ଭଦ୍ରକ(କେନ୍ୟୁଜ୍): ଧାମରାରେ ବୁଡିଲା ବୋଟ୍ । ବାତ୍ୟା ବୁଲ୍ବୁଲ୍ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁ ମାଛମାରି ଫେରୁଥିବା ସମୟରେ ସମୁଦ୍ର ଭିତରେ କାଳୀଭଞ୍ଜଡିଆ ଦୀପପୁଞ୍ଜରେ ବୋଟ୍ ଓଲଟି ପଡ଼ିବା ସହ ୮ ଜଣ ମତ୍ସ୍ୟଜୀବୀ ସମୁଦ୍ର ମଧ୍ୟରେ ଫସିଯାଇଥିଲେ । ଜିଲ୍ଲାପ୍ରଶାସନ ଓ ଓଡ୍ରାଫ୍ ଟିମ୍ଙ୍କ ମିଳିତ ସହଯୋଗରେ ୮ ଜଣଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଥିବା ଜଣାପଡ଼ିଛି । ସେମାନଙ୍କୁ ଧାମରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।