ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କର ସ୍ୱନକ୍ଷତ୍ର ଦିବସ, ସାବିତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମାଆ

ଯାଜପୁର ଟାଉନ୍ : ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କର ସ୍ୱନକ୍ଷତ୍ର ଦିବସ । ଏଥିପାଇଁ ମାଆଙ୍କୁ ଦର୍ଶନ କରିବା ଓ କୃପା ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏଥିପାଇଁ ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ପ୍ରାତଃ ସମୟରେ ମାଆଙ୍କୁ ସ୍ନାନ କରାଯାଇ ସ୍ୱତନ୍ତ୍ର ଭାବେ ସାବିତ୍ରୀ ବେଶରେ ସଜ୍ଜିତ କରାଯାଇ ପିଠା ଭୋଗ ନୈବିଦ୍ୟ ଅର୍ପଣ କରାଯାଇଛି ।

ଦେଖନ୍ତୁ  କେମିତି ଏହି ପବିତ୍ର ତ୍ରୀବେଣୀ ଅମାବାସ୍ୟା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର ହୋଇ ଉଠିଛି ଚଳଚଞ୍ଚଳ । ଆଜିର ଦିନରେ ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ଆର୍ବିଭୂତା ହୋଇଥିଲେ ମାଆ ବିରଜା । ପ୍ରାତଃ ସମୟରେ ମାଆଙ୍କୁ ମହାସ୍ନାନ କରାଯାଇ ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି । ପରେ ମାଆ ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି ମାଆ ।  ମନ୍ଦିର ପରିସରରେ ବେଦମନ୍ତ୍ରପାଠ କରାଯାଇ ମାଆଙ୍କୁ ଆବହନ କରାଯାଉଛି । ମାଆଙ୍କ ଜନ୍ମଦିନରେ ମାଆଙ୍କୁ ସାବିତ୍ରୀ ବେଶରେ ଦର୍ଶନ କରି କୃପା ଭିକ୍ଷା କରିଛନ୍ତି ଶ୍ରଦ୍ଧାଳୁ । ମାଆଙ୍କର ସାବିତ୍ରୀ ବେଶକୁ ଦର୍ଶନ କରି ଶ୍ରଦ୍ଧାଳୁଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ମାଆଙ୍କ ସ୍ୱନକ୍ଷେତ୍ର ଦିବସ ଅବସରରେ ମନ୍ଦିରକୁ ସୁନ୍ଦର ଭାବେ ପ୍ରଶାସନ ପକ୍ଷରୁ ସଜ୍ଜିତ କରାଯାଇଛି । ମନ୍ଦିର ବାହାରେ ସୁନ୍ଦର ବାଲୁକାକଳା ମାଧ୍ୟମରେ ମାଆଙ୍କୁ ଆରାଧନା କରାଯାଇଛି । ମାଆଙ୍କୁ ଦର୍ଶନ କରିବା ପାଇଁ ବଡି ଭୋରୁ ଶ୍ରଦ୍ଧାଳୁଙ୍କର ଭିଡ ଦେଖିବାକୁ ମିଳିଥିଲା । ସଂଧ୍ୟାରେ ମନ୍ଦୀର ପ୍ରଶାସନ ପକ୍ଷରୁ ଭଜନ ସନ୍ଧ୍ୟା ସମେତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ , ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କର ସ୍ୱନକ୍ଷତ୍ର ଦିବସ ଅବସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ଭିତରେ ଓ ବାହାରେ ବ୍ୟାପକ ପୋଲିସ୍ ମୁତୟନ ହୋଇଛନ୍ତି । ଏହି ଦିନରେ ମାଆଙ୍କର ଦର୍ଶନ ନିମନ୍ତେ ଯାଜପୁର ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏକାଠି ହୋଇ ମାଆଙ୍କ କୃପା ଭିକ୍ଷା କରିଛନ୍ତି ।

You might also like