ମହାକୁମ୍ଭ ମେଳାରେ କେଉଁ ଦେବତା ଏବଂ ଦେବୀଙ୍କୁ ପୂଜା କରାଯାଏ

ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ ହେଉଛି ମହାକୁମ୍ଭ ମେଳା । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି କୁମ୍ଭ ମେଳା । ସନାତନ ଧର୍ମରେ ମହାକୁମ୍ବ ମେଳାର ମହତ୍ତ୍ୱ ରହିଛି । ଧାର୍ମିକ ପର୍ବ ୧୩ ଜାନୁଆରୀରୁ ଆରମ୍ଭ ହୋଇଥିଲା, ଯାହାକି ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ମହାକୁମ୍ଭ ଅମୃତ ସ୍ନାନର ମହତ୍ତ୍ବ ରହିଛି । ଏହି ସଂପର୍କରେ ପ୍ରଥମ ଅମୃତ ସ୍ନାନ, ଦ୍ୱିତୀୟ ଅମୃତ ସ୍ନାନ ୨୯ ଜାନୁଆରୀରେ ଏବଂ ତୃତୀୟ ଅମୃତ ସ୍ନାନ ୩ ଫେବୃଆରୀରେ ଅନୁଷ୍ଠିତ ହେବ । ଅମୃତ ସ୍ନାନ କରିବାର ପ୍ରଥମ ଅଧିକାର ନାଗା ସାଧୁଙ୍କୁ ଦିଆଯାଇଛି । ନାଗା ସାଧୁ ଭୋଲେ ଶଙ୍କରଙ୍କ ଉପାସକ ବୋଲି ବିବେଚନା କରାଯାଏ । ମହାକୁମ୍ଭ ମେଳା ସମୟରେ ସ୍ନାନ କରିବା ସହିତ ଭଗବାନ ଏବଂ ଦେବୀଙ୍କ ପୂଜା ମଧ୍ୟ କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ମହାକୁମ୍ଭ ମେଳାରେ କେଉଁ ଦେବତା ଏବଂ ଦେବୀଙ୍କୁ ପୂଜା କରାଯାଏ …
କେଉଁ ଦେବତାଙ୍କୁ ପୂଜା କରାଯାଏ ?
ମହାକୁମ୍ଭର ଆରମ୍ଭ ସମୁଦ୍ର ମନ୍ଥନ ପରେ ଆରମ୍ଭ ହୋଇଥାଏ । ଯେତେବେଳେ ଦେବତା ଏବଂ ଅସୁରମାନେ ସମୁଦ୍ରରୁ ଚଉଦଟି ରତ୍ନ ବାହାର କରିଥିଲେ, ସେଥିମଧ୍ୟରୁ ଗୋଟିଏ ଅମୃତଭଣ୍ଡାର ଥିଲା। ଯେଉଁଥିପାଇଁ ଦେବତା ଏବଂ ଅସୁର ମାନଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ବିଶ୍ବାସ କରାଯାଏ ଯେ ଯୁଦ୍ଧ ସମୟରେ ଅମୃତ କଳସରୁ କିଛି ବୁନ୍ଦା ପୃଥିବୀ ଉପରେ ପଡିଥିଲା, ଯେଉଁ କାରଣରୁ ମହାକୁମ୍ବ ଆରମ୍ଭ ହୋଇଥିଲା । ଅବଶ୍ୟ, ସମୁଦ୍ର ମନ୍ଥନ ସମୟରେ ହଳାହଳ ବିଷ ପ୍ରଥମେ ଉତ୍ପନ୍ନ ହୋଇଥିଲା, ପରେ ଚାରିଆଡେ ହାହାକାର ପଡ଼ିଯାଇଥିଲା ।
ଏହା ପରେ ମହାଦେବ ଆଗକୁ ଆସି ହଳାହଳ ବିଷ ପିଇ ତାଙ୍କ ଗଳାରେ ବିଷକୁ ଅଟକାଇ ଦେଲେ । ଏହି କାରଣରୁ ମହାଦେବଙ୍କ ନାମ ନୀଳକଣ୍ଠ ରଖାଯାଇଥିଲା । ତାପରେ, ବିଷର ଉତ୍ତାପରୁ ଶୀତଳତା ଯୋଗାଇବା ପାଇଁ ଦେବତା ଏବଂ ସାଧୁମାନେ ମହାଦେବଙ୍କୁ ପାଣି, କ୍ଷୀର ଇତ୍ୟାଦିରେ ଅଭିଷେକ କଲେ । ସେବେଠାରୁ ମହାଦେବଙ୍କ ଜଳାଭିଷେକ ପୂଜା ଆରମ୍ଭ ହୋଇଥିଲା । ଏହି କାରଣରୁ ମହାକୁମ୍ଭ ମେଳାରେ ମହାଦେବଙ୍କୁ ପୂଜା କରାଯାଏ ।
ଏହାସହ ଅମୃତ କଳସ ଅସୁରମାନଙ୍କଠାରୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ମୋହିନୀ ରୂପରେ ଏହାକୁ ଦେବତା ମାନଙ୍କ ମଧ୍ୟରେ ବାଣ୍ଟିଥିଲେ । ଯେଉଁଥିପାଇଁ ଭଗବାନ ବିଷ୍ଣୁଙ୍କୁ ମଧ୍ୟ ପୂଜା କରାଯାଏ । ଭଗବାନ ବିଷ୍ଣୁଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବାର ପରମ୍ପରା ମଧ୍ୟ ରହିଛି । ଏହା ସହିତ ମାତା ଗଙ୍ଗାଙ୍କୁ ମଧ୍ୟ ମହାକୁମ୍ବରେ ପୂଜା କରାଯାଏ ।