ମକର ସଂକ୍ରାନ୍ତିରେ ଘଟଗାଁ ମାଆ ତାରିଣୀଙ୍କ ପୀଠରେ ସୁନାବେଶ ଦର୍ଶନ କଲେ ହଜାର ହଜାର ଭକ୍ତ

ଘଟଗାଁ : ମକର ପର୍ବ ପାଇଁ କେନ୍ଦୁଝର ଜିଲ୍ଲା ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ମାଆ ତାରିଣୀଙ୍କ ପୀଠରେ ବେଶ ଧୁମଧାମରେ ପାଳିତ ହୋଇଥାଏ ଏହି ପର୍ବ । ମକର ଅବସରରେ ମାଆ ସୁନା ବେଶରେ ସଜ୍ଜିତ ହୋଇଛନ୍ତି ।  ଆଜି ମାଆଙ୍କ ନିକଟରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ ଜମିଥିବା ପରିଲିକ୍ଷୀତ ହୋଇଛି ।

ପବିତ୍ର ବୈତରଣୀରେ ବୁଡ ପକାଇ ମାଆଙ୍କ ଦର୍ଶନ କରିଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ଏହି ବିଶ୍ୱାସ ନେଇ ପ୍ରତ୍ୟକ ବର୍ଷ ମାଆଙ୍କ ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ହୋଇଥାଏ । ଆଜି ଭୋର୍ ୪ଟାରେ ପହଡ ଖୋଲିବା ପରେ ମାଆଙ୍କୁ ସ୍ନାନ ମାଜଣା ଓ ଷୋଡ଼ଶ ଉପଚାର ପୂଜା କରାଯାଇ ମାଆଙ୍କୁ ସୁନାବେଶରେ ସୁସଜ୍ଜିତ କରାଯାଇଥିଲା । ଏହାପରେ ମଙ୍ଗଳ ଆଳତି କରାଯାଇଥିଲା ।

ଆଜି ପବିତ୍ର ମକର ସଂକ୍ରାନ୍ତି ପାଇଁ ମାଆଙ୍କ ନିକଟରେ ମକର ଚାଉଳ ଭୋଗ ଲାଗି କରାଯାଇଥିଲା । ତେବେ ଟ୍ରଷ୍ଟ ବୋର୍ଡ ତରଫରୁ ଭକ୍ତମାନଙ୍କ ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯିବା ସହ ସମସ୍ତେ ଶାନ୍ତିଶୃଙ୍ଖଳାରେ ଯାଇ ମାଆଙ୍କୁ ସୁନା ବେଶରେ ଦର୍ଶନ କରି ଆଶିର୍ବାଦ କମନା କରୁଥିବା ଦେଖିବାକୁ ମିଳିଛି ।

କେନ୍ଦୁଝର ଜିଲ୍ଲାର ଅଧିଷ୍ଟାତ୍ରୀ ଦେବୀ ମାଆ ତାରିଣୀ । ଏମିତି ଜଣେ ଠାକୁରାଣୀ ସେ ଯାହାଙ୍କୁ ଖାଲି ନଡ଼ିଆଟିଏ ବଢ଼ାଇ ଦେଲେ ମାନସିକ ପୂରଣ ହୋଇଯାଏ ବୋଲି ଲୋକଙ୍କ ବିଶ୍ୱାସ କରନ୍ତି ଭକ୍ତ । ତେବେ ଏହି ମକର ସଂକ୍ରାନ୍ତି ଅବସରରେ ମାଆ ତାରିଣୀଙ୍କ ପୀଠରେ ସୁନାବେଶ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ଭକ୍ତ  ।

 

 

You might also like