ରାୟଗଡ଼ା: ଦୁର୍ଗମ ଅଞ୍ଚଳର ଆଦବାସୀ ଭଲ ଭାବରେ ବୁଝିଛନ୍ତି କରୋନାକୁ କିଭଳି ପ୍ରତିହତ କରାଯିବ, ସହରର ଶିକ୍ଷିତ ଅମାନିଆ ବ୍ୟକ୍ତି ମାନେ କିଛି ଶିଖିବା ଦରକାର
ରାୟଗଡ଼ା(କେନ୍ୟୁଜ): କରୋନା ଠାରୁ ଵର୍ତ୍ତିବା ପାଇଁ ସାମାଜିକ ଦୂରତା ହିଁ ଏକମାତ୍ର ବିକଳ୍ପ। ଏକଥା ବୋଧେ ସହରୀ ଲୋକଙ୍କ ଠାରୁ ଅଧିକା ବୁଝିଛନ୍ତି ଡଙ୍ଗରିଆ କନ୍ଧ ସଂପ୍ରଦାୟର ଆଦିବାସୀ। କାରୋନା କଣ ଏମାନଙ୍କୁ ବୁଝେଇବାକୁ ପଡୁନାହିଁ। ସ୍ବୟୋଂ ସେମାନେ ସମାଜିକ ଦୂରତାକୁ ରକ୍ଷା କରି କରୋନା ମୁକାବିଲାରେ ସାମିଲ ହୋଇଛନ୍ତି। ଏଭଳି ଆଜି କିଛି ଫଟୋ ଟ୍ୱିଟ୍ କରିଛନ୍ତି ରାୟଗଡ଼ାର ଜିଲ୍ଲାପାଳ।
Dongria people’s are being maintained Social distancing with very discipline manner. pic.twitter.com/wxnWUgJP7c
— Collector, Rayagada (@RayagadaO) April 7, 2020
ଯେଉଁଥିରେ ଦେଖା ଯାଇଛି ଯେ କୌଣସି କାମରେ ସେମାନେ ଯାଉଛନ୍ତି ସମସ୍ତେ ଛାଡ଼ି ଛାଡ଼ି ଛିଡା ହୋଇ ସାମାଜିକ ଦୂରତାକୁ ବଜାୟୀ ରଖୁଛନ୍ତି । ଯେଉଁଠି ସହରର କିଛି ଅମାନିଆ ଲୋକ ଏହି ଲକଡାଉନକୁ ନମାନି ପଦାକୁ ଆସି ପୋଲିସ ଠାରୁ ମାଡ଼ ଖାଉଥିବା ବେଳେ ଉପାନ୍ତ ଅଞ୍ଚଳରୁ ଆସିଥିବା ଏଭଳି ଚିତ୍ର ସାରା ଓଡିଶାକୁ ଏକ ମହତ ବାର୍ତ୍ତା ଦେଉଛି। ନିଶ୍ଚିତ ଭାବେ ଏହି ଚିତ୍ର ସେମାନଙ୍କୁ ଏକ ଶିକ୍ଷା ଦେବ ଯିଏ ସାମାଜିକ ଦୂରତାକୁ ନମାନି ଘରୁ ବାହାରି ସରକାରଙ୍କ କଟକଣାକୁ ବେଖତିର୍ କରନ୍ତି।