ଆଧ୍ୟାତ୍ମିକ

ଶ୍ରୀ ହରିବଳଦେବ ଜୀଉଙ୍କର ଆଜି ବାହୁଡ଼ା ଯାତ୍ରା

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କର ଆଜି ହେଉଛି ପବିତ୍ର ବାହୁଡ଼ା ଯାତ୍ରା । ପରମ୍ପରା ଅନୁସାରେ ଗତକାଲି ଏଠାରେ ସୁନାବେଶ ଅନୁଷ୍ଠିତ ହୋଇଥିଲା। ପୁରୀରେ ଆଜି ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ, ବାରିପଦାରେ କିନ୍ତୁ ପରମ୍ପରା ଟିକେ ଭିନ୍ନ । ପରମ୍ପରା ଅନୁଯାୟୀ ଗତକାଲି ମାଉସୀ ମା’ ମନ୍ଦିରରେ ଶ୍ରୀଜୀଉଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ମାଉସୀ ମା’ ମନ୍ଦିରରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ପରେ ସନ୍ଧ୍ୟାରେ ଗୋଟି ପହଣ୍ଡିରେ ରଥାରୂଢ ହୁଅନ୍ତି ଚତୁର୍ଦ୍ଧାମୁର୍ତ୍ତି । ବଡଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଜଗତର ନାଥ ଜଗନ୍ନାଥଙ୍କୁ ରଥାରୁଢ କରାଗଲା ପରେ ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା । ଗତକାଲି ଭକ୍ତମାନେ ଶ୍ରୀଜୀଉଙ୍କୁ ସୁନାବେଶରେ ଦର୍ଶନ କରିଥିଲେ।

ଉତ୍କଳୀୟ ସଂସ୍କୃତିର ପରିଚୟ ତଥା ଜଗତର ନାଥ ଜଗନ୍ନାଥଙ୍କ ଏ ହେଉଛି ଦ୍ୱାରିକା ବେଶ ଅର୍ଥାତ ସୁନା ବେଶ । ପୁରୀରେ ଶ୍ରୀଜୀଉମାନେ ରଥ ଉପରେ ଥାଇ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଉଥିବା ବେଳେ ଏଠାକାର ପରମ୍ପରା କିନ୍ତୁ ନିଆରା । ରାଜାରାଜୁଡା ଆମଳରୁ ଆରମ୍ଭ ହୋଇଥିବା ଶ୍ରୀଜୀଉମାନଙ୍କ ସୁନାବେଶ ଏଠି ମାଉସୀମା ମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ପୁରାଣ ବର୍ଣ୍ଣିତ ଅନୁଯାୟୀ ତତ୍କାଳୀନ ମହାରାଜା ବୈଦ୍ୟନାଥ ଭଞ୍ଜଦେଓ ଶ୍ରୀଜୀଉଙ୍କୁ ମାଉସୀମା ମନ୍ଦିରରେ ସୁନାବେଶରେ ଦେଖିବାକୁ ଚାହିଁଥିଲେ । ଆଉ ସେହି ଦିନଠାରୁ ଶ୍ରୀଜୀଉ ମାଉସୀ ମା ମନ୍ଦିରରେ ସୁନାବେଶରେ ଦର୍ଶନ ଦେଉଛନ୍ତି । ସୁନାବେଶରେ ଦର୍ଶନ ପରେ ଗତ କାଲି ସନ୍ଧ୍ୟାରେ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ ହୋଇଛନ୍ତି । ଆଜି ହୋଇଛି ବାହୁଡା ରଥଟଣା ।

ଗତ କାଲି ମହାପ୍ରଭୂଙ୍କୁ ସୁନାବେଶ ଦର୍ଶନ ପାଇଁ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କଲେ ଲକ୍ଷେ ଯଜ୍ଞର ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ସେହି ବିଶ୍ୱାସକୁ ନେଇ ଦର୍ଶନ ପାଇଁ ଭିଡ ଲଗାଇଥିଲେ ଶ୍ରଦ୍ଧାଳୁ । ପ୍ରାୟ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଆଜି ବାହୁଡା ପାଇଁ ଭକ୍ତଙ୍କ ସମାଗମକୁ ଲକ୍ଷ କରି ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି ।

ସେହିପରି ଆଜି ଶ୍ରୀକ୍ଷେତ୍ର ରେ ମହାପ୍ରଭୁଙ୍କ ସୁନାବେଶ ପାଳନ କରାଯାଉଛି । ପ୍ରଭୁଙ୍କର ବର୍ଷକୁ ପାଞ୍ଚଥର ସୁନାବେଶ ହୋଇଥାଏ । ତେବେ ରଥ ଉପରେ ସୁନାବେଶ ସ୍ୱତନ୍ତ୍ର ପ୍ରକାରେ କରଯାଏ । ଏହି ବେଶରେ ଶ୍ରୀବିଗ୍ରହମାନେ ବିଭିନ୍ନ ପ୍ରକାର ଅଳଙ୍କାରରେ ଭୂଷିତ ହୁଅନ୍ତି । ବଡ଼ ଠାକୁର ଶ୍ରୀ ବଳଭଦ୍ର ପିନ୍ଧନ୍ତି ଶ୍ରୀପୟର, ଶ୍ରୀଭୁଜ, କିରିଟି, ଘାଗଡ଼ା ମାଳି, କଦମ୍ବ ମାଳି, କୁଣ୍ଡଳ, ଆଡକାନି, ଚନ୍ଦ୍ରିକା, ବାହାଡ଼ ମାଳି, ବାଘନଖ, ସେବତୀ ମାଳି, ତିଳକ, ତ୍ରିଖଣ୍ଡିକା, କମରପଟି ଆଦି । ସେହିପରି ମାତା ସୁଭଦ୍ରା କିରିଟି, ଓଡ଼ିଆଣୀ, କାନ, ତଗଡ଼ି, ସେବତୀ ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, କାନଫୁଲ ଆଦି ପରିଧାନ କରନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ ପରିଧାନ କରନ୍ତି କିରିଟି, ଶ୍ରିପୟର, ଶ୍ରୀଭୁଜ, ସ୍ୱର୍ଣ୍ଣଚକ୍ର, ରୌପ୍ୟ ଶଙ୍ଖ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ତ୍ରିଖଣ୍ଡିକା, କମରପଟି ।

ଜୟବିଜୟ ଦ୍ୱାରରେ ଥିବା ଶିଳାଲେଖ ଅନୁସାରେ ୧୪୬୦ ମସିହାରେ ରଜା କପିଳେନ୍ଦ୍ର ଦେବ ଦକ୍ଷିଣ ବିଜୟରୁ ଫେରିବା ପରେ ୧୬ଟି ହାତୀ ପିଠିରେ ସୁନା ଅଳଙ୍କାର ବୋଝେଇ କରି ଆଣିଥିଲେ । ଏହାକୁ ସେ ଶ୍ରୀଜୀଉଙ୍କୁ ସମର୍ପଣ କରିଥିଲେ । ପରେ ବଡ଼ତଡ଼ାଉଙ୍କ ପରାମର୍ଶରେ ସେହି ସବୁ ଅଳଙ୍କାରରେ ମହାପ୍ରଭୁଙ୍କ ସୁନାବେଶ କରାଯାଉଛି। ସେଥିପାଇଁ ଗୁଣ୍ଡିଚା ମନ୍ଦିରରୁ ଲେଉଟିବା ପରେ ବଡ଼ ଏକାଦଶୀ ତିଥିରେ ସିଂହଦ୍ୱାର ସମ୍ମୁଖରେ ଶ୍ରୀବିଗ୍ରହମାନଙ୍କର ସୁନାବେଶ କରାଯାଏ । ଯାହାକୁ ଜାତି ଧର୍ମ ନିର୍ବିଶେଷରେ ସବୁ ଭକ୍ତ ଦର୍ଶନ କରି ପାରିବେ । ପାଳିଆ, ପୁଷ୍ପାଳକ, ଦଇତାପତି, ଖୁଣ୍ଟିଆ ମେକାପ, ତଳୁଚ୍ଛ, ଭିତରଚ୍ଛ ପ୍ରମୁଖ ଠାକୁରମାନଙ୍କୁ ସୁନାବେଶ କରାଇଥାନ୍ତି ।

D Sonali

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

13 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

19 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

33 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago