ହରିହର କ୍ଷେତ୍ର, ପୁରୀ ରଥଯାତ୍ରା ନୀତିକାନ୍ତି ଭଳି ହୁଏ ଘୋଷଯାତ୍ରା

କେନ୍ଦ୍ରାପଡା ; କେନ୍ଦ୍ରାପଡା ଜିଲ୍ଲା ଗରଦପୁରୁ ଓ ମାର୍ଶାଘାଇ ବ୍ଲକ ମଧ୍ୟ ସ୍ଥଳରେ ଅବସ୍ଥିତ ପ୍ରସିଦ୍ଧ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ମାଳିକା ବର୍ଣ୍ଣିତ ହରିହର କ୍ଷେତ୍ର ମାହାଳ ଠାରେ ଘୋଷଯାତ୍ରା ଶେଷ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ ଭାଇ ବଳଭଦ୍ର ,ମାତା ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ଚତୁର୍ଦ୍ଧା ମୁର୍ତ୍ତି ମାନ ନବଦିନାତ୍ମକ ଘୋସ ଯାତ୍ରା ସାରି ନୀଳାଦ୍ରି ବିଜେ ହୋଇଛନ୍ତି । ପ୍ରତିବର୍ଷ ଏହି ଚତୁର୍ଦ୍ଧା ମୁର୍ତ୍ତିଙ୍କର ରଥଯାତ୍ରା ପୁରୀ ଶ୍ରୀକ୍ଷେତ୍ର ନିୟମ ଅନୁସାରେ ପାଳନ କରାଯାଇଥାଏ। ଏହି ହରିହର କ୍ଷେତ୍ରରେ ଶ୍ରୀକ୍ଷେତ୍ର ପୁରୀ ଅନୁସାରେ ଏହିଠାରେ ସବୁ ରୀତିକାନ୍ତି ପାଳନ କରାଯାଇଥାଏ।ଶ୍ରୀ କ୍ଷେତ୍ର ଅନୁସାରେ ମହାପ୍ରଭୁ ତିନି ଠାକୁରଙ୍କ ପାଇଁ ତିନୋଟି ରଥ ପ୍ରସ୍ତୁତ କରାଯାଇ ଧାଡି ପହଣ୍ଡି ରେ ଆଗେ ଚକ୍ର ରାଜ ସୁଦର୍ଶନ ପରେ ବଡଭାଇ ବଳଭଦ୍ର, ମାତା ସୁଭଦ୍ରା ଓ ପଛରେ ମହାପ୍ରଭୁ କାଳିଆ ସାଆନ୍ତ ଙ୍କୁ ଦଇତାପତି ସେବାୟତ ମାନେ ଟାହିୟା ଲଗାଇ ଧାଡି ପହଣ୍ଡିରେ ରଥାରୁଢ କରି ରତ୍ନବେଦୀରୁ ଜନ୍ମ ବେଦିକୁ ନେଇଥାନ୍ତି।ନିୟମ ଅନୁଯାୟୀ ଠାକୁର ରଜା ପାଲିଙ୍କିରେ ଆସି ତିନି ରଥରେ ଛେରା ପହଁରା କରିବାପରେ ଚାରମାଳ ଖୋଲାଯାଇ ଘୋଡ଼ା ଜୋଚା ହେବାପରେ ରଥ ଟାଣିଥାନ୍ତି ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ।ବିଶେଷ କରି ମାଆ ସୁଭଦ୍ରାଙ୍କ ଦେବଦଳନ ରଥକୁ ମହିଳା ମାନେ ଟାଣି ଥାନ୍ତି ।

ଏହି ତନି ରଥକୁ ଭକ୍ତ ମାନେ ଟାଣି ଟାଣି ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଜନ୍ମ ବେଦୀ ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ନେଇଥାନ୍ତି।ମହାପ୍ରଭୁ ଚତୁର୍ଦ୍ଧା ମୁର୍ତ୍ତି ନବଦିନାତ୍ମକ ଯାତ୍ରା ସାରି ପୁଣି ଫେରି ନିଳାଦ୍ରି ବିଜେ ହୋଇଥାନ୍ତି ନିଳକନ୍ଦରକୁ । ନିୟମ ଅନୁସାରେ ରଥାରୁଢ ଚତୁର୍ଦ୍ଦାମୂର୍ତ୍ତି ମାନଙ୍କୁ ଗୋଟି ପହଣ୍ଡିରେ ରଥରୁ ଓହ୍ଲାଇ ନିଳକନ୍ଦରକୁ ନେଇଥାନ୍ତି ।ପ୍ରଥମେ ଚକ୍ରରାଜ ସୁଦର୍ଶନ ପରେ ବଡଭାଇ ବଳଦେବ ,ମାତା ସୁଭଦ୍ରା ଓ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ଙ୍କୁ ଗୋଟି ପହଣ୍ଡିରେ ଅଣାଯାଇ ବାଇଶି ପାବଚ ନିକଟରେ ବିଭିଷଣ ବନ୍ଦାପନା କରି ରତ୍ନ ସିଂହାସନ କୁ ବିଜେ କରାଇଥାନ୍ତି ସେବାୟତ ମାନେ।ପରେ ବିଶ୍ୱ ନିୟନ୍ତା କୋଟି ଓଡିଆର ମଉଡମଣି ମହାପ୍ରଭୁ ଶୀ ଜଗନ୍ନାଥ ଙ୍କୁ ନନ୍ଦିଘୋଷ ରଥରୁ ପହଣ୍ଡି କରିଥାନ୍ତି ସେବକ ଓ ଦଇତାପତି ମାନେ ।

ଚାରମାଳ ଉପରେ ମହାପ୍ରଭୁ ଥିବା ବେଳେ ଚାହାଣି ମଣ୍ଡପ ରେ ଜଗତଜନନୀ ମା ମହାଲକ୍ଷ୍ମୀ ଆସି ମହାପ୍ରଭୁଙ୍କୁ ଦେଖିଥାନ୍ତି । ପରେ ଶ୍ରୀମନ୍ଦିର ର ସିଂହଦ୍ୱାର କୁ ବନ୍ଦ କରି ଜଗନ୍ନାଥଙ୍କୁ ଭିତରକୁ ଦେବାକୁ ଦିଅନ୍ତି ନାହିଁ । ଉଭୟଙ୍କ ମଧ୍ୟରେ ମାନବିୟ ଲିଳା ଆରମ୍ଭ ହୋଇ ବଚସା ହୋଇଥାଏ । ପରେ ବଡଭାଇ ବଳଦେବ ପାଟିକରିବାରୁ ମହାଲକ୍ଷ୍ମୀ ଦ୍ୱାର ଖୋଲିଥାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ଆଣିଥିବା ରତ୍ନଅଳଙ୍କାର ,ପାଟ୍ଟଶାଢୀ, ଓ ରସଗୋଲା ଖୁଆଇ ମାଆଙ୍କ ମାନଭଞ୍ଜନ କରିଥାନ୍ତି। ପରେ ଚତୁର୍ଦ୍ଦା ମୁର୍ତ୍ତି ରତ୍ନସିଂହାସନ ରେ ବିଜେ ହୋଇଥାନ୍ତି ।

You might also like