ଏଠି ଗଙ୍ଗା ମାତା କରନ୍ତି ଶିବଙ୍କ ଜଳାଭିଷେକ

ଝାଡଖଣ୍ଡର ରାମଗଡ ଜିଲ୍ଲାରେ ଏକ ରହସ୍ୟମୟୀ ଶିବ ମନ୍ଦିର ରହିଛି। ଝାଡଖଣ୍ଡର ଏହି ପ୍ରାଚୀନ ମନ୍ଦିରରେ ସ୍ୱୟଂ ଗଙ୍ଗା କରନ୍ତି ମହାଦେବଙ୍କ ଜଳାଭିଷେକ, ଜାଣନ୍ତୁ ଏହି ମନ୍ଦିରର ସ୍ୱତନ୍ତ୍ରତା

ଭାରତରେ ଏପରି ଅନେକ ମନ୍ଦିର ଅବସ୍ଥିତ, ଯାହା ଚମତ୍କାର ଏବଂ ରହସ୍ୟରେ ଭରା ରହିଛି । ମନ୍ଦିର ସହ ଜଡ଼ିତ ଥିବା ପ୍ରାଚୀନ କାହାଣୀ ମଧ୍ୟ ଲୋକମାନଙ୍କର ଭକ୍ତିଭାବକୁ ବେଶି ମଜବୁତ କରିଥାଏ । ଯାହା ଶ୍ରଦ୍ଧାଳୁଙ୍କ ଭିଡ଼ ସେଠାକୁ ଦିନକୁ ଦିନ ବଢାଇଥାଏ। ସେହିଭଳି ଏକ ରହସ୍ଯମୟ ଶିବ ମନ୍ଦିର ବିଷୟରେ ଆଜି କହିବାକୁ ଯାଉଛୁ। ଯେଉଁଠାରେ ଶିବ ଲିଙ୍ଗର ଅଭିଷେକ ସ୍ବୟଂ ଗଙ୍ଗା କରିଥାନ୍ତି।

ଝାଡଖଣ୍ଡର ରାମଗଡ ଜିଲ୍ଲାରେ ଏକ ରହସ୍ୟମୟୀ ଶିବ ମନ୍ଦିର ରହିଛି। ଏହି ମନ୍ଦିର ବିଷୟରେ ଜାଣିବା ପରେ ପ୍ରତ୍ୟେକ ବ୍ୟକ୍ତି ଏଠାକୁ ଆସି ଭଗବାନଙ୍କ ଦର୍ଶନ କରିବା ପାଇଁ ନିଶ୍ଚିନ୍ତ ଇଛା ପ୍ରକାଶ କରିଥାନ୍ତି। ଏଠାରେ ଅବସ୍ଥିତ ଭଗବାନଙ୍କ ଚମତ୍କାରିତା ଆଜି ମଧ୍ୟ ଲୋକମାନଙ୍କୁ ନଜର ଆସିଥାଏ।

ପ୍ରାଚୀନ ଯୁଗରେ ଇଂରେଜ ମାନେ ଏହି ମନ୍ଦିର ଚମତ୍କାରିତା ବିଷୟରେ ଜାଣିବାପରେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଏହା ମଧ୍ୟରେ ଭଗବାନଙ୍କ ପ୍ରତି ଲୋକମାନଙ୍କର ଭକ୍ତି ଭାବ ମଜବୁତ ହୋଇଥାଏ। ଏହି କାରଣରୁ ରହସ୍ୟମୟୀ ଶିବ ମନ୍ଦିର ଦେଶ-ବିଦେଶରେ ପ୍ରଚଳିତ ହେବା ସହ ଦିନକୁ ଦିନ ଏଠାରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ବଢିବାରେ ଲାଗିଛି। ରାମଗଡରେ ଅବସ୍ଥିତ ଏହି ପ୍ରାଚୀନ ଶିବ ମନ୍ଦିର ଭଙ୍ଗା ଝରଣା ନାମରେ ଜଣାଶୁଣା।

ଏହି ମନ୍ଦିରରେ ଅବସ୍ଥିତ ଥିବା ଶିବଲିଙ୍ଗ ଉପରେ ଆପେ-ଆପେ ୨୪ ଘଣ୍ଟା ଜଳାଭିଷେକ ହୋଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଏହି ଜଳାଭିଷେକ ଗଙ୍ଗା ମାତା ନିଜେ କରିଥାନ୍ତି। ବାସ୍ତବରେ ଶିବଲିଙ୍ଗ ଉପରେ ଗଙ୍ଗା ମାତାଙ୍କର ଏକ ପ୍ରତିମା ଅବସ୍ଥିତ , ଯାହାଙ୍କ ନାଭିରୁ ପାଣି ଧାର ସୃଷ୍ଟି ହୋଇ ଶିବଲିଙ୍ଗ ଉପରେ ପଡ଼ିଥାଏ। ଏହି ପାଣିର ସ୍ରୋତକୁ ନେଇ ଆଜି ମଧ୍ୟ ରହସ୍ୟ ସୃଷ୍ଟି ହେଉଛି।

ପ୍ରାଚୀନ ଯୁଗରେ ଏଠାରେ ରେଳ ଧାରଣା ତିଆରି କରିବା ସମୟରେ ଏହି ମନ୍ଦିର ବିଷୟରେ ସୂଚନା ମିଳିଥିଲା। ଏଠାରେ ପାଣିର ସନ୍ଧାନରେ ଖୋଳିଯିବା ସମୟରେ କିଛି ଜିନିଷ ଦେଖିବାକୁ ମିଳିଥିଲା। ପୁରା ଖୋଳାଯିବା ପରେ ତଳେ ଏକ ଶିବଲିଙ୍ଗ ସହିତ ଗଙ୍ଗା ମାତାଙ୍କର ପ୍ରତିମା ଦେଖିବାକୁ ମିଳିଥିଲା। ଶିବଲିଙ୍ଗ ଉପରେ ଆପେ ଆପେ ଜଳ ପଡ଼ୁଥିବାର ଦୃଶ୍ୟ ଦେଖିବା ପରେ ଇଂରେଜମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯାହାପରେ ସେମାନେ ସେଠାରେ ହିଁ ବନ୍ଦ କରିଦେଇଥିଲେ।

ମା ଗଙ୍ଗାଙ୍କ ପ୍ରତିମାର ସବୁଠାରୁ ମହତ୍ବ କଥା ହେଉଛି ତାଙ୍କ ନାଭିରୁ ଆପେ ଆପେ ପ୍ରବାହିତ ହେଉଥିବା ଜଳ। ଯାହା ତାଙ୍କ ଦୁଇ ହାତରେ ଶିବଲିଙ୍ଗ ଉପରେ ପଡ଼ିଥାଏ। ଏହି ପାଣି କେଉଁଠାରୁ ପ୍ରବାହିତ ହେଉଛି, ଏହାକୁ ନେଇ ଆଜି ମଧ୍ୟ ରହସ୍ୟ ସୃଷ୍ଟି ହୋଇଛି। ଏହି ମନ୍ଦିର ଦର୍ଶନ କରିବା ପାଇଁ ବହୁ ଦେଶ-ବିଦେଶରୁ ଲୋକମାନେ ଏଠାକୁ ଆସି ଭଗବାନ ଶିବଙ୍କ ପୂଜା କରିଥାନ୍ତି। ଏଠାରେ ଲଗାଯାଇଥିବା ଦୁଇଟି ହ୍ୟାଣ୍ଡପମ୍ପ ମଧ୍ୟ ରହସ୍ୟମୟ।

ଏଠାରେ ଲୋକମାନଙ୍କୁ ପାଣି ପାଇଁ ହ୍ୟାଣ୍ଡପମ୍ପ ଚଲାଇବାର ଆବଶ୍ୟକତା ପଡ଼ିନଥାଏ ବରଂ ସର୍ବଦା ଆପେ ଆପେ ପାଣି ତଳେ ପଡ଼ିଥାଏ। ସେହି ମନ୍ଦିର ପାଖରେ ଏକ ନଦୀ ପ୍ରବାହିତ ହୋଇଥାଏ, ଯାହା ଶୁଖିଯାଇଛି। କିନ୍ତୁ ପ୍ରବଳ ଗରମ ସମୟରେ ମଧ୍ୟ ଏହି ହ୍ୟାଣ୍ଡ ପମ୍ପରୁ ପାଣି ଆପେ ଆପେ ବାହାରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.