ଆମେରିକାର ରାଷ୍ଟ୍ରପତି ହେବାକୁ ଚାହୁଁଛନ୍ତି WWE ଷ୍ଟାର ରକ୍, କହିଲେ ‘ଏହା ମୋ ପାଇଁ ଗର୍ବ ଓ ସମ୍ମାନର ବିଷୟ’

WWE ରେ ରେସଲିଂ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରକ୍। କେବଳ ରେସଲିଂ ନୁହେଁ ଅନେକ ହଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି ହଲିଉଡ଼ ଅଭିନେତା ଡୱେନ ଜନସନ । ସେ କହିଛନ୍ତି ଯେ, ଯଦି ସେ କେବେ ଆମେରିକାର ରାଷ୍ଟ୍ରପତି ହୁଅନ୍ତି ତାହେଲେ ଦେଶବାସୀଙ୍କ ସେବା କରିବା ତାଙ୍କ ପାଇଁ ସମ୍ମାନର ବିଷୟ ହେବ। ଏକ ସର୍ବେକ୍ଷଣର ଜବାବରେ ଜନସନଙ୍କ ଏହି ମନ୍ତବ୍ୟ ଦେଇଥିଲେ। ସର୍ଭେକ୍ଷଣରେ କୁହାଯାଇଥିଲା ଯେ, ଆମେରିକାର ପାଖାପାଖି ଅଧା ଜନତା ଚାହୁଁଛନ୍ତି ଯେ ସେ ରାଷ୍ଟ୍ରପତି ନିର୍ବାଚନରେ ଦାବିଦାର ହୁଅନ୍ତୁ।

WWE ପହଲଵାନରୁ ଅଭିନେତା ହୋଇଥିବା ଡୱେନ ଜନସନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଛନ୍ତି। ପୋଷ୍ଟରେ ସେ କହିଛନ୍ତି ଯେ ଅତିକମରେ ୪୬ ପ୍ରତିଶତ ଆମେରିକୀୟ ଡୱେନ ଜନସନ ‘ଦି ରକ୍’ଙ୍କ ତରଫରୁ ରାଷ୍ଟ୍ରପତି ପଦବୀ ପାଇଁ ଦାବିଦାର ହେଲେ ସମର୍ଥନ କରିବେ।

 

View this post on Instagram

 

A post shared by therock (@therock)

ପୋଷ୍ଟରେ ସେ ଲେଖିଛନ୍ତି, “ଅତ୍ୟନ୍ତ ସୁଖର କଥା। ମୋତେ ଲାଗୁନି ଯେ ଆମର ସଂସ୍ଥାପକ କେବେ ଭାବିଥିବେ ଯେ ୬ ଫୁଟ ୫ ଇଞ୍ଚ ଉଚ୍ଚତା ବିଶିଷ୍ଟ, ଚନ୍ଦା, ଟାଟୁ ଵାଲା, ଅଧା ଅଶ୍ୱେତ, ଅଧା ସମାଓ, ଟକିଲା ପିଉଥିବା, ଫେନି ବ୍ୟାଗ ପିନ୍ଧୁଥିବା ବ୍ୟକ୍ତି ତାଙ୍କ କ୍ଲବରେ ସାମିଲ ହେବ। କିନ୍ତୁ ଯଦି ଏମିତି କିଛି ହୁଏ ତାହେଲେ ଆପଣମାନଙ୍କ ସେବା କରିବା ମୋ ପାଇଁ ସମ୍ମାନର କଥା ହେବ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.