ମନୋରଂଜନ

ଭିଡ଼ିଓରେ କମେଣ୍ଟକୁ କେନ୍ଦ୍ରକରି ଫୁଟିଲା ଗୁଳି, ୟୁଟ୍ୟୁବର ଅନ୍‌ ଟାଲେଣ୍ଟେଡ ଗାଏ ଗିରଫ

ବାଲେଶ୍ୱର(କେନ୍ୟୁଜ୍): କଥାରେ ଅଛି ସବୁର ସୀମା ଥାଏ। ଆଉ ସୀମା ଲଙ୍ଘିଲେ ତାରା କୁପ୍ରଭାବ ଭୋଗିବାକୁ ପଡେ। ନିଜେ ଅଶ୍ଳୀଳ ଭାଷା ବ୍ୟବହାର କରି ୟୁଟ୍ୟୁବରେ ରୋଷ୍ଟିଙ୍ଗ ଭିଡ଼ିଓ କରୁଥିଲା। ଆଉ ଲକ୍ଷ ଲକ୍ଷ ଟଙ୍କା କରୁଥିଲା ଉପାର୍ଜନ। ଆଉ ସେହି ରୋଷ୍ଟିଙ୍ଗ ଭିଡ଼ିଓରେ ଜଣେ ଫଲୋୟର୍ସଙ୍କ କମେଣ୍ଟକୁ କେନ୍ଦ୍ର କରି ୟୁଟ୍ୟୁବର ଜଣକ ମାଡ ମାରିବା ସହିତ ଗୁଳି ଚଳାଇବାକୁ ବି ପଛାଇଲାନି । ଯାହାକୁ କେନ୍ଦ୍ର କରି ଗତକାଲି ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୋଲିସ୍‌ ୟୁଟ୍ୟୁବର ଅନଟାଲେଣ୍ଟଡ୍‌ ଗାଏ ୟୁଟ୍ୟୁବ ସାଇଟ୍‌ର ମୁଖ୍ୟ ତଥା ମୁଖ୍ୟ ଅଭିଯୁକ୍ତ ଉଦିତ ନାୟକ ଓ ତାର ୫ ଜଣ ସହଯୋଗୀଙ୍କୁ ଗିରଫ କରିଛି ।

ଜଣେ ଫଲୋୟର୍ସଙ୍କ କମେଣ୍ଟ୍‌ କୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଏହାପରେ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା ଆଉ ଉଦିତ ନିଜ ସହଯୋଗୀ ମାନଙ୍କୁ ନେଇ ଦୁଇ ଯୁବକଙ୍କ ଉପର କୁ ଗୁଳି ଫୁଟାଇଥିଲା । ତେବେ ଯାହା ସୂଚନା ମିଳିଛି, ଗତ ୨୪ ତାରିଖ ଅର୍ଥାତ୍ ବୁଧବାର ସନ୍ଧ୍ୟା ସମୟରେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରେମୁଣା ଗୋଲେଇ ନିକଟରେ ଉଭୟଙ୍କ ଭିତରେ ହୋଇଥିବା ବିବାଦର ସମାଧାନ ନେଇ ଏକାଠି ହୋଇଥିଲେ । ହେଲେ ୟୁଟ୍ୟୁବର ଉଦିତ ନାୟକା ଗୋଷ୍ଠୀ ହଠାତ୍ ଆକ୍ରମଣ କରିଥିଲେ। ଯାହା ଦ୍ୱାରା ୨ ଯୁବକ ମନ୍ଦାରପୁରର ପିଙ୍କୁ ଦାସ ଓ ନିଆବାଗର ଅତ୍ମି କୁମାର ଦାସ ଗୁରୁତର ଆହତ ହୋଇଥିଲେ। ଏନେଇ ଖବର ପାଇବା ପରେ ପୋଲିସ୍ ତତ୍ପରତା ଦେଖାଇ ଘଟଣାରେ ସଂପୃକ୍ତ ଗିରଫଙ୍କ ଠାରୁ ୭ଟି ଦାମୀ ମୋବାଇଲ , ଗୋଟିଏ ଖୋକା ସହ ମାଉଜର ଓ ୨ଟି ବାଇକ୍‌ ଜବତ କରିଛି। ଅଭିଯୁକ୍ତ ମାନଙ୍କୁ ଗିରଫ ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ ବାଲେଶ୍ୱର ଏସ ପି ।

ତେବେ ଅଭିଯୁକ୍ତ ଉଦିତ ନାୟକ ଅନ୍‌ ଟାଲେଣ୍ଟେଡ ଗାଏ ନାମକ ୟୁଟ୍ୟୁବ ଚାନେଲ ଖୋଲି ସେଥିରେ ଅଶ୍ଳିଳ ଭାଷାରେ ରୋଷ୍ଟିଂ ଭିଡିଓ ସେୟାର କରି ବିପୁଳ ଅର୍ଥ ଉପାର୍ଜନ କରୁଥିଲା । ସେ ପୂର୍ବରୁ ଏକ ହତ୍ୟା ଘଟଣାରେ ଅଭିଯୁକ୍ତ ରହିଥିବା ପୋଲିସ କହିଛି। ସେହିପରି ଉଦିତର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍‌ କରିବା ସହ ଅନ ଟାଲେଣ୍ଟଡ୍‌ ଗାଏ ୟୁଟୁବ ସାଇଟ୍‌ କୁ ବନ୍ଦ କରିବାକୁ ପୋଲିସ୍‌ ୟୁଟ୍ୟୁବକୁ ଚିଠି କରିଛି । ତେବେ ଏହି ଘଟଣାରେ ଅନ୍ୟ ସମସ୍ତ ଅଭିଯୁକ୍ତ ଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ବାଲେଶ୍ୱର ଏସ ପି ଶାଗରିକା ନାଥ ସୂଚନା ଦେଇଛନ୍ତି ।

 

Sonalisa

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

4 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

18 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

31 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

32 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago