ମହାପ୍ରଭୁଙ୍କ ଭୋଗ ସହ ଶୁଖିଲି ଭୋଗର ରହିଛି ଏକ ନିବିଡ ସମ୍ପର୍କ, ଯାହାକୁ  ପହଞ୍ଚାଇ ଥାଏ ତାଳପତ୍ର ଭୋଗେଇ

ପିପିଲି :  ତାଳପତ୍ରର ଖୁବ୍ ନିବିଡ ସଂପର୍କ ରହିଛି ଆମ ଜଗନ୍ନାଥ ସଂସ୍କୃତି ସହିତ ।  ତାଳପତ୍ର ଭୋଗେଇ ଦେଖିଦେଲେ ଆପେ ଆପେ ମହାପ୍ରଭୁଙ୍କ ଶୁଖୁଲି ଭୋଗର କଥା ମନକୁ ଚାଲିଆସେ ।  ତେବେ ଏହି ତାଳପତ୍ର ଭୋଗେଇ ଏକ ଭିନ୍ନ ପରିଚୟ ଦେଇଛି ପୁରୀ ଜିଲ୍ଲା ପିପିଲି ବ୍ଲକର ହାଟସାହି ପଞ୍ଚାୟତର ଲହଙ୍ଗା ଗାଁ କୁ । ଗାଁରେ ରହୁଥିବା ପ୍ରାୟ ପଚିଶଟି ପରିବାର ।  ଗାଁର ଲୋକମାନେ ତାଳପତ୍ରରେ ତିଆରି କରନ୍ତି ଭୋଗେଇ ବା ପେଟି  ।  ବର୍ଷ ତମାମ୍ ଏମାନେ ତିଆରି କରିଥାନ୍ତି ଏହି ଭୋଗେଇ  ।   ବିଶେଷ କରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ଅବସରରେ ଚଳ ଚଞ୍ଚଳ ହୋଇ ଉଠିଥାଏ ଏହି ଗାଁ  ।

ଆଖପାଖ ଗାଁର ତାଳଗଛକୁ ନିଲାମରେ ନେଇଥାନ୍ତି ପାଟପୁର ଗ୍ରାମର ଲୋକେ । ଗଛରେ ଚଢି ତାଳପତ୍ରକୁ ହାଣି ତାକୁ ଆଣିଥାନ୍ତି ଗାଁକୁ । ଏହାପରେ ପାଣିରେ କସା ଯାଇ କିଛି ଦିନ ପରେ ବାହାରକୁ ଅଣାଯାଇ ଖରାରେ ଶୁଖାଯାଇଥାଏ  ।  ଶୁଖିଯିବା ପରେ ଗୋଟି ଗୋଟି କରି ଖରାରେ ଭଲ ଭାବରେ ଶୁଖା ଯାଇଥାଏ  ।ଶୁଖିବା ପରେ ସାଇଜ କରି କାଟି ଏମିତି ସବୁ ନାଲି ନୀଳ ସହିତ ବିଭିନ୍ନ ରଙ୍ଗରେ ଆଛାଦିତ କରାଯାଇ ଭଲ ଭାବରେ ଶୁଖାଯାଇ ଆରମ୍ଭ ହୋଇଥାଏ  ।   ଭୋଗେଇ ତିଆରି ଗ୍ରାମର ଛୋଟ ଠାରୁ ବଡ ସ୍ତ୍ରୀ ଲୋକଙ୍କ ଠାରୁ ଆରମ୍ଭ କରି ପୁରୁଷ ଲୋକଙ୍କ ପର୍ଯ୍ୟନ୍ତ  ସମସ୍ତେ ଲଗି ପଡନ୍ତି ଏହି  କାର୍ଯ୍ୟରେ । ଏପରି ସେବା କରିବା ଫଳରେ ନିଜକୁ ବେଶ ଭଲ ଲାଗିଥାଏ ବୋଲି ବିଶ୍ଵାସ ରହିଛି ଏହି ବୁଣାକାରମାନଙ୍କର ।

ତେବେ ଏହି ତାଳପତ୍ର ପେଡ଼ି ର ନାମ କରଣ ମଧ୍ୟ ରହିଛି । ଚାରି ପତରିଆ ପାଚ ପତରିଆ ଛଅ ପତରିଆ ସାତ ପତରିଆ ଏବଂ ଆଠ ପତରିଆ ରହିଛି । ତେବେ ମହାପ୍ରସାଦ ପାଇଁ ଦଶ ପତରିଆ ପେଡ଼ି ତିଆରି କରାଯାଇଥାଏ  ।  ତାଳପତ୍ର ପେଡ଼ିରେ ଭୋଗ ରହିଲେ ଭୋଗ ଦୀର୍ଘ ଦିନ ଧରି ରହିଥାଏ  । ମାତ୍ରାଧିକ ପଲିଥିନ ଯୋଗୁଁ ପରିବେଶ ଅସନ୍ତୁଳନ କଥା ଯେତେବେଳେ ସାରା ବିଶ୍ଵକୁ ଚିନ୍ତାରେ ପକାଇ ଦେଇଛି ।  ସେତେବେବେଳେ ତାଳପତ୍ରରେ ତିଆରି ଏହିଭଳି ଜିନିଷ ଏହି ସମସ୍ୟାରେ ନିଶ୍ଚୟେ ଏକ ସମାଧାନର ଦିଗ କାରୀଗରଙ୍କୁ ଜୀବନ ଜୀବିକା  ଯୋଗାଇବା ସହ ନିକଟତର କରୁଛି ଆମ ମହାନ୍ ଶ୍ରୀଜଗନ୍ନାଥ ସଂସ୍କୃତି  ।