ଆଜି ନବରାତ୍ରୀର ସପ୍ତମ ଦିନରେ ପୂଜା ପାଉଛନ୍ତି ମା କାଳରାତ୍ରୀ

ଶାରଦୀୟ ନବରାତ୍ରୀର ସପ୍ତମ ଦିନରେ ମା’ କାଳରାତ୍ରୀ ନାମରେ ପୂଜିତ । ମା’ ଙ୍କ ସ୍ଵରୂପ ଅତି ଭୟଙ୍କର ଶରୀରର ରଙ୍ଗ ଅନ୍ଧକାର ପରି ଗାଢ଼ କଳା । ମସ୍ତକର କେଶ ମୁକୁଳା, ମା’ ଙ୍କର ତିନୋଟି ନେତ୍ର ନାସିକା ରୁ ପ୍ରବାହିତ ଶ୍ଵାସ ପ୍ରଶ୍ଵାସ ରେ ଅଗ୍ନି ର ଜ୍ୱାଲା ବାହାରୁଥାଏ । ମା’ କାଳରାତ୍ରୀ ଚତୁର୍ଭୂଜା ଏବଂ ସେ  ଗଧ ଉପରେ ବିରାଜମାନ କରିଥାନ୍ତି।  ମା’ ଡାହାଣ ହସ୍ତରେ ଅଭୟ ଓ ବର ମୁଦ୍ରା, ବାମ ହସ୍ତ ରେ ଖଡ୍ଗ ଓ ଲୁହାର କଣ୍ଟା  ଧାରଣ କରିଥାନ୍ତି। ଆଜିର ଦିନରେ ସାଧକଙ୍କ ମନ ସହସ୍ରାର ଚକ୍ର ରେ ସ୍ଥିତ ରହିଥାଏ । ଆଜିର ଦିନରେ ଭକ୍ତମାନେ ମା’ଙ୍କୁ ସ୍ମରଣ କଲେ ସକଳ ଭୟ ଓ ବିଘ୍ନ ନଷ୍ଟ ହେବା ସହ ପୁଣ୍ୟ ଲାଭ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.