ଆଜି ନବରାତ୍ରିର ଅଷ୍ଟମ ଦିନରେ ପୂଜା ପାଉଛନ୍ତି ମା’ ମହାଗୌରୀ

ଦେବୀ ଦୁର୍ଗାଙ୍କର ନବ ଦିନାତ୍ମକ ପୂଜା ଅବସରର ଅଷ୍ଟମ ଦିନରେ ମା’ଙ୍କୁ ମହାଗୌରୀ ରୂପେ ପୂଜା କରାଯାଇଥାଏ । ମହାଗୌରୀଙ୍କୁ ମମତାର ପ୍ରତୀକ ଓ କଲ୍ୟାଣକାରୀ ଭାବେ ମାନେ କରାଯାଇଥାଏ । ବିଶ୍ୱାସ କରାଯାଏ କି ଏହି ଦିନ ମା’ଙ୍କର ପୂଜା କଲେ ଆର୍ଥିକ ସମସ୍ୟା ଦୂର ହେବା ସହ ମନ ପସନ୍ଦର ବର ମଧ୍ୟ ମିଳିଥାଏ । ମା’ଙ୍କ ରଙ୍ଗ ଅତ୍ୟନ୍ତ ଗୋରା ହୋଇଥିବାରୁ ତାଙ୍କୁ ମହାଗୌରୀ ଦିଆଯାଇଛି । ଏଥିରେ ଦେବୀ ଚତୁର୍ଭୁଜା ହେବା ସହ ବୃଷଭ ଉପରେ ବିରାଜିତ ହୋଇଥାନ୍ତି । ମା’ଙ୍କ ପୂଜା କରିବା ଦ୍ୱାରା ସମସ୍ତ ପାପ କ୍ଷୟ ହେବା ସହ ସମସ୍ତ ପ୍ରକାର ଦୁଃଖ,କଷ୍ଟ, ଦରିଦ୍ରତା ରୁ ମଧ୍ୟ ମୁକ୍ତି ମିଳିଥାଏ । ଏହା ସହ ବିଭାଘର ମାନଙ୍କରେ ବାଧା ଉପୁଯୁଥିଲେ ମଧ୍ୟ ମହାଗୌରୀଙ୍କ ପୂଜା କରାଯାଇଥାଏ । ବିଶ୍ୱାସ ଅଛିକି ମହାଗୌରୀଙ୍କୁ ପୂଜା କରିବା ଦ୍ୱାରା ଜାତକରେ ଥିବା ଦୋଷ ମଧ୍ୟ କଟିଯାଇଥାଏ । ବିବାହ ପରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.