ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସଙ୍କ ଏକାଦଶତମ ବାର୍ଷିକ ଭକ୍ତ ସମ୍ମିଳନୀ

ପିପିଲି : ଦୋଳ ବିମାନରେ ବସିଛନ୍ତି ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଫଟୋଚିତ୍ର । କାନ୍ଧରେ କାନ୍ଧେଇ ଚାଲିଛନ୍ତି ତାଙ୍କର ଭକ୍ତଗଣ । ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁ କୁ ଠାକୁରଙ୍କୁ ନେଉଛନ୍ତି । ଦୋଳ ବିମାନ ଆଗରେ ଚାଲିଛି ହରିନାମ ସାଙ୍ଗକୁ ନାମ ସଂକିର୍ତନ । ଆଉ ତା ସାଙ୍ଗକୁ ପୁରୀ ଜିଲ୍ଲା ରଘୁରାଜପୁର ଗ୍ରାମର ଗୋଟିପୁଅ ନୃତ୍ୟ ।  ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଏଭଳି ସଙ୍ଗୀତରେ ବିଭୋର ହୋଇ ନାଚୁଛନ୍ତି ଭକ୍ତଙ୍କ ସହିତ ସାଧୁ ସନ୍ଥ । ସମସ୍ତେ ମଜ୍ଜି ଯାଇଛନ୍ତି ଭଗବତ ପ୍ରେମରେ । ଭଗବାନଙ୍କୁ ପାଇବା ପାଇଁ ଏକତ୍ରିତ ହୋଇଛନ୍ତି ସମସ୍ତେ । ଏ ଦୃଶ୍ୟ ହିଁ ବୟାନ କରୁଛନ୍ତି କର୍ମମୟ ଜୀବନରୁ ଟିକିଏ ସମୟ ବହାର କରି ଭଗବାନଙ୍କ ନାମ ଉଚ୍ଚାରଣ କରିବା ପାଇଁ । ଏ ଦୃଶ୍ୟ ପୁରୀ ଜିଲ୍ଲା ପିପିଲି ବ୍ଳକ ତେଇଶପୁର ପଂଚାୟତର ନିର୍ମଳା ଗ୍ରାମର ।

ପିପିଲି ବ୍ଳକ ତେଇଶପୁର ପଂଚାୟତ ବାଙ୍ଗରପଡ଼ା ଗ୍ରାମରେ ପ୍ରତିଷ୍ଠିତ ହୋଇଛନ୍ତି ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଠାକୁରଙ୍କ ବାର୍ଷିକ ଭକ୍ତ ସମ୍ମିଳନୀ ଆୟୋଜିତ ହୋଇଥିଲା । ଭକ୍ତି ଏବଂ ସାଧୁ ସନ୍ଥମାନଙ୍କ ଦ୍ଵାରା ହୋମ ଯଜ୍ଞ ସାଙ୍ଗକୁ ଠାକରଙ୍କ ନାମ ଉଚ୍ଚାରଣ କରାଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ସତସଙ୍ଗ କାଯ୍ୟକ୍ରମ । ସଂସାର ଗୃହସ୍ଥ ପ୍ରାଣୀମାନଙ୍କୁ ଭଗବତର ପଥ ଦେଖାଇବା ସହିତ ସଂସାର ମଧ୍ୟରେ ରହି ଭାଗବାନଙ୍କୁ ସ୍ମରଣ କରିବା ନିହାତି ଦରକାର ସେଥିପାଇଁ ଏହା ହିଁ ମାଧ୍ୟମ ବୋଲି କହିଥିଲେ ।

ସମସ୍ତେ ନିରୋଗ ରହିବା ସହିତ ଏକ ସୁସ୍ଥ ସମାଜ ଗଠନ କରି ସମସ୍ତଙ୍କ ମଧ୍ୟରେ ଭାଇଚାରା ବଜାୟ ରଖିବା ଆବଶ୍ୟକ । ରାସ ଉତ୍ସବ, ମଙ୍ଗଳା ଚରଣ, ଗୁରୁ ବନ୍ଦନା ସହିତ ବନ୍ଧ ନୃତ୍ୟ ପରିବେଷଣ କରିଥିଲେ । ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିଲା । ତେବେ ସନାତନ ଧର୍ମର ପ୍ରଚାର ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଛନ୍ତି ବାଙ୍ଗରପଡ଼ା ଆଶ୍ରମର ମୁଖ୍ୟ ପୂଜକ । ଭକ୍ତିମୟ ପରିବେଶରେ ଭାଗବାନଙ୍କ ନାମ ଉଚ୍ଚାରଣ ସହିତ ଏକ ଆଧ୍ୟାତ୍ମିକ ବାତାବରଣ ଭିତରେ ମଜ୍ଜି ରହିଲେ ନିଶ୍ଚିତ ଭାବରେ ଭଗବାନଙ୍କ ଆଶିର୍ବାଦ ପ୍ରାପ୍ତି ହେବ ବୋଲି ବିଶ୍ଵାସ ରହିଛି ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଙ୍କ ଭକ୍ତମାନଙ୍କର ।