କଳିଯୁଗ ପୁଅର କାରନାମା : ମା’କୁ ଜୀଅନ୍ତା ଜାଳିଦେଲା, ପିତାଙ୍କୁ ମାରିଦେବାକୁ ଦେଉଛି ଧମକ

ନୂଆଦିଲ୍ଲୀ : ବେଙ୍ଗାଲୁରରେ ଏକ ଲୋମ ଟାଙ୍କୁରା ଘଟଣା ସାମନାକୁ ଆସିଛି । ହଲିଉଡ ଫିଲ୍ମ ‘ଓର୍ଫନ’ ଭଳି ଏକ କାହାଣୀ ଘଟିଯାଇଛି ବେଙ୍ଗାଲୁରରେ । ଏଠାରେ ଜଣେ ଦମ୍ପତି ଏକ ଅନାଥ ଶିଶୁକୁ ପୁଅ ଭାବେ ଗ୍ରହଣ କରିଥିଲେ ।

ସେହି ପିଲା ଜଣକ ପାଳିଥିବା ମା’କୁ ଜିଅନ୍ତା ନିଆଁରେ ଜାଳିଦେବା ସହ ପିତାଙ୍କୁ ମାରିଦେବାକୁ ଏବେ ଦେଉଛି ଧମକ । ଏହି ଘଟଣାଟି ଫିଲ୍ମର କାହାଣୀ ଭଳି ଲାଗୁଥିଲେ ମଧ୍ୟ ସମ୍ପୁର୍ଣ୍ଣ ସତ୍ୟ । ପୋଲିସ ଅଭିଯୁକ୍ତକୁ ଗରିଫ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତର ନାମ ଉତ୍ତମ କୁମାର ବୋଲି ଜଣାଯାଇଛି ।

ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଉତ୍ତମ କୁମାର ବଡ଼ ହେବା ପରେ ପାଳିତ ମାତ-ପିତାଙ୍କୁ ଘୃଣା କରିବା ଆରମ୍ଭ କରିଦେଇଥିଲା । ପରେ ୨୦୧୮ ମସିହାରେ ମା’କୁ ଜୀଅନ୍ତା ଜାଳିଦେଇଥିବା ନେଇ ଅଭିଯୋଗ ଆସିଥିଲା । ପୋଲିସ ତାକୁ ଗରିଫ କରି ଜେଲ ପଠାଇଥିବା ବେଳେ କିଛିବର୍ଷ ପରେ ସେଥିରୁ ମୁକୁଳି ଆସିଥିଲା । ଜେଲରୁ ମୁକୁଳିବା ପରେ ପିତା ମଂଜୁନାଥଙ୍କ ଉପରେ ଟଙ୍କା ପାଇଁ ଜୁଲମ ଆରମ୍ଭ କରିଥିଲା ।

ମଂଜୁନାଥଙ୍କ ୭ ଟି ଘର ଭଡା ଦିଆଯାଇଥବା ବେଳେ ତା’ର ଭଡା ଟଙ୍କା ପାଇଁ ମଂଜୁନାଥଙ୍କ ପତ୍ନୀଙ୍କୁ ସର୍ବଦା ଧମକ ଚମକ ଦେଉଥିଲା । ହେଲେ ମଂଜୁନାଥଙ୍କ ପତ୍ନୀ ସେଥିରେ ରାଜି ନହେବାରୁ ତାଙ୍କୁ ହତ୍ୟା କରିଥିଲା । ଏବେ ପୁଣି ପାଳିତ ପିତାଙ୍କ ଉପରେ ଟଙ୍କା ପାଇଁ ଜୁଲମ କରିଥିବା ପୋଲିସ ପ୍ରକାଶ କରିଛି ।

ଏପରିକି ଭଡାଟିଆଙ୍କୁ ମଧ୍ୟ ଟଙ୍କା ପାଇଁ ଧମକାଉଥିବା ପୋଲିସ ତଦନ୍ତ ବେଳେ ଜାଣବାକୁ ପାଇଛି । ଟଙ୍କା ନଦେଲେ ମଂଜୁନାଥଙ୍କୁ ହତ୍ୟା କରିବା ନେଇ ଧମକ ଦେବା ପରେ ଅଭିଯୋଗ କ୍ରମେ ପୋଲିସ ଉତ୍ତମ କୁମାରକୁ ଗିରଫ କରି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.