ଏହି ପୃଥିବୀରେ ଶିରିଡି ସାଇବାବାଙ୍କ କୃପା ଅନେକ । ବାବାଙ୍କର ଅଲୌକିକ ଶକ୍ତି ପାଇଁ ସେ ନିଜ ଭକ୍ତଙ୍କ ପାଖରେ ବହୁତ ପ୍ରିୟ । କୁହାଯାଏ ଯେ ବାବାଙ୍କୁ ଯିଏ ଅରାଧନା କରି ଯାହା ମନାସି ଥାଏ ବାବା ତାଙ୍କର ଭକ୍ତଙ୍କୁ ତାହା ଦେଇଥାନ୍ତି । କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ବାବାଙ୍କର ଅନେକ ଭକ୍ତ ରହିଛନ୍ତି । ସାଇବାବାଙ୍କୁ ଶୁଦ୍ଧ ଚିତ୍ତରେ ଆରାଧନା କଲେ ସେ ନିଶ୍ଚିନ୍ତ ମନସ୍କାମନା ପୂରଣ କରିଥାନ୍ତି । ଅନେକ ସମୟରେ ବାବାଙ୍କର ଅନେକ ଚମତ୍କାରିତା ମଧ୍ୟ ଦେଖିବାକୁ ମିଳିଥାଏ ।
ପୌରାଣିକ ମାନ୍ୟତା ଅନୁସାରେ ଶିରିଡ଼ିର ସାଇବାବାଙ୍କୁ ଯିଏ ମନ ହୃଦୟରୁ ପୂଜା କରିଥାଏ, ବାବା ତା’ର ସମସ୍ତ ଦୁଃଖ କଷ୍ଟ ଦୂର କରିଥାନ୍ତି । ଏହି ଅବସରରେ ଗୋପବନ୍ଧୁନଗର ବ୍ଲକ ଚିଲିମା ଗାଁରେ ପ୍ରତିଷ୍ଠା ହୋଇଯାଇଛି ଶିିରିଡି ସାଇ ମନ୍ଦିର । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଗୁରୁଜୀ ଡ଼.ଚନ୍ଦ୍ରଭାନୁ ଶତପଥୀ ଯୋଗ ଦେଇଥିଲେ । ସାଇ ଶ୍ରଦ୍ଧାଳୁଙ୍କ ଗହଣରେ ଗୁରୁଜୀ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ମନ୍ଦିର ବାହାରେ ଥିବା ଫଳକ ଉନ୍ମୋଚନ କରିବା ସହିତ ମନ୍ଦିର ଭିତରେ ଶିରିଡି ସାଇଙ୍କ ବିଗ୍ରହ ପ୍ରତିଷ୍ଠା କରିଥିଲେ ।
ନୂତନ ଭାବେ ଚିଲିମା ଠାରେ ଗଢିଥିବା ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଶିରିଡି ସାଇଙ୍କ ବିଗ୍ରହ ପୂଜା ଆରମ୍ଭ ହୋଇଥିଲା । ରୀତିନୀତି ଅନୁସାରେ ଗୁରୁଜୀ ପୂଜାର୍ଚ୍ଚନା କରିବା ସହିତ ଦ୍ୱାରିକାମାୟୀ ମଧ୍ୟ ପ୍ରତିଷ୍ଠା କରିଥିଲେ । ଏହା ପରେ ଗୁରୁଜୀ ଶ୍ରଦ୍ଧାଳୁମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ମଧ୍ୟ ଦେଇଥିଲେ । ଏହା ସହିତ ଏକ ମନ୍ଦିର ପ୍ରତିଷ୍ଠାରେ ଏପରି ଆୟୋଜନ ହେବା ଏବଂ ଭକ୍ତଙ୍କ ସମାଗମ ଦେଖି ସେ ଆଶ୍ଚର୍ଯ୍ୟ ବୋଲି କହିଥିଲେ ।
ଏହି ଅବସରରେ ଉଦଳା ସମେତ ବାରିପଦା, ବାଲେଶ୍ୱର ଏବଂ ଅନ୍ୟ ଜିଲ୍ଲାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଆସି ଏହି ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ସହିତ ଶିରିଡି ସାଇଙ୍କ ଆଶିଷ ଲାଭ କରିଛନ୍ତି । ଏନେଇ ସାଇନାଥଙ୍କ ଦର୍ଶନପାଇଁ ଛୁଟିଥିଲା ଶ୍ରଦ୍ଧାଳୁଙ୍କ ସୁଅ । ଏନେଇ ଏଠାରେ ସୃଷ୍ଟି ହୋଈଥିଲା ଖୁବ ଆଧ୍ୟାତ୍ମିକ ପରିବେଶ ।