ଆଉ ଦେଖିପାରିବେନି ନମୋଙ୍କ କାହାଣୀ, ନିର୍ବାଚନ କମିଶନ ଲଗାଇଲେ ମୋଦିଙ୍କ ୱେବସିରିଜ୍ ଉପରେ ରୋକ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୀବନି ଉପରେ ଅଧାରିତ ଫିଲ୍ମ ପିଏମ୍ ନରେନ୍ଦ୍ର ମୋଦିର ରିଲିଜ୍ ପୂର୍ବରୁ ନିର୍ବାଚନ କମିଶନ ତାଙ୍କ ଉପରେ ଆଧାରିତ ଥିବା ‘ମୋଦି: ଦ ଜର୍ନି ଅଫ ଏ କମନ ମ୍ୟାନ’ ୱେବସିରିଜକୁ ବ୍ୟାନ କରିଛନ୍ତି। ନିର୍ବାଚନ କମିଶନ ଇରୋସ ନାଓକୁ ଏହି ୱେବସିରିଜର ସମସ୍ତ ଏପିସୋଡର ଷ୍ଟ୍ରିମିଂ ନିଜର ସମସ୍ତ ଡିଜିଟାଲ ମିଡିୟମରୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି।

ନିର୍ବାଚନ କମିଶନଙ୍କ କହିବାନୁଯାୟୀ, ଇରୋସ ନାଓ ‘ମୋଦି : ଜର୍ନି ଅଫ ଏ କମନ ମ୍ୟାନ’ର ୫ଟି ଏପିସୋଡକୁ ନିଜ ପ୍ଳାଟଫର୍ମରେ ଉପଲବ୍ଧ କରାଥିଲା। ପରବର୍ତ୍ତୀକୁ ଆଦେଶ ମିଳିବା ପର‌୍ୟ୍ୟନ୍ତ ଏବେ ଏହାର ଅନଲାଇନ ଷ୍ଟ୍ରିମିଂ ବନ୍ଦ କରାଯାଉ। ନିର୍ବାଚନ କମିଶନ କହିଛନ୍ତି ୧୭ ମାର୍ଚ୍ଚରୁ ଲୋକସଭା ନିର୍ବାଚନ ୨୦୧୯ର ଘୋଷଣା ସହିତ ଦେଶରେ ଆଚାର ସଂହିତ ଲାଗୁ କରାଯାଇଛି। ଏହି ସମୟରେ ମିଡିଆର ଏପରି ବ୍ୟବହାର କରିବା ଆଚାର ସଂହିତର ଉଲଘଂନ କରିବା ସହ ସମାନ।

election commision on modi

ଆପଣଙ୍କୁ ଜଣାଇବାକୁ ଚାହିଁବୁ ମୋଦିଙ୍କ ଉପରେ ଆଧାରିତ ଏହି ୱେବସିରିଜ୍ ରେ ତାଙ୍କର ପିଲାଟି ବେଳୁ ପ୍ରଧାନମନ୍ତ୍ରୀ ହେବା ପର‌୍ୟ୍ୟନ୍ତ ସମସ୍ତ ଘଟଣା ବିଷୟରେ ଉଲ୍ଳେଖ କରାଯାଇଥିଲା। ଏହି ସିରିଜର ନିର୍ଦ୍ଦେଶନା ଉମେଶ ଶୁକ୍ଳା କରିଥିବା ବେଳେ ଏହାର ପିଏମଙ୍କ ଗ୍ରାମ ସିଦ୍ଧପୁର ଏବଂ ବଡ଼ନପୁର ଆଦିରେ ସୁଟ ହୋଇଥିଲା।

Leave A Reply

Your email address will not be published.