ପୁଣି ଫେରିଲା ଚିଟ୍ଟୀ, ରିଲିଜ୍‌ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ୨.୦ ର ଟ୍ରେଲର

ମୁମ୍ବାଇ(କେନ୍ଯୁଜ୍) : ପୁଣି ଫେରିଲା ଚିଟ୍ଟୀ । ରିଲିଜ୍‌ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ୨.୦ର ଟ୍ରେଲର । ରୋବଟ୍‌ର୍ରେ ଚିଟ୍ଟୀ ଭୂମିକାରେ ଧୂମ୍‌ ମଚାଇଥିବା ସାଉଥ ସୁପରଷ୍ଟାର ରଜନୀକାନ୍ତ ପୁଣି ଥରେ ଚିଟ୍ଟୀ ଭୂମିକାରେ ନଜର ଆସୁଛନ୍ତି । ରଜନୀକାନ୍ତଙ୍କ ସହ ଅଛନ୍ତି ଖିଲାଡି ମାଷ୍ଟର ଅକ୍ଷୟ କୁମାର । ଏହି ଫିଲ୍ମ ଜରିଆରେ ସାଉଥ୍‌ ଫିଲ୍ମରେ ଡେବ୍ୟୁ କରୁଛନ୍ତି ଅକ୍ଷୟ । ନେଗେଟିଭ୍‌ କ୍ୟାରେକ୍ଟର ପ୍ଲେ କରିଛନ୍ତି ଅକ୍କି । ଡକ୍ଟର ରିଚାର୍ଡ ବା କ୍ରୋମ୍ୟାନ ଭୂମିକାରେ ନଜର ଆସିଛନ୍ତି ଅକ୍ଷୟ କୁମାର ।

ସ୍ମାର୍ଟ ଫୋନର ବହୁଳ ବ୍ୟବହାର ଯୋଗୁଁ ପୃଥିବୀରୁ ଲୋପ ପାଇଯାଇଛି ଶାଗୁଣା ବଂଶ । ଏହାର ପ୍ରତିଶୋଧ ନେବା ପାଇଁ କ୍ରୋମ୍ୟାନ୍‌ ପୃଥିବୀ ଉପରେ ଆକ୍ରମଣ କରୁଛି । ଏଭଳି କିଛି କାହାଣୀ ଦେଖିବାକୁ ମିଳିଛି ଟ୍ରେଲରରେ । ଆସନ୍ତା ନଭେମ୍ବର ୨୯ ତାରିଖରେ ଫିଲ୍ମ ବଡ଼ ପରଦାକୁ ଆସିବ ।

ଦେଖନ୍ତୁ ଏହାର ଟ୍ରେଲର