ଦୁର୍ଗାପୂଜାରେ ନିଶ୍ଚୟ କରନ୍ତୁ ଏହି ଉପାୟ, ହେଉନଥିବା କାମ ନିଶ୍ଚୟ ହେବ ସଫଳ

ଶାରଦୀୟ ନବରାତ୍ରୀରେ ମାତା ଦୁର୍ଗାଙ୍କର ପୂଜା କରାଯାଇଥାଏ। ଏହାସହିତ ଦେବୀ ମାଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟକୁ ଆପଣାଯାଇଥାଏ। ନବରାତ୍ରୀରେ ମାତା ଦୁର୍ଗାଙ୍କୁ ବିଶେଷ ଭାବରେ ପୂଜା ଅର୍ଚ୍ଚନା କରାଯାଇଥାଏ। ଅନେକ ଲୋକ ବ୍ରତ ମଧ୍ୟ ରଖିଥାନ୍ତି। ଏହି ନବରାତ୍ରୀରେ ଯଦି ଆପଣ ଦେବୀ ମାଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ପାନର ପତ୍ରକୁ ୧୦ଟି ସଠିକ, ସରଳ ଏବଂ ଅଚୁକ ଉପାୟ ନିଶ୍ଚୟ କରନ୍ତୁ। ତେବେ ଆସନ୍ତୁ ଜାଣିବା ସେହି ସରଳ ଉପାୟ ଯାହା ଆପଣଙ୍କ ସମସ୍ତ ମନସ୍କାମନାକୁ ପୂର୍ଣ୍ଣ କରିବ।

navaratri-avatars-ନବରାତ୍ରୀରେ ମଙ୍ଗଳବାର ଦିନ ହନୁମାନଙ୍କ ସମ୍ମୁଖରେ ପାନ ପତ୍ରରେ ସିନ୍ଦୁରରେ ଶ୍ରୀ ରାମ ଲେଖି ତାଙ୍କୁ ଅର୍ପଣ କରନ୍ତୁ। ଅର୍ପଣ କରିବା ସମୟରେ ଏହା ଧ୍ୟାନ ରଖିବେ ଯେ ଯେମିତି ଏହାକୁ ହନୁମାନଙ୍କ ଜରଣରେ ନରଖନ୍ତି। ଏହି ଉପାୟ ଆପଣଙ୍କ ସମସ୍ତ ସମସ୍ୟାକୁ ଦୂର କରିଦେବ ଏବଂ ଆପଣଙ୍କ ଜୀବନରେ ସୁଖ,ଶାନ୍ତି ଏବଂ ସମୃଦ୍ଧି ଆଣିଦେବ।

ଏହାସହ ପଢନ୍ତୁ : ମା’ ଙ୍କ ନବରାତ୍ର ସମୟରେ କରନ୍ତୁ ଏହି ସବୁ ଖାଦ୍ୟର ବ୍ୟବହାର

-ଯଦି ଘରେ ସବୁବେଳେ ସମସ୍ୟା ଲାଗି ରହୁଥାଏ ତେବେ ନବରାତ୍ରୀ ଦିନ ପଯ୍ୟର୍ନ୍ତ ଲଗାତର ପାନ ପତ୍ରରେ କେସର ଲେଖି ଦୁର୍ଗା ସ୍ରୋତ ଏବଂ ଦୁର୍ଗାଙ୍କର ନାମାବଳୀ ପାଠ କରନ୍ତୁ। ଘରେ ସକାରାତ୍ମକ ଶକ୍ତିର ପ୍ରବାହ ହେବାକୁ ଲାଗିବ।

hanuman-ନବରାତ୍ରୀରେ ସକାଳ ବ୍ରହ୍ମା ମୁହୂର୍ତ୍ତରେ ୪ରୁ୬ ଘଟିକା ସମୟରେ ମା ଭୁବନେଶ୍ୱରୀ ଏବଂ ସୌଭାଗ୍ୟସୁନ୍ଦରୀଙ୍କୁ ଧ୍ୟାନ କରନ୍ତୁ ଏବଂ ପାନ ପତ୍ରର ସିରାକୁ ଘସି ତାହାର ତିଳକ କରନ୍ତୁ। ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କ ବାଣୀ ଏବଂ ସୁନ୍ଦରତାରେ ବୃଦ୍ଧି ହେବ ଏବଂ ଆକର୍ଷଣ ଶକ୍ତି ମଧ୍ୟ ବଢ଼ିବ।

-ନବରାତ୍ରୀରେ ପାନ ପତ୍ରରେ ହ୍ରୀଂ ଲେଖି ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। ଏହାପରେ ମହାନବମୀ ପରେ ସେହି ପାନ ପତ୍ରକୁ ଆପଣ ଟଙ୍କା ରଖିବା ସ୍ଥାନରେ ରଖିଦିଅନ୍ତୁ। ଏହି ଉପାୟକୁ କରିବା ଦ୍ୱାରା ଦରିଦ୍ରତା ଏବଂ ଅତ୍ୟନ୍ତ ଆର୍ଥିକ ଅଭାବ ଠାରୁ ମୁକ୍ତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.