ଦଶହରାରେ ମା’ ଦୁର୍ଗାଙ୍କର ପ୍ରିୟ ସୁଜି ହାଲୱା ପ୍ରସ୍ତୁତ କରନ୍ତୁ ଏପରି

ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇସାରିଛି । ମା ଦୁର୍ଗାଙ୍କ ପାଇଁ ସମର୍ପିତ ଏହି ନଅ ଦିନ ବହୁତ ପବିତ୍ର ଅଟେ । ଦଶହରାରେ ଶୁଦ୍ଧ ଓ ପବିତ୍ର ମନରେ ପୂଜା କରିବା ଦ୍ୱାରା ମା’ ପ୍ରସନ୍ନ ହୋଇଥାନ୍ତି ଏବଂ ମନସ୍କାମନା ପୂରଣ କରିଥାନ୍ତି । ଶ୍ରଦ୍ଧା ମନରେ ମା’ଙ୍କୁ ଯାହାବି ଦେଲେ ସେ ପ୍ରସନ୍ନ ହୋଇଥାନ୍ତି କିନ୍ତୁ କିଛି ଏପରି ଜିନିଷ ରହିଛି ଯାହା ମା’ଙ୍କୁ ବହୁତ ପସନ୍ଦ । କୁହାଯାଏ ଯେ ମା’ ଦୁର୍ଗାଙ୍କୁ ସୁଜିର ହାଲୱା ଭୋଗ ଲଗାଇବା ଦ୍ୱାରା ସେ ଅତିଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ତାହେଲେ ଆସନ୍ତୁ ଜାଣିବା ମାଙ୍କ ପାଇଁ ସୁଜିର ହାଲୱା ପ୍ରସ୍ତୁତ କରିବାର ବିଧି ।

ଆବଶ୍ୟକୀୟ ସାମଗ୍ରୀ

ସୁଜି ଅଧାକପ, ଚିନି ଅଧାକପ, ଡ୍ରାଏଫ୍ରୁଟ ଦୁଇ ଚାମଚ, ଅଳେଇଚ ପାଉଡର ଅଧା ଚାମଚ, ଘିଅ ଅଧା ଚାମଚ ଆଉ ପାଣି ।

प्रतीकात्मक तस्वीर

ପ୍ରସ୍ତୁତି ବିଧି

ମା’ ଙ୍କର ପ୍ରସାଦ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ କଡେଇରେ ପାଣି ଗରମ କରନ୍ତୁ ଓ ସେଥିରେ ଚିନି ପକାଇ ଏକ ମିଶ୍ରଣ ତିଆରି କରନ୍ତୁ । ବର୍ତ୍ତମାନ ଭିନ୍ନ ଏକ ପ୍ୟାନରେ ଘିଅ ଗରମ କରି ସେଥିରେ ସୁଜି ପକାଇ ଛଅ ରୁ ସାତ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ । ସୁଜି ଭଲଭାବେ ଭାଜି ହୋଇଗଲା ପରେ ଏହାର ରଙ୍ଗ ବାଦାମୀ ହୋଇଯାଇଥାଏ । ଏହାପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଚିନିଘୋଳକୁ ସେଥିରେ ମିଶାଇ ଦିଅନ୍ତୁ । ଲଗାତାର ଭାବେ ଏହାକୁ ଗୋଳାଉଥାନ୍ତୁ ଯେପରି ଏହା ତଳୁ ଲାଗିନଯାଏ । ଏହା ଟିକିଏ ବହଳିଆ ହେବାପରେ ଏଥିରେ ଅଳେଇଚ ପାଉଡର ଓ ଡ୍ରାଏଫ୍ରୁଟସ ପକାଇ ଦିଅନ୍ତୁ । ଧ୍ୟାନ ରଖନ୍ତୁ ମିଶ୍ରଣକୁ ସେପର୍ଯ୍ୟନ୍ତ ଗୋଳାଇବେ ଯେପର୍ଯ୍ୟନ୍ତ ଘିଅ ହାଲୱାରୁ ଅଲଗା ନହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.