ଆଧ୍ୟାତ୍ମିକ

ଭକ୍ତମୟ ପରିବେଶରେ ସମ୍ପନ୍ନ ହେଲା ରୁଦ୍ର କାଳୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭ ଖୁଟିଂ ସ୍ଥାପନ, କିଛି ଦିନ ପରେ ପୂଜା ପାଇବେ ମା’

କନ୍ଧମାଳ(କେନ୍ୟୁଜ): କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି , ନଚେତ୍‌ ସବୁ ମନ୍ଦିର କୁ ପଥର ବୋଲି ଭାବିଥାନ୍ତେ । ଭାରତରେ ଏମିତି କିଛି ମନ୍ଦିର ରହିଛି ଯେଉଁଠି ରହିଛି ଅନେକ ଅଲୌକିକ ଶକ୍ତି ଓ ଭକ୍ତଙ୍କ ଅଗାଢ ବିଶ୍ୱାସ । ତେବେ ମାଙ୍କ ମହିମାକୁ ହୃଦୟଙ୍ଗମ କରି ଏକ ମନ୍ଦିର ନିର୍ମାଣ ହୋଇଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ୍ ବ୍ରାହ୍ମଣପାଦ ଗ୍ରାମରେ ।

ଏହି ଗ୍ରାମରେ ଦୀର୍ଘ ଦିନ ଧରି ନିର୍ମାଣ ହେଉଛି ମାଁ ରୁଦ୍ରକାଳୀଙ୍କ ମନ୍ଦିର । ଯାହାର ପ୍ରତିଷ୍ଠା ନିମନ୍ତେ ଶୁଭ ଖୁଟିଂ ସ୍ଥାପନ କରାଯାଇଛି । ଶୁଭ ଖୁଟିଂ ସ୍ଥାପନ ଅବସରରେ ଘଣ୍ଟ, ଘଣ୍ଟା, ମୃଦଙ୍ଗ ଓ ଝାଞ୍ଜ ଶବ୍ଦରେ ଉଛୁଳି ଉଠିଥିଲା ସାରା ପରିବେଶ । ଅନେକ ମହିଳା ଓ ଏବଂ ପୁରୁଷ ହୋଇଥିଲେ ସାମିଲ୍ । କହିବାକୁ ଗଲେ ସୃଷ୍ଟି ହୋଇଥିଲା ଏକ ପ୍ରକାରର ଭକ୍ତମୟ ପରିବେଶ ।

ତେବେ ଶୁଭ ଖୁଟିଂ ସ୍ଥାପନ ପରେ ଆସନ୍ତା ମାସ ଫେବୃଆରୀ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଏଠାରେ ନାମ ଯଜ୍ଞ,ଘୃତ ଯଜ୍ଞ ଓ ଅନ୍ନ ଯଜ୍ଞ କରି ମାଁ ରୁଦ୍ର କାଳୀଙ୍କ ମନ୍ଦିର ସ୍ଥାପନ କରାଯିବ । ବହୁ ଦିନ ପରେ ମନ୍ଦିରର ପ୍ରତିଷ୍ଠା ନିମନ୍ତେ ଶୁଭ ଖୁଟିଂ ସ୍ଥାନ କରାଯାଇଥିବାରୁ ମନ୍ଦିର କମିଟି ଓ ଗ୍ରାମବାସୀ ବେସ୍ ଖୁସି ଥିବା କହିଛନ୍ତି ।

ଦୁଷ୍ଟ ଏବଂ ପାପୀମାନଙ୍କୁ ବିନାଶ କରିବା ପାଇଁ ମା କାଳୀ ଅବତାରିତ ହୋଇଥିଲେ। ବିଶ୍ୱାସ କରାଯାଏ ଯେ ମା କାଳୀଙ୍କୁ ପୂଜା କରିବା ଜୀବନର ସମସ୍ତ ଦୁଃଖ ଦୂର କରିଥାଏ । ଶତ୍ରୁମାନେ ବିନାଶ ହୁଅନ୍ତି। କୁହାଯାଏ ଯେ ମା କାଳୀଙ୍କର ଅନେକ ନା ରହିଛି । ସେଥିରୁ ରୁଦ୍ରକାଳୀ ଅନ୍ୟତମ । ତେବେ ରୁଦ୍ରକାଳୀଙ୍କୁ ପୂଜା କଲେ ଗ୍ରହ ମଧ୍ୟ ଶାନ୍ତ ହୁଅନ୍ତି । ହିନ୍ଦୁମାନଙ୍କ ବିଶ୍ବାସ ରହିଛି, ମା’ କାଳୀଙ୍କ ପୂଜା କଲେ ନିଜ ଭିତରୁ ଓ ଚାରିପାଖରୁ ନକାରାତ୍ମକ ଶକ୍ତି ସବୁ ଦୂର ହୋଇ ସକାରାତ୍ମକ ଶକ୍ତିରେ ମନ ଓ ପରିବେଶ ଭରିଯାଏ । ତେବେ ମା ରୁଦ୍ର କାଳୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭ ଖୁଟିଂ ସ୍ଥାପନ ଅବସରରେ ବହୁ ଶ୍ରାଦ୍ଧାଳୁଙ୍କ ଭିଡ ପରୀଲିକ୍ଷିତ ହୋଇଥିଲା ।

 

 

 

Sonalisa

Recent Posts

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

17 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

29 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

39 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

42 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

1 hour ago