ଜଗନ୍ନାଥ ସଂସ୍କୃତିରୁ ସୃଷ୍ଟି ହୋଇଛି ମା ତାରିଣୀଙ୍କ ବ୍ରତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ତାରିଣୀ । ତାରିଣୀଙ୍କ ପୀଠରେ ଆଜି ବିପତ୍ତି ତାରିଣୀ ବ୍ରତ ପାଳିତ ହୋଇଛି । ପ୍ରତ୍ୟକ ବର୍ଷ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଓ ବାହୁଡା ଯାତ୍ରା ମଧ୍ୟରେ ପଡୁଥିବା ମଙ୍ଗଳବାରରେ ହିଁ ଏହିବ୍ରତ ପାଳନ କରାଯାଏ ।ଏହି ଅବସରରେ କେନ୍ଦୁଝର ପୁରୁଣା ବଜାର ସ୍ଥିତ ମାଉସୀ ମା ମନ୍ଦିରରେ ଆଜି ଭିଡ ଜମିଛି । ହଜାର ହଜାର ସଂଖ୍ୟାରେ ମହିଳା ମାନେ ଧାଡି ହୋଇ ଠିଆ ହୋଇଛନ୍ତି । ସେମାନଙ୍କ ହାତରେ ଶୋଭା ପାଉଛି ଭୋଗ ଡାଲା । ତାରିଣୀଙ୍କ ବ୍ରତ ଧରି ମହିଳାମାନେ ଶୃଙ୍ଖଳିତ ଭାବରେ ଧାଡିରେ ଯାଇ ପୂଜା କରୁଛନ୍ତି । ୧୩ ଟି ଗଣ୍ଠି ପକାଇ ପରିବାରର ଶୁଭ କାମନା କରିଥାନ୍ତି ବ୍ରତଧାରୀ ।

ମାଙ୍କ ଦର୍ଶନ କରି ନିଜ ପରିବାରର ମଙ୍ଗଳକାମନା କରିବା ସହ ବିପଦରୁ ମୁକ୍ତି ପାଇଁ ଏହି ବ୍ରତ ପାଳନ କରିଥାନ୍ତି ମହିଳାମାନେ । ଜଗନ୍ନାଥଙ୍କ ରଥଯାତ୍ରା ସହିତ ଏହି ତାରିଣୀ ବ୍ରତର ମହିମା ଯୋଡି ହୋଇଛି । ରଥ ଯାତ୍ରାରେ ତିନି ଠାକୁର ୯ ଦିନ ପାଇଁ ମାଉସୀମା ଙ୍କ ଘରକୁ ଯାଉଥିବା ବେଳେ ପ୍ରଭୁଙ୍କ ମଙ୍ଗଳ କାମନା କରି ମା ଏହି ପୂଜା କରିଥିବାରୁ ତାରିଣୀ ପୀଠରେ ଏହି ବ୍ରତକୁ ମହିଳା ମାନେ ପାଳନ କରିଥାନ୍ତି । ବହୁ ଆଡମ୍ବର ସହକାରରେ ଉପବାସ ରହି ଭକ୍ତି ଶ୍ରଦ୍ଧାର ସହ ଏହିବ୍ରତକୁ ପାଳନ କରିଥାନ୍ତି ବ୍ରତଧାରୀ ମହିଳାମାନେ ।

ଏହି ଅବସରରେ ମାଙ୍କ ସ୍ନାନ,ମାଜଣା,ଓ ଯଥା ରୀତିନୀତୀରେ ପୂଜା କରିବା ସହ ମାଙ୍କ ନିକଟରେ ବ୍ରତ,ଗୁଆ,ଫୁଲ,ଭୋଗ ପୂଜା କରି ଏହି ବ୍ରତ ନିଜ ଡାହାଣ ହାତରେ ବାନ୍ଧିଥାନ୍ତି ମହିଳା ମାନେ । ପ୍ରତି ବର୍ଷ ଏହି ବ୍ରତକୁ ପାଳନ କରିଥାନ୍ତି ।

You might also like