ଆଧ୍ୟାତ୍ମିକ

ଉନ୍ନତିକରଣ ଅପେକ୍ଷାରେ ଦେବଭୂମି ହିମାଚଳପ୍ରଦେଶର ଏହି ଶ୍ରୀଜଗନ୍ନାଥ ମନ୍ଦିର

ପୁରୀ(କେନ୍ୟୁଜ୍): ଦେବଭୂମି ହିମାଚଳପ୍ରଦେଶ କାଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ପ୍ରାଗପୁର ଠାରେ ପ୍ରତିଷ୍ଠିତ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିର ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିବା ସହ ଏହାର ଦାୟିତ୍ଵ ଓଡ଼ିଆ ସମାଜ ଓ ହିମାଚଳପ୍ରଦେଶ ସରକାର ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ମନ୍ଦିରରେ ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଭାରତବର୍ଷର ପ୍ରଥମ ହେରିଟେଜ୍ ଗାଁ ହିମାଚଳପ୍ରଦେଶ କାଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ପ୍ରାଗପୁରରେ ୨୦୧୭ ମସିହା ଏପ୍ରିଲ ୨୯ ତାରିଖରେ ଜମି ଦାନ କରିଥିବା ସେଠାକାର ଦୀନେଶ କୌର,ଅଜୟ ସିଂହଲା ,ପ୍ରଫେସର୍ ଲକ୍ଷ୍ମୀନିବାସ ପାଣ୍ଡେ ଓ କେନ୍ଦ୍ରୀୟ ସଂସ୍କୃତ ସଂସ୍ଥାନର ପୂର୍ବତନ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଭବ୍ୟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ ।

ପୁରୀରୁ ଦୁଇ ଜଣ ଶିଳ୍ପୀ ଶଶି ସାହୁ ଓ ରାଜେନ୍ଦ୍ର ମିଶ୍ର ଯାଇ ସେଠାରେ ମନ୍ଦିର ନିର୍ମାଣ କରିଛନ୍ତି । ୧୭ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମନ୍ଦିର ଦେଢ଼ ଏକର ଜମି ଉପରେ ପର୍ଯ୍ୟବେସିତ । ଏଠାରେ ଚତୁର୍ଦ୍ଧା ବିଗ୍ରହଙ୍କ ସହଭୂଦେବୀ ,ଶ୍ରୀଦେବୀ ,ମାଧବ ପୂଜା ପାଉଛନ୍ତି । ଶ୍ରୀମନ୍ଦିର ଭଳି ପ୍ରାଗପୁର ଜଗନ୍ନାଥ ମନ୍ଦିରରେ ଦୈନଦିନ ପୂଜା,ରୀତି ନୀତି କରାଯାଉଛି । ଚଳିତ ବର୍ଷ ରଥଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି କାନ୍ତି ପୁରୀ ମନ୍ଦିର ଭଳି ସମ୍ପନ୍ନ ହୋଇଯାଇଛି । ଚଳିତ ବର୍ଷ ରଥଯାତ୍ରାରେ କିଛି ଓଡ଼ିଶା ଲୋକ ସାମିଲ ହୋଇଥିଲେ ।ଏଭଳିକି ସେଠାକାର ମହିଳାଙ୍କ ଦ୍ଵାରା ପ୍ରତ୍ୟହ ଭଜନ ,କୀର୍ତ୍ତନ କରାଯାଇଥିଲା ।
କରୋନା ମହାମାରୀ ପରେ ପ୍ରାଗପୁର ଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ଆର୍ଥିକ ସମସ୍ୟା ଦେଖାଯାଇଛି । ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ନିଜ ବ୍ୟକ୍ତିଗତ ଉଦ୍ୟମରେ ଏହି ମନ୍ଦିରର ପରିଚାଳନା କରୁଛନ୍ତି । ପ୍ରାଗପୁର ଜଗନ୍ନାଥ ମନ୍ଦିରକୁ ଏକ ବିଶାଳ ଭବ୍ୟ ମନ୍ଦିରରେ ପରିଣତ କରିବା ପାଇଁ ଓଡ଼ିଆ ସମାଜ ,ରାଜ୍ୟସରକାର ,ହିମାଚଳପ୍ରଦେଶ ସରକାର ଆଗେଇ ଆସି ସହଯୋଗ କରିବାକୁ ସ୍ଥାନୀୟ ଭକ୍ତ ସାଲବେଗ ସ୍ମୃତି ପୀଠରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଭାବ ବିନିମୟ କରି ପ୍ରତିଷ୍ଠାତା ଏହା କହିଥିଲେ ।

ତେବେ ଯଦି ହିମାଚଳପ୍ରଦେଶ କାଙ୍ଗ୍ରା ଜିଲ୍ଲା ଅନ୍ତର୍ଗତ ପ୍ରାଗପୁରର ପ୍ରତିଷ୍ଠିତ ଭବ୍ୟ ଶ୍ରୀଜଗନ୍ନାଥ ମନ୍ଦିରର ଉନ୍ନତିକରଣ ପାଇଁ ସହଯୋଗ ମିଳନ୍ତା ମହାନ୍ ତେବେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର,ପ୍ରସାର ହେବାସହ ପର୍ଯ୍ୟଟନ ଦୃଷ୍ଟିକୋଣରୁ ମଧ୍ୟ ଅଞ୍ଚଳର ଉନ୍ନତି ହୋଇପାରିନ୍ତା ବୋଲି ସଭିଏଁ ଆଶା ରଖିଛନ୍ତି ।

 

Sonalisa

Recent Posts

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

7 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

21 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

26 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

57 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago