ପିପିଲି: ଶ୍ରୀକ୍ଷେତ୍ର ପୁରୀରେ ପ୍ରସିଦ୍ଧ ଘୋଷଯାତ୍ରା ପରେ ସାକ୍ଷୀଗୋପାଳରେ ଅନୁଷ୍ଠିତ ହୋଇଥାଏ ଅଁଳା ନବମୀ । ଏହି ଅଁଳା ନବମୀରେ ରାଧାରାଣୀଙ୍କ ପାଦ ଦର୍ଶନ କରାଯାଇଥାଏ । ଓଡ଼ିଶା ଏବଂ ଓଡ଼ିଶା ବାହାରରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ରବିବାର ପାହାନ୍ତିରୁ ସମସ୍ତ ନୀତିକାନ୍ତି ଏବଂ ପାଳିଆ ସେବକଙ୍କୁ ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ପାଇବାର ସୁଯୋଗ ମିଳିବ ।
ଓଡ଼ିଆଣୀ ବେଶ ହେବେ ମା’ ରାଧାରାଣୀ । ରାତି ୧ଟାରୁ ମନ୍ଦିର ଖୋଲାଯାଇ ମଙ୍ଗଳ ଆଳତୀ ମର୍ଦନ ଅବକାଶ ଆଦି କରାଯାଇ ସାକ୍ଷୀଗୋପିନାଥ ନଟବର ବେଶ ହେବେ ଏବଂ ମା’ରାଧାରାଣୀଙ୍କୁ ରାଧା ଦାମୋଦର ବେଶରେ ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରାଯିବ । ମହାପ୍ରଭୁଙ୍କ ମନ୍ଦିରରରେ ସୂର୍ଯ୍ୟ ପୂଜା, ଦ୍ଵାରା ପାଳ ପୂଜା, ବଲ୍ଲଭ ସକାଳ ଧୂପ ଏବଂ ବାଳ ଧୂପ କରାଯିବା ପରେ ଆଳତୀ କରାଯିବ । ଏହାପରେ ସାହାଣ ମେଳା ଦର୍ଶନ ଆରମ୍ଭ କରାଯିବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ଅଧିକାରୀ ଓ ସେବାୟତମାନଙ୍କୁ ନେଇ ଦ୍ଵିତୀୟ ସମ୍ମନ୍ୱୟ ବୈଠକ କରାଯାଇଥିଲା । ଏନେଇ ପ୍ରଶାସନ ପକ୍ଷରୁ ଆଲୋକିକରଣ ସହ ମନ୍ଦିର ଚତୁଃପାର୍ଶ୍ଵ ସଫେଇ, ନୂଆ କରି ରଙ୍ଗ କାମ ମଧ୍ୟ କରାଯାଉଛି ।
ଚଳିତ ବର୍ଷ ଶୃଙ୍ଖଳିତ ଦର୍ଶନ କରାଯିବ । ବର୍ଷକୁ ଥରେ ଓଡ଼ିଆଣୀ ବେଶକୁ ନେଇ ଭକ୍ତଙ୍କ ମନରେ ଉତ୍ସାହ ରହିଥାଏ । କାର୍ତ୍ତିକ ମାସରେ ଏହି ଦର୍ଶନ ପାଇଁ ପୁରୀ ଏବଂ ଅନେକ ଅଂଚଳରୁ ହବିଷ୍ୟାଳିମାନେ ମଧ୍ୟ ଏଠାକୁ ଆସିଥାନ୍ତି । ତେବେ ସମସ୍ତ ଭକ୍ତମାନେ କିଭଳି ଭାବରେ ଶୃଙ୍ଖଳିତ ଦର୍ଶନ କରିବେ ସେଥିପାଇଁ ଭକ୍ତଙ୍କ ମନରେ ଉତ୍ସାହ ଲାଗି ରହିଛି । ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଟ୍ ବ୍ୟବସ୍ଥା କରାଯାଇଛି ।
ଲମ୍ୱା ଲାଇନରେ ଶ୍ରଦ୍ଧାଳୁମାନେ ଧାଡ଼ିରେ ଠିଆ ହୋଇ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ । ତେବେ ଏହି ସାକ୍ଷୀଗୋପୀନାଥଙ୍କ ଏହି ପବିତ୍ର ପର୍ବକୁ ସମସ୍ତେ ଏକତ୍ରିତ ହୋଇ ସଫଳାତାର ସହିତ ଶେଷ କରିବା ପାଇଁ ସତ୍ୟବାଦୀ ବିଧାୟକ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ପ୍ରଶାସନ ସହିତ ସାମିଲ ହୋଇ ସମସ୍ତ ବ୍ୟବସ୍ଥାର ସ୍ଥିତି ପରଖିଛନ୍ତି । ପ୍ରତି ବର୍ଷ ପରି ଚଳିତ ବର୍ଷ ଭକ୍ତମାନଙ୍କୁ ଦର୍ଶନ ଦେବେ ମା’। ଆସନ୍ତା ରବିବାର ସକାଳୁ ସାକ୍ଷୀଗୋପୀନାଥଙ୍କ ସହିତ ଦର୍ଶନ ଦେବେ ମା’ ରାଧାରାଣୀ ।