Odisha News

କଟକ ଚୌଦ୍ୱାର ଅଞ୍ଚଳରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ କୁଖ୍ୟାତ ଡକାୟତ ବବଲୁ ପାଓ୍ଵାର ଆହତ, ୮ ଗିରଫ

କଟକ : କଟକ ଚୌଦ୍ୱାର ଅଞ୍ଚଳରେ ପୋଲିସର ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛି କୁଖ୍ୟାତ ଡକାୟତ ବବଲୁ ପାଓ୍ଵାର । ତାର ଡାହାଣ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବବୁଲୁକୁ SCBରେ ଭର୍ତ୍ତି କରାଯାଇଛି। ତା ନାଁରେ ବିଭିିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ବିଭିନ୍ନ ଆନ୍ତଃରାଜ୍ୟ ଲୁଟ୍‌ର ମାଷ୍ଟରମାଇଣ୍ଡ ବବଲୁ।

ବିଳମ୍ବିତ ରାତିରେ ଚୌଦ୍ୱାର ଅଞ୍ଚଳ ବାଘୁଆ ମା‘ ମନ୍ଦିର ନିକଟରେ ବଡ ଡାକୟତି ଯୋଜନା କରୁଥିବା ବେଳେ ସ୍ପେଶାଲ ସ୍କାର୍ଡ ଆଇଆଇସି ଖବର ପାଇ ସମସ୍ତଙ୍କୁ କାବୁ କରିଥିଲେ । ତେବେ ୧୧ ଜଣ ଡକାୟତଙ୍କ ମଧ୍ୟରୁ ପ୍ରାୟ ୮ ଜଣଙ୍କୁ ଗିରଫ କରିଥିଲା । ଏହି ସମୟରେ ଆଉ କିଛି ଡକାୟତ ଖସିପଳାଇବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୋଡାଇ ଗୋଡାଇ ଧରିଥିଲା ।

ଏମାନଙ୍କ ମଧ୍ୟରେ ମାଷ୍ଟରମାଇଣ୍ଡ ଥିଲା ବବଲୁ। ପୋଲିସ କବଜାରୁ ଖସି ପଳାଉଥିବାବେଳେ ଏନକାଉଣ୍ଟର ହୋଇଥିଲା। ବବଲୁ ମଧ୍ୟ ପୋଲିସ ଉପରକୁ ପାଲଟା ଗୁଳି ଚଳାଇଥିଲା। ଏଥିରେ ଜଣେ ପୋଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ଠାରୁ ବହୁ ମାରାଣାସ୍ତ୍ର ଜବତ ହୋଇଛି ।

Loading...

Leave A Reply

Your email address will not be published.