଖରିତ ହୋଇଛି ପୂରା ପରିବେଶ ।

ଶହ  ଶହ ଶ୍ରଦ୍ଧାଳୁ ମାନେ ମହାପୁରୁଷଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରୁଛନ୍ତି । ବିଶେଷ କରି ପ୍ରଭୁଙ୍କର ପଗଡି ଏକ ପାଲିଙ୍କି ରେ ରଖା ଯାଇ ଶୋଭାଯାତ୍ରାରେ ପରିକ୍ରମା କରାଯିବା ଦୃଶ୍ୟ ଦେଖିବାକୁ ଭକ୍ତ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥାଏ । ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତ ଶାନ୍ତି ଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁ ଥିବା କହିଛନ୍ତି । ମହାପୁରୁଷଙ୍କ ସାଧନା ପୀଠ ଆଜି ଲୋକାରଣ୍ୟ ହୋଇ ପଡ଼ିଛି ।

 

 

 

You might also like