କାଠ ଠାରୁ ନେଇ ସୁନା ଯାଏ, ହଜାର ହଜାର ଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି ଏଠାରେ

ହିଞ୍ଜିଳିକାଟୁ: ଗଣେଶ ପୂଜା ପାଇଁ ସାରା ରାଜ୍ୟ ଉତ୍ସବ ମୁଖର । ଚାରିଆଡ଼େ ଆଧ୍ୟାତ୍ମିକତାର ବାତାବରଣ । ଅଗ୍ରପୂଜ୍ୟ ଗଜାନନଙ୍କଙ୍କ ପୂଜା କରିବାକୁ ଛାତ୍ରଛାତ୍ରୀମାନେ ବେଶ ଉତ୍ସାହର ସହ ଦିନଟିକୁ ପାଳନ କରିଥିବାବେଳେ, ବିଭିନ୍ନ ପୂଜା ମଣ୍ଡପରେ ବି ଆଡମ୍ବର ସହକାରେ ପୂଜା କରାଯାଇଛି ।

ତେବେ ଏହି ପରିପେକ୍ଷୀରେ ଗୋଟିଏ ସ୍ଥାନରେ ପୂଜା ପାଇଲେ ହଜାର,ହଜାର ଗଣେଶ ମୂର୍ତ୍ତି ।  ଭାଦ୍ରବ ଶୁକ୍ଳ ପକ୍ଷ ଗଣେଶ ଚତୁର୍ଥୀ ।  ଗତକାଲି ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ଗାଁ ଠାରୁ ସହର ଯାଏଁ ସବୁଠି ବଡ ଧୂମଧାମ୍ ରେ ପାଳନ କରାଯାଇଛି । ପୂଜାକୁ ନେଇ ଚଳଚଞ୍ଚଳ ଉଠିଉଠିଛି ସାରା ପରିବେଶ ।

ତେବେ ଏହି ଅବସରରେ ଗଞ୍ଜାମ ଜିଲ୍ଲା ଆସିକାର ଏକ ସ୍କୁଲ ପକ୍ଷରୁ ନିଆରା ଗଣେଶ ପୂଜା ଦେଖିବାକୁ ମିଳିଛି । ଯେଉଁଠି ଗୋଟିଏ ସ୍ଥାନରେ ପୂଜା ପାଉଛନ୍ତି ଭଳି କି ଭଳି ହଜାର ହଜାର ଗଣେଶ ପ୍ରତିମୂର୍ତ୍ତି । ସ୍କୁଲର ୧୦ ଟି କୋଠରୀରେ ଏହି ଗଣେଶ ପ୍ରତିମୂର୍ତ୍ତିର ବିଗ୍ରହ ଗୁଡ଼ିକୁ ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଗଣେଶ ମୂର୍ତ୍ତି ଗୁଡ଼ିକୁ ଦେଖିବା ପାଇଁ  ଲୋକ ମାନଙ୍କ ଭିଡ ଜମୁଛି ।

ତେବେ ସ୍କୁଲ ପକ୍ଷରୁ ଏସବୁ ଗଣେଶ ପ୍ରତିମୂର୍ତ୍ତି ଗୁଡ଼ିକୁ ଅନେକ ଦିନ ଧରି ସଂଗ୍ରହ କରି ରଖାଯାଇଛି । ଯେଉଁଥିରେ ସ୍ଥାନ ପାଇଛି ଅନେକ ବିରଳ ଗଣେଶ ମୂର୍ତ୍ତି । ତମ୍ବା,ପିତଳ, ରୂପା ଓ ସୁନାର ଗଣେଶ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ହାତ ତିଆରି ମାଟିର ଗଣେଶ ମୂର୍ତ୍ତି, କାଚ ଏବଂ କାଠ ଗଣେଶ ପ୍ରତିମୂର୍ତ୍ତି  ରହିଛି । ଯାହା ଖୁବ୍ ସୁନ୍ଦର ଦେଖାଯାଉଥିବାବେଳେ, ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ।

 

 

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like