ଆଜିଠୁ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା

ଯାଜପୁର ଟାଉନ(କେନ୍ୟୁଜ୍‌) : ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ପ୍ରତ୍ୟେକ ଶକ୍ତିପୀଠ ହେଲାଣି ଚଳଚଂଚଳ । ମା’ ଙ୍କ ଆଗମନି ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା ।

ଏହି ପୂଜା ଆଗାମୀ ୧୬ ଦିନ ଧରି ହେବାର ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ତିଥିକ୍ଷୟ ପାଇଁ ୧୫ ଦିନ ଅନୁଷ୍ଠିତ ହେବ । ଆଶ୍ୱିନ ମାସ କୃଷ୍ଣାଷ୍ଟମୀ ଦ୍ୱିତୀବାହାନ ଓଷା ଠାରୁ ମା’ ଙ୍କ ଷୋଡଶ ଦିବସୀୟ ପୂଜା ହେବାର ପରମ୍ପରା ରହିଛି । ଆଜି ସଂଧ୍ୟାରେ ବ୍ରହ୍ମାକୁଣ୍ଡରେ ଘଟ ନିମ୍ମର୍ଜନ ସହ କଳସ ସ୍ଥାପନ କରାଯାଇ ପାଣି ଗ୍ରହଣ କରାଯାଇଛି ।

maa biraja.-

ବିଳମ୍ବିତ ରାତ୍ରରେ ନବରତ୍ନ ବେଦୀରେ ୧୦ଟି କଳସ ସ୍ଥାପନ କରାଯାଇ ଆରମ୍ଭ ହେବ ଷୋଢଷ ଉପଚାର ପୂଜାର୍ଚ୍ଚନା । ଆଜି ଠାରୁ ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରୁ ଜଳ ଅଣାଯାଇ ମାଙ୍କୁ ସ୍ନାନ କରାଯିବ । ସେପଟେ ଶୁଭ ସୁନିଆଁ ଠାରୁ ଆରମ୍ଭ ହୋଇଥିବା ମା’ ଙ୍କ ରଥ କାମ ଆଗେଇ ଚାଲିଛି ।

maa biraja.---

ମା’ ଙ୍କ ପୀଠରେ ଶାରଦୀୟ ଦୂର୍ଗୋତ୍ସବରେ ରଥଯାତ୍ରା ପରମ୍ପରା ଅନ୍ୟ କୌଣସି ଶକ୍ତି ପୀଠରେ ଦେଖିବାକୁ ମିଳିନଥାଏ । ଏହି ଷୋଡଶ ଦିବସୀୟ ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.