ଆଧ୍ୟାତ୍ମିକ

ଆଠମଲ୍ଲିକରେ ପ୍ରଚଳିତ ପାରମ୍ପରିକ ଲୋକନୃତ୍ୟ ଦଣ୍ଡ ଆୟୋଜିତ, ଦର୍ଶକ ମାନଙ୍କୁ କରୁଛି ବେଶ ଆନନ୍ଦିତ

ଓଡିଶାର ବିଭିନ୍ନ ଅଞ୍ଚଳର ଦଣ୍ଡ ନୃତ୍ୟ ମଧ୍ୟରେ ଆଠମଲ୍ଲିକର ଦଣ୍ଡ ନୃତ୍ୟରେ ବିଶେଷ ଆକର୍ଷଣ ରହିଛି । ଏହି ନୃତ୍ୟ ସହିତ ସଂଯୋଜିତ ଶୈଳୀ ଓ ସଂଗୀତର ନିଜସ୍ୱ ସ୍ୱତନ୍ତ୍ରତା ରହିଛି । ଏହା ଏକ ଶାରୀରିକ ନୃତ୍ୟ କୌଶଳ ହେଲେ ହେଁ ଏଥିରେ ଧର୍ମ ଧାରଣା ଓ ସାମାଜିକ ସାଂସ୍କୃତିକ ଦୃଷ୍ଟିଭଙ୍ଗୀ ଅନ୍ତରଙ୍ଗ ଭାବେ ଜଡିତ । ଶିବ ପୁରାଣର ଶୈବ ଚନ୍ଦ୍ରିକାର କଥାବସ୍ତୁକୁ ଆଧାର କରି ଦଣ୍ଡ ନୃତ୍ୟ ସୃଷ୍ଟି ହୋଇଛି ବୋଲି କୁହାଯାଏ । ଗଡଜାତ ଅମଳରୁ ଆଠମଲ୍ଲିକରେ ପ୍ରଚଳିତ ପାରମ୍ପରିକ ଲୋକନୃତ୍ୟ ଦଣ୍ଡ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆୟୋଜିତ ହୋଇଯାଇଛି ।

ବିଷୁବ ସଂକ୍ରାନ୍ତିର ଅବ୍ୟବହିତ ପୂର୍ବରୁ ୧୩, ୧୭ କିମ୍ବା ୨୧ ଦିନ ପୂର୍ବରୁ ଦଣ୍ଡ ପର୍ବ ଆରମ୍ଭ ହୋଇଥାଏ । ଶୈବ ଉପାସକମାନେ ଦେବ ଦେବ ମହାଦେବ, ମା ପାର୍ବତୀ ଏବଂ ମା କାଳୀଙ୍କୁ ମନ୍ଦିରରୁ ଆବାହନ କରି ବିଭିନ୍ନ ଗ୍ରାମ ଅଭିମୁଖେ ଯାତ୍ରା କରିଥାନ୍ତି । ମାନସିକଧାରୀମାନଙ୍କ ଦାଣ୍ଡ ଦୁଆରେ ପହଞ୍ଚି ବନ୍ଦାଣ ଘେନି ଥାନ୍ତି ଏବଂ ଅପରାହ୍ନରେ ଧୂଳି ଦଣ୍ଡ, ସନ୍ଧ୍ୟାରେ ପାଣି ସେବା ଏବଂ ରାତ୍ରିରେ ଷୋହଳ ସୁଆଙ୍ଗ ମାଧ୍ୟମରେ ନୃତ୍ୟ ଗୀତ ପରିବେଷଣ କରିଥାନ୍ତି । ପାଣି ଦଣ୍ଡ ବିଶେଷ ଭାବରେ କୃଷିଭିତ୍ତିକ । ଏଥିରେ ଚାଷ ପାଇଁ କ୍ଷେତ ପ୍ରସ୍ତୁତ ଠାରୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ପ୍ରତୀକାତ୍ମକ ଭାବରେ ବିଭିନ୍ନ କୌଶଳ କ୍ରମରେ ନୃତ୍ୟ ପରିବେଷଣ କରିଥାନ୍ତି ।

ସେହିପରି ରାତ୍ରି କାଳରେ ଷୋହଳ ସୁଆଙ୍ଗ ପୌରାଣିକ କଥାବସ୍ତୁ ଉପରେ ଆଧାରିତ । ସେଥି ମଧ୍ୟରେ ଝୁଣା ଖେଳ, ପରଭା, ଶିବ ପାର୍ବତୀ, ଚଢ଼େୟା ଓ ଚଢ଼େୟାଣୀ, ଶବର- ଓ ଶବରୁଣୀ, ପତରସଉରା ଓ ସୌରାଣୀ ଏବଂ ବିଣାକାର ଚରିତ୍ରରେ ନୃତ୍ୟ କୌଶଳ ବେଶ ଆକର୍ଷଣୀୟ । ଏହା ବ୍ୟତୀତ ସାମାଜିକ ଚଳଣି ଏବଂ ପରମ୍ପରାକୁ ଆଧାର କରି ମନୋରଞ୍ଜନ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ବେଶ ଆନନ୍ଦିତ କରିଥାଏ ।

ଚଳିତ ବର୍ଷ ଆଠମଲ୍ଲିକର ବିଭିନ୍ନ ଶୈବ ପୀଠରୁ ଶିବ ପାର୍ବତୀ ଏବଂ ମା କାଳୀ ମନ୍ଦିରରୁ ବାହାରି ବିଭିନ୍ନ ଗ୍ରାମ ରେ ଥିବା ଭକ୍ତ ଉପାସକ ମାନଙ୍କୁ ଦର୍ଶନ ଦେବା ସହିତ ଦଣ୍ଡ ପର୍ବରେ ସାମିଲ ହୋଇଥିବା ଶିବ ଭକ୍ତମାନେ ଦଣ୍ଡ ନୃତ୍ୟ ପରିବେଷଣ କରିଥିଲେ । ଆଠମଲ୍ଲିକ ସହରର ରାମେଶ୍ୱର ପାଟଣାରେ ଥିବା ଶୈବ ପୀଠରେ ଗଡ଼ୁଆ ଦଣ୍ଡ, ଲିପିଲୋଈ ଗ୍ରାମ ସ୍ଥିତ ବାବା ଧବଳେଶ୍ୱର ଦଣ୍ଡ ଏବଂ ବଘୁଆକଟା ଗ୍ରାମ ସ୍ଥିତ ବାବା ଭୁବନେଶ୍ୱର ଦଣ୍ଡ ମହା ବିଷୁବ ସଂକ୍ରାନ୍ତି ଅବସରରେ ଉଦଯାପିତ ହୋଇ ଯାଇଛି । ଏହି ଅବସରରେ ରାମେଶ୍ୱର ପାଟଣା ଠାରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଦଣ୍ଡୁଆମାନେ ନିଆଁରେ ଚାଲି ତାଙ୍କର ଭକ୍ତି ପରାକାଷ୍ଠା ପ୍ରଦର୍ଶନ କରିଥିଲେ । ତେବେ ଏପରି ଭାବେ ବିଷୁବ ସଂକ୍ରାନ୍ତି ଅବସରରେ ଆଠମଲ୍ଲିକରେ ସମ୍ପୂର୍ଣ୍ଣ ହୋଇଛି ପାରମ୍ପରିକ ଲୋକନୃତ୍ୟ ଦଣ୍ଡ ପର୍ବ ।

D Sonali

Recent Posts

ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି ,…

5 mins ago

ବାରବାଟୀରେ ଖେଳାଯିବ ଓ୍ଵାନ-ଡେ ମ୍ୟାଚ୍‌, ଫେବ୍ରୁଆରୀ ୯ରେ ହେବ ଖେଳ

କେନ୍ୟୁଜ(ବ୍ୟୁରୋ) : ବାରବାଟୀରେ ଖେଳାଯିବ ଭାରତ-ଇଂଲଣ୍ଡ ଓ୍ଵାନ ଡେ ମ୍ୟାଚ୍‌ । ୨୦୨୫ ଫେବ୍ରୁଆରୀ ୯ ତାରିଖ ରବିବାରରେ ଖେଳାଯିବ…

6 mins ago

୭୫ ବର୍ଷ ବୟସରେ ତିନିଚକିଆ ଗାଡିରେ ଘର ଘର ବୁଲି ପରିବା ବିକୁଛନ୍ତି ଦିବ୍ୟାଙ୍ଗ

ସୋରଡା (କେନ୍ୟୁଜ) : ଏଇ ବୋଧେ ଜୀବନ । ଆଉ ଏ ଜୀବନରେ ଇଏ ବୋଧେ ସଂଘର୍ଷ । ତିନି…

20 mins ago

ତାତି ନେଉଛି ଜୀବନ, ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ତାତି ନେଉଛି ଜୀବନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିଲ୍ଲୀରେ ୧୯୨ ଜଣଙ୍କ ମୃତ୍ୟୁ ହୋଇଥିବା…

21 mins ago

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

1 hour ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

1 hour ago