‘ଡ୍ଯାନ୍ସ ଦିୱାନେ’ ଶୋର ୧୮ ଜଣ ସଦସ୍ଯ କରୋନା ପଜିଟିଭି ଚିହ୍ନଟ, ସମସ୍ତ ଜଜ୍ କିନ୍ତୁ ସୁରକ୍ଷିତ

ଲୋକପ୍ରିୟ ରିଅଲିଟି ଶୋ ‘ଡ୍ୟାନ୍ସ ଦିଓ୍ବାନେ’ ସିଜିନ୍ ୩ ସୁଟିଂ ସେଟରେ କରୋନା ଆତଙ୍କ । ଶୋ ସହିତ ଜଡିତ ୧୮ ଜଣ କ୍ରୁ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମଳିଛି । କଲର୍ସ ଚ୍ୟାନେଲରେ ପ୍ରସାରିତ ହେଉଥିବା ଏହି ରିଅଲିଟି ଶୋରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, ତୁଷାର କାଲିଆ ଏବଂ ଧର୍ମେଶ ୟେଲେଣ୍ଡ ଜଜ୍ ଭୂମିକାରେ ନଜର ଆସୁଛନ୍ତି । ଏହି ଶୋକୁ ରାଘବ ହୋଷ୍ଟ କରୁଛନ୍ତି। କିନ୍ତୁ ଏମାନେ କରୋନାରେ ଆକ୍ରାନ୍ତ ହୋଇନାହାନ୍ତି।

ଫେଡେରେସନ୍ ଅଫ୍ ଓ୍ବେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପପ୍ଲଇଜ୍ (FWICE)ର ସାଧାରଣ ସମ୍ପାଦକ ଅଶୋକ ଦୁବେ କହିଛନ୍ତି ଯେ, ଡ୍ୟାନ୍ସ ଦିଓ୍ବାନେର ୧୮ ଜଣ କ୍ରୁ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି କିନ୍ତୁ ଶୋ ର ଜଜ୍ମାନଙ୍କ ମଧ୍ୟରୁ କାହାରିକୁ କରୋନା ହୋଇନାହିଁ । ଏତେ ବଡ ରିଅଲିଟି ଶୋରେ ଅନେକ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ନିହାତି ଭାବେ ଚିନ୍ତାଜନକ । ଚିହ୍ନଟ ହୋଇଥିବା କ୍ରୁ ସଦସ୍ୟଙ୍କୁ ବର୍ତ୍ତମାନ କ୍ବାରେଣ୍ଟାଇନ୍ରେ ରଖାଯାଇଛି । ଡ୍ୟାନ୍ସ ଦିଓ୍ବାନେ ଷ୍ଟୁଡିଓ ଏବଂ ପାଖପାଖ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.