କଳା ସଂସ୍କୃତି ଓ ଐତିହ୍ୟକୁ ଉଜ୍ଜିବିତ କରିବା ପାଇଁ ରାଜ୍ୟ ସ୍ତରୀୟ ସଂକୀର୍ତ୍ତନ ମହୋତ୍ସବ

ପିପିଲି : ଚାଲିଛି ହରିନାମ । ରାମ ନାମରେ ଫାଟି ପଡ଼ୁଛି ଉତ୍ସବ ସ୍ଥଳ । ଖୋଳ କିର୍ତ୍ତନର ସମାହାରରେ ସୃଷ୍ଟି ହେଉଛି ଏକ ଆଧ୍ୟାତ୍ମିକ ପରିବେଶ । ଏ ଦୃଶ୍ୟ ହେଉଛି ପୁରୀ ଜିଲ୍ଲା ଡ଼େଲାଙ୍ଗ ବେରବୋଇ ପଂଚାୟତ ସ୍ଥିତ ଗାନ୍ଧୀପୀଠ ନିକଟରେ ଚାଲିଥିବା ସଂକୀର୍ତ୍ତନ ଉତ୍ସବର । ପ୍ରତି ବର୍ଷ ପରି ଚଳିତ ବର୍ଷ ପତିତପାବନ ଓଡ଼ିଶୀ ସଂକୀର୍ତ୍ତନ ମଣ୍ଡଳ ତା’ର ବିଂଶ ତମ ବାର୍ଷିକ ମହୋତ୍ସବ ଆୟୋଜିତ କରିଥିଲା । ଏଥିରେ ରାଜ୍ୟର କୋଣ ଅନୁକୋଣରୁ ସଂକୀର୍ତ୍ତନ କଳାକାର ଯୋଗ ଦେଇଥିଲେ । ଜଣ ଜଣ କରି ସମସ୍ତ କଳାକାରମାନଙ୍କ ଦ୍ୱାରା ସଂକୀର୍ତନ ପରିବେଷଣ କରାଯାଇଥିଲା । ଓଡ଼ିଶାରେ ହଜିଯିବାକୁ ବସିଥିବା ସଂକୀର୍ତ୍ତନକୁ ବଞ୍ଚାଇ ରଖିବା ପାଇଁ ଏଭଳି ଏକ ମହୋତ୍ସବର ଆୟୋଜନ କରାଯାଇଥିବାର ଆୟୋଜକ କହିଛନ୍ତି ।

ମହୋତ୍ସବର ଉଦ୍‌ଯାପନୀ ଦିବସରେ ଅତିଥିଭାବେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା ଶୁଶ୍ରୀ ସଂଧ୍ୟାବତୀ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସଂକୀର୍ତ୍ତନକୁ କିଭଳି ଭାବରେ ଆଗାମୀ ଯୁବପିଢୀଙ୍କ ପ୍ରତି ଆଗ୍ରହ ଜନ୍ମାଇ ଏହାରୁ ସୂଦୁର ପ୍ରସାର କରାଯିବ ବୋଲି ଅତିଥିମାନେ କହିଥିଲେ । ମଣିଷ କର୍ମମୟ ଜୀବନରେ ପ୍ରତିଟି ମୁହୂର୍ତ୍ତରେ ସଂକୀର୍ତ୍ତନର ଆବଶ୍ୟକତା ରହିଛି । ମଣିଷ ଜୀବନ ଆରମ୍ଭ ଠାରୁ ଶେଷ ଶଯ୍ୟା ଜୁଇ ଗାଡ଼ ପର୍ଯ୍ୟନ୍ତ ପ୍ରତିଟି ମୁହୂର୍ତ୍ତରେ ହରିନାମ ସହିତ ସଂକୀର୍ତ୍ତନର ଆବଶ୍ୟକତା ରହିଛି । ତେଣୁ ଏହାକୁ ବଞ୍ଚାଇ ରଖିବା ପାଇଁ କଳାକାରମାନଙ୍କୁ ନିବେଦନ କରିଥିଲେ ।

You might also like