ଆଧ୍ୟାତ୍ମିକ

ଆଜି ଘରେ ଘରେ ପାଳିତ ହେଉଛି ଷଠି ଓଷା ବ୍ରତ, ପିଲାଙ୍କୁ ସୁସ୍ଥ ରଖିବା ପାଇଁ ମାଆ ମାନେ କରିଛନ୍ତି ଉପାସ

ଆଜି ହେଉଛି ଓଡ଼ିଆମାନଙ୍କ ପାରମ୍ପରିିକ ଷଠି ଓଷା । ଯାହାକୁ ଅନେକ ଷଷ୍ଠୀ ଓଷା ବୋଲି ମଧ୍ୟ କୁହାଯାଏ। ଷଠି ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଏହି ପୂଜାକୁ ଅତି ଶ୍ରଦ୍ଧାରେ ସହ ପାଳନ କରାଯାଏ। ପିଲାଙ୍କ ସୁସ୍ଥତା କାମନା କରିବା ପାଇଁ ଷଠି ଠାକୁରାଣୀଙ୍କୁ ପୂଜା କରାଯାଏ।

ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ମାନେ ଗଣେଶ ଚତୁର୍ଥୀର ଦୁଇ ଦିନ ପରେ ଷଠି ଓଷା ପାଳନ ହୁଏ । ତେବେ କେତେକ ଏହାକୁ ସୋମନାଥ ବ୍ରତ ମଧ୍ୟ କହିଥାନ୍ତି । ଏଥିପାଇଁ ମହିଳା ମାନେ ସକାଳେ ଶିବଙ୍କ ପାଇଁ ସୋମନାଥ ବ୍ରତ ପାଳନ କରନ୍ତି। ଏହିବ୍ରତରେ ଷଠୀ ମା ଙ୍କ ପାଇଁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି ହୁଏ। ଭାତ, ଡାଲିଠୁ ଆରମ୍ଭ କରି ଚକୁଳି ପିଠା, ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ତେବେ ଏହାକୁ ସପ୍ତାହ ଧରି ପାଳନ କରାଯାଏ। ଏମିତିରେ ସପ୍ତାହକୁ ଗୋଟିଏ ଦିନ ଆମିଷ ଭୋଗ ମଧ୍ୟ ଦିଆଯାଏ। ବିଧି ଅନୁସାରେ ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା’ ଉପରେ ହଳଦୀ ରଖାଯାଏ । ଏହାସହିତ ମାଟିରେ ୬ଟି ଷଠୀ ଦେବୀଙ୍କୁ ତିଆରି କରାଯାଏ। ଏହି ପୂଜାରେ ଆଉ ଏକ ଖାସ କଥା ରହିଛି। ଏହି ଦିନ ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କଳସୀ ତା’ ପାଖରେ ରଖାଯାଏ ।

ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା’ ପାଖରେ ରଖାଯାଏ। । ତା’ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି । ଏହାସହିତ ପାଞ୍ଚ ପ୍ରକାର ଗଛକୁ ଏକାଠି ବନ୍ଧା ଯାଇ ପିଲାଙ୍କୁ ଆଶିର୍ବାଦ ସ୍ୱରୁପ ମାଡ଼ ମରାଯାଏ।

ଏହାକୁ ଷଠି ବାଡ଼ିଆ କୁହାଯାଏ। ତେବେ ଏହାପଛରେ ମଧ୍ୟ ଏକ ମାନ୍ୟତା ରହିଛି। ଏହି ଗଛ ବିଡ଼ାକୁ ଏକାଠି କରି ବାନ୍ଧି ଶିଶୁମାନଙ୍କ ରକ୍ଷା ପାଇଁ ତାଙ୍କ ପିଠିରେ ମାଆ ମାଆ ମାନେ ବାଡ଼େଇଥାନ୍ତି। ଏହାକୁ ଷଠିବାଡ଼ିଆ କୁହାଯାଏ। ଏମିତିରେ ଶିଶୁମାନଙ୍କ ବାଳ ରିଷ୍ଟ ଖଣ୍ଡନ ହୁଏ ବୋଲି ବିଶ୍ୱାସ ରହିଛି।

D Sonali

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

5 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

22 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

34 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

44 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

47 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago