ପୁଣି ମାତିଲେ ଜଙ୍ଗଲୀ ଦନ୍ତା, ଭୟରେ ଥରହର ଗ୍ରାମବାସୀ

ଅନୁଗୋଳ(କେନ୍ଯୁଜ୍): ଅନୁଗୋଳ ଜିଲ୍ଲା ହଣ୍ଡପା ରେଞ୍ଜ ଅନ୍ତର୍ଗତ ବଡଗୋବିନ୍ଦପୁର ଗ୍ରାମରେ ଦୁଇ ଜଙ୍ଗଲୀ ଦନ୍ତା ହାତୀଙ୍କ ଉପଦ୍ରବ। ଦୁଇ ଦନ୍ତା ହାତୀ ଗ୍ରାମରେ ପଶି ଆତଙ୍କ ସଷ୍ଟି କରିଛନ୍ତି। ସୂଚନା ମୁତାବକ ପାଖ ଜଙ୍ଗଲରୁ ଖାଦ୍ଯ ଅନ୍ବେଷଣରେ ପଶି ଆସିଥିବା ବେଳେ ବାଟବଣା ହୋଇଯାଇଥିବା ଅନୁମାନ କରାଯାଉଛି। ଏନେଇ ତିନୋଟି ଗ୍ରାମ ବିଲେଇନାଳୀ, ଗୋବିନ୍ଦପୁର ଓ କରଡାବାହାଳି ଗ୍ରାମର ଲୋକେ ଆତଙ୍କିତ ହୋଇଛନ୍ତି।

ଗାଁରେ ହାତୀ ପଶିବା ଖବର ପାଇବା ପରେ ବନ ବିଭାଗ ବାଣ ଫୁଟାଇ ହାତୀ ଦୁଇଟିକୁ ଜଙ୍ଗଲକୁ ପେରାଇବା ପାଇଁ ଚେଷ୍ଟା କରିଛନ୍ତି। ଏସମୟରେ ବନ ବିଭାଗ କର୍ମଚାରୀ ହାତୀ ସହ ମଧ୍ଯ ମୁହାଁମୁହିଁ ହୋଇଛନ୍ତି। ଏନେଇ ଡାକବାଜି ଯନ୍ତ୍ର ସାହାଯ୍ଯରେ ବନ ବିଭାଗ କର୍ମଚାରୀ ଲୋକମାନଙ୍କୁ ସତର୍କ କରିଛନ୍ତି।

Leave A Reply

Your email address will not be published.