କୋଭିଡ କଟକଣାରେ ଭିତରେ ଶେଷ ହେଲା ଆରାଧ୍ୟ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଯାତ୍ରା

ଆଉ ମାତ୍ର କିଛି ଦିନ ପରେ ଧରାପୃଷ୍ଠକୁ ଅବତରଣ କରିବେ ମା । ଏଥିପାଇଁ ରାଜ୍ୟର ସମସ୍ତ ଶକ୍ତିପୀଠ ହେଲାଣି ଚଳଚଞ୍ଚଳ । କୋରୋନା ମହାମାରୀ ସତ୍ତ୍ବେ ମା’ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି । ସେହିପରି କଳାହାଣ୍ଡିର ସର୍ବପୁରାତନ ମନ୍ଦିର ମାଳିନି ସହର ଜୁନାଗଡର ଅଧୀଷ୍ଠାତ୍ରୀ ଦେବୀ ମାଁ ଲଙ୍କେଶ୍ୱରୀଙ୍କ ପୀଠରେ ମଧ୍ୟ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏଠାରେ ମାଙ୍କ ବାର ମାସରେ ତେର ପର୍ବ ପଳିତ ହୋଇଥାଏ ସେଥିମଧ୍ଯରୁ ଖଣ୍ଡାବସା ଯାତ୍ରା ଅନ୍ଯତମ । ଏହି ଯାତ୍ରା ଆଶ୍ୱିନ ମାସ ମୂଳାଷ୍ଟମୀରୁ ୧୬ ଦିନ ଧରି ଚାଲିଥାଏ । କିମ୍ବଦନ୍ତୀ ଅନୁଯାୟୀ ପୁରାତନ କାଳରୁ ନାଗବଂଶୀୟ ରାଜା ଯୁଦ୍ଧକୁ ଯିବା ପୂର୍ବରୁ ଶତ୍ରୁକୁ ପରାସ୍ତ କରିବା ପାଇଁ ମା ଲଙ୍କେଶ୍ୱରିଙ୍କୁ ସୁମରଣ କରିନ୍ତି । ସେହି ଦିନ ଠାରୁ ଏହି ଖଣ୍ଡା ବସା ଯାତ୍ରା ପାଳନ ହୋଇଆସୁଛି ।

ଜୁନାଗଡ ଡାକ ବଗଂଳାରେ ଥିବା ଭଣ୍ଡାରଘରଣୀଙ୍କ ଠାରେ ଏକ ପତ୍ର କୁଡିଆ କରାଯାଇଥାଏ । ସେଠାରେ ମାଁ ଭଣ୍ଡାରଘରଣୀଙ୍କୁ ପୂଜା କଲା ପରେ ବୁଢାରଜାଙ୍କ ମନ୍ଦିରରୁ ଖଣ୍ଡା ଭଣ୍ଡାରଘରଣୀଙ୍କ ନିକଟକୁ ବିଜେ କରିଥାନ୍ତି । ସେହିଭଳି ମାଁ ଲଙ୍କେଶ୍ୱରୀଙ୍କ ମନ୍ଦିରରୁ ମାଁଙ୍କର ଜୟା ଓ ବିଜୟା ନାମକ ପାଟଖଣ୍ଡାକୁ ଡାକବଗଂଳା ଠାରେ ଥିବା ପତ୍ର କୁଡିଆ କୁ ବିଜେ କରାଯାଇଥାଏ । ଏହା ପରେ ବଣିଆ ସଂପ୍ରଦାୟ ସେବାୟତ ତିନୋଟି ଖଣ୍ଡା କୁ ମାର୍ଜିନା କରିଥାଥାନ୍ତି । ମାର୍ଜନା ପରେ ସେଠାରୁ ତିନି ଜଣ ପୁଜକ, ତିନି ଗୋଟି ଖଣ୍ଡା ଧରି ନିଜ ନିଜ ମନ୍ଦିରକୁ କଳାହାଣ୍ଡିର ବାଦ୍ୟ ଘୁମୁରାର ତାଳେ ତାଳେ ସତାଧିକ ଶ୍ରଦ୍ଧାଳୁଙ୍କ ଗହଣରେ ମନ୍ଦିରକୁ ପ୍ରତ୍ଯାବର୍ତନ କରିଥାନ୍ତି । ଗୋଟାଏ ଖଣ୍ଡା ବୁଢାରଜା ମନ୍ଦିର କୁ ପ୍ରତ୍ଯାବର୍ତନ କରୁଥିବା ବେଳେ ଅନ୍ଯ ଦୁଇ ଗୋଟି ଖଣ୍ଡା ମାଁ ଲଙ୍କେଶ୍ୱରୀଙ୍କ ମନ୍ଦିରକୁ ପ୍ରତ୍ଯାବର୍ତନ କରିଥାଏ । ଏହାପରେ କଳାହାଣ୍ଡି ମହାରାଜଙ୍କ ମନ୍ଦିରକୁ ଯାଇଥାଏ ।

କଳାହାଣ୍ଡି ମହାରାଜ ମନ୍ଦିରକୁ ବିଜେ କଲାପରେ ଶୁଭ ମୁହୂର୍ତ୍ତ ଦେଖି ଖଣ୍ଡା ଦ୍ୱୟ କୁ ୧୬ କୁଣ୍ଡି ଅରୁଆ ଚାଉଳ ଉପରେ ବସାଇ ଅଖଣ୍ଡ ଓ ମହାଯୋଗ ନାମକ ଦୁଇଗୋଟି ପ୍ରଦ୍ୱିପ ପ୍ରଜ୍ୱଳନ କରି ଗୁପ୍ତନିତିରେ ପୂଜାକାର୍ଯ୍ଯ ଚାଲେ । ଏହା ପରେ ନିଘଣ୍ଟ ସମୟରେ ପଶୁବଳି ପଡିବା ପରେ ଅର୍ଦ୍ଧ ନିଶା ରାତ୍ରିରେ ଷୋଡଶ ଉପଚାର ପୂଜା ସମାପନ ହୋଇଥାଏ । ଏହି ଅବସରରେ କଳାହାଣ୍ଡିର ପଡୋଶୀ ଜିଲ୍ଲା ନବରଙ୍ଗପୁର ଛତିଶଗଡ଼, ନୁଆପଡାରୁ ସହ ସହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

ହେଲେ ଚଳିତବର୍ଷ କରୋନା କଟକଣା ଭିତରେ ଶେଷ ହୋଇଛି ଜୁନାଗଡର ଇଷ୍ଠଦେଵୀ ମାଁ ଲଙ୍କେଶ୍ୱରି ଙ୍କ ପବିତ୍ର ଖଣ୍ଡାବସା ଯାତ୍ରା । କୋରାନା ସଂକ୍ରମଣ ଆଖିଆଗରେ ରଖି ରାଜ୍ଯସରକାର ଜୁନାଗଡ ସହରରେ ୧୪୪ ଧାରା ଲାଗୁ କରିଥିଲେ । କିନ୍ତୁ ଏହି ବର୍ଷ ବିନାଭକ୍ତରେ ପରମ୍ପରା ଅନୁସାରେ ମା ଙ୍କ ନୀତିକାନ୍ତି ସିମିତ ଶ୍ରଦ୍ଧାଳୁ ଓ ସେବାୟତ ଙ୍କୁନେଇ ସମ୍ପର୍ଣ୍ଣ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.