ଆଜି ହେଉଛି ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ, ସ୍ୱୟଂ ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା

ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ । ଏକଥା ପ୍ରାୟ ଓଡ଼ିଆ ଜାଣିଥିବେ । ଅନେକ ଭୁଲି ଯାଇଥିବେ ଅଥବା ଆଦୌ ଜାଣିନଥିବେ । ତେବେ ଆଜି ଆଉ ଗୋଟିଏ ବିଶେଷ ଦିନ ଏକଥା ଖୁବ୍‌ କମ୍‌ ଲୋକଙ୍କୁ ଜଣା । କୁହାଯାଏ ଆଜି ହେଉଛି ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରର ପ୍ରତିଷ୍ଠା ଦିବସ । ଯାହାକୁ କୁହାଯାଏ ନୀଳାଦ୍ରୀ ମହୋଦୟାଷ୍ଟମୀ । ଆଜି ବୈଶାଖ ମାସ ଶକ୍ଳପକ୍ଷ ଅଷ୍ଟମୀ ତିଥି । ଆଜି ଦିନରେ ଶ୍ରୀମନ୍ଦିରରେ ନୀଳାଦ୍ରୀ ମହୋଦୟ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଯାହାକୁ ଶ୍ରୀମନ୍ଦିର ପ୍ରତିଷ୍ଠା ଦିବସ ଭାବେ କୁହାଯାଏ ।

ସ୍କନ୍ଦ ପୁରାଣର ୨୭ତମ ଅଧ୍ୟାୟରେ ଉଲ୍ଲେଖ ରହିଛି

ବୈଶାଖସ୍ୟା ମଳେ ପକ୍ଷେ ଅଷ୍ଟମ୍ୟାଂ ପୁଷ୍ୟାଯୋଗତଃ
କୃତା ପ୍ରତିଷ୍ଠା ଭୋ ବିପ୍ରାଃ ଶୋଭନେ ଗୁରୁବାସରେ ।
ତଦ୍ଦିନଂ ସୁମହତ୍ ପୁଣ୍ୟଂ ସର୍ବପାପ ପ୍ରଣାଶନମ
ସ୍ନାନଂ ଦାନଂ ତପୋ ହୋମଃ ସର୍ଵମକ୍ଷଯ୍ୟମଶୃତେ ।
ଶୁକ୍ଳାଷ୍ଟମୀ ଯା ବୈଶାଖେ ଗୁରୁପୁଷ୍ୟାଯୁତା ଯଦା
ତସ୍ୟାମଭ୍ୟର୍ଚନଂ ବିଷ୍ଣୋଃ କୋଟି ଜନ୍ମାଘନାଶନମ୍ ।

ସ୍ୱୟଂ ବ୍ରହ୍ମା ବୈଶାଖ ମାସର ପୁଷ୍ୟା କର୍କଟ ରାଶି ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ଗୁରୁବାର ଦିନ ଶ୍ରୀମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରିଥିଲେ ବୋଲି କୁହାଯାଏ । ତେଣୁ ଏହି ଦିବସଟି ଅତ୍ୟନ୍ତ ପବିତ୍ର ଏବଂ ପାପ ବିନାଶକାରୀ ବୋଲି ମାନ୍ୟତା ରହିଛି । ଏହି ଦିନରେ ଦାନ , ତପସ୍ୟା ଓ ହୋମ ଆଦି କାର୍ଯ୍ୟ କଲେ ଶୁଭ ଫଳ ମିଳିଥାଏ। ଯେଉଁ ମନୁଷ୍ୟ ଏହି ଦିବସରେ ଭକ୍ତି ପୂର୍ଣ୍ଣ ହୃଦୟରେ ଚତୁର୍ଦ୍ଧା ବିଗ୍ରହ ଦର୍ଶନ କରନ୍ତି ସେମାନେ ସବୁ ଜନ୍ମର ପାପରୁ ମୁକ୍ତି ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.