ପୁଣି ମାତିଲେ ହାତୀପଲ, ଘର ଭାଙ୍ଗି କଲେ ଫସଲ ନଷ୍ଟ

ମୟୁରଭଞ୍ଜ(କେନ୍ଯୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷରେ ଅନେକ ଥର ଝାରଖଣ୍ଡରୁ ହାତୀ ଆସିଥାନ୍ତି। ଗତ କିଛି ଦିନ ପୂର୍ବରୁ ଝାରଖଣ୍ଡରୁ ୨୧ଟି ହାତୀ ଆସିଛନ୍ତି। ପ୍ରଥମେ ରରୁଆ, ଶୁକ୍ଳି ବ୍ଲକ ପରେ ଏବେ କରଞ୍ଜିଆ ବ୍ଲକର ଦରି ପଞ୍ଚାୟତରେ ହାତୀ ଆତଙ୍କ ଲାଗି ରହିଛି। ସୂଚନା ମୁତାବକ ଗତକାଲି ହାତୀ ଦଳ ୩ଟି ଘର ଭାଙ୍ଗିବା ସହ ଅନେକ ଚାଷ ଜମି ଫସଲ ନଷ୍ଟ କରିଦେଇଛନ୍ତି। ଅନ୍ଯପଟେ ହାତୀପଲଙ୍କ ଭୟରେ ୪ ଦିନ ହେବ ଅଧିକାଂଶ ସମୟରେ ବିଦ୍ଯୁତ୍ କଟାଯାଉଥିବା ବେଳେ ରାତିସାରା ଜଗି ରହୁଛନ୍ତି ଗ୍ରାମବାସୀ।

Leave A Reply

Your email address will not be published.