ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ସମସ୍ତଙ୍କୁ ଝଟକା ଦେଲେ ସୁରବିନ୍

ମୁମ୍ବାଇ : କିଛି ମାସ ପୂର୍ବେ ନିଜ ବିବାହ ଖବର ଦେଇ ସମସ୍ତଙ୍କୁ ଚକିତ କରିଥିଲେ ବଲିଉଡ ଅଭିନେତ୍ରୀ ସୁରବିନ ଚାଓ୍ଵଲା। ତେବେ ଏବେ ସେ ମା’ ହେବାକୁ ଯାଉଥିବା ନେଇ ସୋସିଆଲ ମିଡ଼ିଆରେ କନଫର୍ମ କରିଛନ୍ତି।
ଇନଷ୍ଟାଗ୍ରାମରେ ଏକ କ୍ୟୁଟ ଫଟୋ ପୋଷ୍ଟ କରି ସୁରବୀନ କହିଛନ୍ତି, ଜୀବନରେ ଯାହା ଘଟଣା ଘଟିବାର ଥାଏ, ତାହା ଘଟିଥାଏ। ଆମ ଖୁସି ଜୀବନରେ ଏବେ ଆହୁରି ଖୁସି ଆସିବାକୁ ଯାଉଛି। ଏବେ ଚମତ୍କାର ହେବାକୁ ଯାଉଛି। ଏହି ଚମତ୍କାରକୁ ଜୀବନ କୁହନ୍ତି। ମୋ ଭିତରେ ନୂଆ ଜୀବନ ବଢୁଛି।
ଫଟୋରେ ସୁରବୀନ ଓ ତାଙ୍କ ସ୍ୱାମୀ ମଧ୍ୟ ନଜର ଆସିଛନ୍ତି। ଫଟୋ ଆଗରେ ଛୋଟ ଶିଶୁର ଜୋତା ରଖାଯାଇଛି। ସୁରବୀନ ବଲିଉଡ ସହ ବହୁ ପଞ୍ଜାବୀ ଓ ସାଉଥ୍ ଫିଲ୍ମରେ ଅଭିନୟ କରିଛନ୍ତି। ଏଥିସହ ସୁରବିନ ତାଙ୍କ କ୍ଯାରିୟର ଟେଲିଭିଜନ ଧାରାବାହିକରୁ ଆରମ୍ଭ କରିଥିଲେ। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ଯ କରିବା ସହ ଖୁସି ମଧ୍ୟ କରାଇଛି।