ଶ୍ରାବଣ ମାସ ବିଶେଷ ରୂୂପେ ଭଗବାନ ଶଙ୍କରଙ୍କୁ ସମର୍ପିତ କରାଯାଇଛି। ଏହି ମାସକୁ ପବିତ୍ର ମାସ ରୂପେ ମନାଯାଏ । ଭଗବାନ ଶିବଙ୍କ ଏହି ମାସରେ ଅନେକ ଭକ୍ତ ଶିବଙ୍କ ପାଇଁ ବ୍ରତ ଉପବାସ ରଖିଥାନ୍ତି। ତେବେ ଏହା ପ୍ରମୁଖ ରୂପେ ୨ ପ୍ରକାରର ଥାଏ । ପ୍ରଥମ ଆକାଶୀୟ ବା ଉଲ୍କା ଶିବଲିଙ୍ଗ ଏବଂ ୨ୟ ପାରଦ ଶିବଲିଙ୍ଗ । କିନ୍ତୁ ପୌରାଣିକ ମାନ୍ୟତା ଅନୁଯାୟୀ, ଏହା ୬ ପ୍ରକାରର। ତାହା ହେଉଛି ଦେବଲିଙ୍ଗ, ପୁରାଣ ଲିଙ୍ଗ, ବରଫ ଶିବଲିଙ୍ଗ, ଭୂତେଶ୍ୱର ଶିବଲିଙ୍ଗ, ପ୍ରାକୃତିକ ଶମ୍ଭୁ ଶିବଲିଙ୍ଗ, ସିଦ୍ଧେଶ୍ୱର ଶିବଲିଙ୍ଗ। ଏମିତି ଅନେକ ନାମରେ ଶିବଲିଙ୍ଗ ଦୁନିଆରେ ଆବିର୍ଭାବ ହୋଇଛନ୍ତି। ତାହା ଗଣିବା ଅସମ୍ଭବ।
ଏଭଳି ଅନେକ ଲୋକ ରହିଛନ୍ତି, ଯେଉଁମାନେ ଘରେ ମଧ୍ୟ ଭଗବାନ ଶଙ୍କରଙ୍କ ପୂଜା କରିବାରେ ବିଶ୍ୱାସ ରଖିଥାନ୍ତି। କାରଣ ବାସ୍ତୁଶାସ୍ତ୍ର ଅନୁଯାୟୀ ମନ୍ଦିର ଯାଇ ପୂଜା କରିବା ସହ ଘରେ ମଧ୍ୟ ଭଗବାନଙ୍କ ପୂଜା କରିବା ଉଚିତ। ଏହି ଖାସ୍ ଦିନରେ ଆପଣ ପାରଦର ଶିବଲିଙ୍ଗ ଆଣି ଘରେ ସ୍ଥାପନା କରିବା ସହ ସମସ୍ତ ବିଧି-ବିଧାନର ସହ ପୂଜା କରିବା ଉଚିତ।
ପାରଦ ଶିବଲିଙ୍ଗ କଣ:
ପାରଦ ଶିବଲିଙ୍ଗ ତିଆରି କରିବା ପାଇଁ ୮ ରୁ ୯ ମାସ ସମୟ ଲାଗିଥାଏ। ଏହି ପବିତ୍ର ଶିବଲିଙ୍ଗ ଅଷ୍ଟ ସଂସ୍କାର ଦ୍ୱାରା ନିର୍ମାଣ କରାଯିବା ପରେ ଏହାକୁ ପୂଜା କରାଯାଇଥାଏ। ଏହି ଶିବଲିଙ୍ଗ ଘରେ, ଅଫିସ, ଦୋକାନ ଆଦି ସ୍ଥାନରେ ରଖାଯାଇଥାଏ। ଏହି ଶିବଲିଙ୍ଗ ପୂଜା କରିବା ଦ୍ବାରା ଜୀବନରେ ଶାନ୍ତି ଏବଂ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ।
ପୂଜା ଫଳ:
ବାସ୍ତୁଶାସ୍ତ୍ର ଅନୁଯାୟୀ ପାରଦ ଶିବଲିଙ୍ଗ ପୂଜା କରିବା ଦ୍ୱାରା ଆପଣଙ୍କୁ କୋଟି କୋଟି ଶିବଲିଙ୍ଗ ପୂଜା କରିବାର ଫଳ ପ୍ରାପ୍ତି ହୋଇଥାଏ। ଯଦି ଆପଣ ଭଲ ମନରେ ପାରଦ ଶିବଲିଙ୍ଗ ସ୍ପର୍ଶ କରିଥାନ୍ତି ତେବେ ନିଶ୍ଚିନ୍ତ ଆପଣ ସମସ୍ତ ପାପାରୁ ମୁକ୍ତି ପାଇଥାନ୍ତି।
ଏହି କଥା ଉପରେ ରଖନ୍ତୁ ବିଶେଷ ଧ୍ୟାନ:
ଯେତେବେଳେ ଆପଣ ପାରଦ ଶିବଲିଙ୍ଗ ଭଳି ପବିତ୍ର ଧାର୍ମିକ ବସ୍ତୁ ଘରେ ରଖୁଛନ୍ତି ତେବେ ଆପଣଙ୍କୁ କିଛି ଖାସ୍ କଥା ଉପରେ ଧ୍ୟାନ ରଖିବା ଉଚିତ। ଯେପରି ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ନିଶ୍ଚୟ ଶିବଲିଙ୍ଗ ନିକଟରେ ଦୀପ ଲଗାଇବା। ଘରେ ଯେପରି ଝଗଡା ଲାଗି ନରହେ ସେଥିପ୍ରତି ଧ୍ୟାନ ଦେବା ସହ ଶାନ୍ତ ପରିବେଶ ରଖନ୍ତୁ। ସକାଳ ଏବଂ ସନ୍ଧ୍ୟାରେ ଘରର ବଡ ଲୋକ ହୁଅନ୍ତୁ କିମ୍ବା ଛୋଟ ପିଲା ଏହି ଶିବଲିଙ୍ଗ ସମ୍ମୁଖରେ ୫ ରୁ ୧୦ ମିନିଟ୍ ବସି ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…