ନବରାତ୍ରିର ୯ ଦିନରେ ମା’ଙ୍କୁ ଏହି ଭୋଗ ଲଗାଇ କରନ୍ତୁ ପୂଜା, ଦୂରେଇ ଯିବ ସବୁ ସଙ୍କଟ

୨୦୨୧ ନଭେମ୍ବର ୭ରୁ ନବରାତ୍ରୀ ଆରମ୍ଭ ହୋଇଛି । ନବରାତ୍ରିର ୯ ଦିନ ମଧ୍ୟରେ ମା ଦୁର୍ଗାଙ୍କ ଅଲଗା ଅଲଗା ସ୍ୱରୂପକୁ ପୂଜା କରାଯାଇଥାଏ । ୯ ଦିନ ରେ ମା’ଙ୍କୁ ଅଲଗା ଅଲଗା ଭୋଗ ଲଗାଇ ପୂଜା କରାଯାଏ । ଏପରି କରିବା ଦ୍ୱାରା ମା’ ଦୁର୍ଗା ନିଜ ଭକ୍ତଙ୍କ ଉପରେ ଖୁବଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଭୋଗ ଲଗାଇବା ଉଚିତ ।

ନବରାତ୍ରିର ପ୍ରଥମ ଦିନରେ ମାଙ୍କୁ ଗାଈ ଘିଅରେ ଭୋଗ ଲଗାଇବା ଉଚିତ୍ । ଏହା କରିବା ଦ୍ୱାରା ରୋଗ ଏବଂ ସମସ୍ତ ସଙ୍କଟରୁ ମୁକ୍ତି ମିଳିଥାଏ ।

ନବରାତ୍ରୀର ଦ୍ୱିତୀୟ ଦିନରେ ମା’ଙ୍କୁ ଚିନି ଏବଂ ପଞ୍ଚାମୃତ ଅର୍ପଣ କରାଯାଏ । ବିଶ୍ୱାସ କରାଯାଏ ଯେ, ଏପରି କରିବା ଦ୍ୱାରା ଜଣେ ବ୍ୟକ୍ତି ଦୀର୍ଘଜୀବୀ ହେବାର ବର ପାଇଥାଏ ।

ନବରାତ୍ରୀର ତୃତୀୟ ଦିନରେ ମା’ଙ୍କୁ କ୍ଷୀରରୁ ପ୍ରସ୍ତୁତ ମିଠା ଭୋଗ ଦିଆଯାଏ । ଏହା କରିବା ଦ୍ୱାରା ଧନ ଓ ବୈଭବ ପ୍ରାପ୍ତି ହୋଇଥାଏ ।

ଚତୁର୍ଥ ଦିନ ମା’ଙ୍କୁ ମାଲପୁଆ ଅର୍ପଣ କରିବା ଦ୍ୱାରା ସମୃଦ୍ଧି ବଢ଼ିଥାଏ ।

ନବରାତ୍ରୀର ପଞ୍ଚମ ଦିନରେ ମା’ଙ୍କୁ କଦଳୀର ନୈବେଦ୍ୟ ଅର୍ପଣ କରିବା ଅତ୍ୟନ୍ତ ଭଲ । ଏପରି କରିବା ଦ୍ୱାରା ଚାକିରି କ୍ଷେତ୍ରରେ ଭଲ ରେଜଲ୍ଟ ମିଳିଥାଏ ଓ ଶାରୀରିକ ଯନ୍ତ୍ରଣା ଦୂର ହୋଇଥାଏ ।

ଷଷ୍ଠ ଦିନରେ ମା’ଙ୍କୁ ମିଠା ପାନ ଦିଆଯାଏ । ଏହାକରିବା ଦ୍ୱାରା ସୌନ୍ଦର୍ଯ୍ୟ ବଢ଼ିଥାଏ ।

ନବରାତ୍ରୀର ସପ୍ତମ ଦିନରେ ମା’ଙ୍କୁ ଗୁଡ଼ ବା ଗୁଡ଼ରେ ପ୍ରସ୍ତୁତ ଭୋଗ ଅର୍ପଣ କରାଯାଏ । ଏହା କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ରହିଥାଏ ।

ନବରାତ୍ରୀର ଅଷ୍ଟମ ଦିନରେ ମା’ଙ୍କୁ ନଡ଼ିଆର ଭୋଗ ଦିଆଯାଏ । କୁହାଯାଏ ଯେ ଏପରି କରିବା ଦ୍ୱାରା ମନର ସମସ୍ତ ଇଚ୍ଛା ପୂରଣ ହୁଏ ।

ଶେଷ ଅର୍ଥାତ୍ ନବରାତ୍ରିର ୯ମ ଦିନରେ ମା’ଙ୍କ ଚଣା ଓ ହାଲୱାର ଭୋଗ ଲଗାଯାଏ । ଏହି ଦିନ କନ୍ୟା ପୂଜା କରାଯାଏ । ଏପରି କରିବା ଦ୍ଵାରା ଘରେ ସର୍ବଦା ସୁଖ-ଶାନ୍ତି ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.