୨୦୨୫ରେ ଆସୁଛି ବଲିଉଡର ୬ଟି ବଡ ଫିଲ୍ମ, ଜାଣନ୍ତୁ କଣ…
୨୦୨୪ ମସିହାରେ ସିନେମା ପ୍ରେମୀଙ୍କ ପାଇଁ ଭଲ ସମୟ ରହିଥିଲା । କାରଣ ପୁରୁଣା ବର୍ଷରେ ବକ୍ସ ଅଫିସରେ ବହୁତ ବଡ ବଜେଟର ଫିଲ୍ମ ସହ ଅପଡେଟ ଫିଲ୍ମ ରିଲିଜ ହୋଇଥିଲା । କିନ୍ତୁ ଏହି ନବବର୍ଷ ଆପଣଙ୍କ ପାଇଁ ଖାସ ହେବାକୁ ଯାଉଛି । ଏହି ବର୍ଷରେ ବକ୍ସ ଅଫିସରେ କିଛି ଫିଲ୍ମ ଆସିବାକୁ ଯାଉଛି । ଯେଉଁଥିରେ ରୋମାନ୍ସ , ହରର୍ , କମେଡି, ଏବଂ ଆକ୍ସନ ଥ୍ରୀଲର ଫିଲ୍ମ ସାମିଲ ଦେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଏହି ବର୍ଷରେ କେଉଁ କେଉଁ ଆକ୍ସନ ଫିଲ୍ମ ବକ୍ସ ଅଫିସ ରେ ଆସିବାକୁ ଯାଉଛି । ଯାହା କି ବକ୍ସ ଅଫିସରେ ଧମାଲ ସଷ୍ଟି କରିବ ।
ୟସରାଜ ଫିଲ୍ମ ର ବ୍ୟାନରରେ ଆଲଫା ଏହି ବର୍ଷ ୨୦୨୫ରେ ମୋଷ୍ଟ ଅପଡେଟ ଫିଲ୍ମ ମଧ୍ୟରେ ରହିଛି । ଏହି ଫିଲ୍ମରେ ଆଲିଆ ଭଟ୍ଟ,ସରବରୀ,ବବି ଦେୱଲ ଏବଂ ଅନିଲ କପୁରଙ୍କ ଭଳି କଳାକାରଙ୍କୁ ଦେଖିବାକୁ ମିଳିବ । ଏହା ଏକ ମହିଳା କେନ୍ଦ୍ରିକ ଡ୍ରାମା ଅଟେ । ଯାହା ଦୁଇ ଏଜେଣ୍ଟଙ୍କ କାହାଣୀ ଅଟେ । ଯାହାକି ଏକ ମିଶନରେ ଅଛନ୍ତି । ଫିଲ୍ମରେ ରୋମାଞ୍ଚ କର ଘଟଣା ସହ ସ୍ବିକେନ୍ସ ଦେଖିବାକୁ ମିଳିବ । ଏହି ଚଳଚିତ୍ର ଡିସେମ୍ବର ମାସରେ ସିନେମା ହଲରେ ରିଲିଜ ହେବ ।
ବାଗି ୪ ରେ ଟାଇଗର ସ୍ରଫ ପୁଣିଥରେ ଆକ୍ସନ ମୋଡରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଟାଇଗରରେ କାନ୍ଦିବା ବାଲା ଅନ୍ଦାଜ ପୁଣିଥରେ ଫାନ୍ସଙ୍କୁ ଦେଖିବାକୁ ମିଳିବ । ଏହାକୁ ସାଜିଦ ନାଡିୱାଡବାଲା ଗ୍ରେଡସନ ଏଣ୍ଟରଟେନମେଣ୍ଟ ଏହାକୁ ପ୍ରସ୍ତୁତ କରିଛନ୍ତି । ବାଗୀ ୪ ରେ ଟାଇଗର ସ୍ରଫଙ୍କ ସହ ସଞ୍ଜୟ ଦତ୍ତ ,ସୋନମ ବାଜବା,ଏବଂ ହରନାଜ ସିନ୍ଧୁଙ୍କ ଭଳି କଳାକାର ନଜର ଆସିବେ । ଏହି ଫିଲ୍ମ ଏହି ବର୍ଷ ଡିସେମ୍ବର ୨୦୨୫ ସୁଦ୍ଧା ରିଲିଜ ହେବାକୁ ଯାଉଛି ।
ଗତବର୍ଷ ବିକି କୋଶାଲଙ୍କୁ ବ୍ୟାଡ଼ ନ୍ୟୁଜରେ ଦେଖିବାକୁ ମିଳିଥିଲା । ଯାହାପରେ ସେ ଖୁବ ଶିଘ୍ର ନିଜ ଫ୍ୟାନ୍ସ ମାନଙ୍କ ପାଇଁ ଚାବା ନାମକ ଏକ ଚମତ୍କାର ଆକ୍ସନ ଥିବା ଏକ ପାରିବାରିକ ଡ୍ରାମାନେଇ ଆସୁଛନ୍ତି । ଯାହା ଚଳିତବର୍ଷ ଫେବୃଆରୀ ୨୦୨୫ରେ ସିନେମା ହଲରେ ରିଲିଜ ହେବ । ଏହି ଫିଲ୍ମରେ ବିବେକ କୌଶାଲ ମରାଠା ରାଜା ଛତ୍ରପତି ଶିବାଜୀ ମହାରାଜଙ୍କ ଅଭିନୟରେ ନଜର ଆସିବେ ।
ଏହି ଫିଲ୍ମ ଶିବାଜୀ ସାୱନ୍ତଙ୍କ ମରାଠୀ ଉପନାସ ଉପରେ ଆଧାରିତ ହୋଇଛି । ଯାହାକି ଏହିବର୍ଷ ଫେବୃୟାରୀ ରେ ରିଲିଜ ହେବ । ଫିଲ୍ମରେ ବିବେକ କୌଶାଲ ମରାଠା ରାଜା ଛତ୍ରପତି ଶିବାଜୀ ମହାରାଜଙ୍କର ଅଭିନୟ କରିବେ । ଚାବାରେ ବିକି କୌଶାଲଙ୍କ ସହ ରଶ୍ମିକା ମନ୍ଦାନା ଏବଂ ଅକ୍ଷୟ ମଧ୍ୟ ନଜର ଆସିବେ ।
ଜଲି ଏଲଏଲବି ଏବଂ ଜଲି ଏଲଏଲବି ୨ ର ସିକ୍ବେଲ ,ଜଲି ଏଲଏଲବି ୩ ୨୦୨୫ରେ ରିଲିଜ ଦେବାକୁ ଯାଉଛି । ଫିସ୍ମ ମେକର୍ସ ଏହାକୁ ଖୁବ ପରିଶ୍ରମରେ ତିଆରି କରିଛନ୍ତି । ଏହିଫିଲ୍ମ ଆହୁରି ମଜାଦାର ଦେବାକୁ ଯାଉଛି କାରଣ ଏଥିରେ ଅକ୍ଷୟ କୁମାର ,ଅର୍ଶଦ ୱାର୍ଶି କୋର୍ଟରେ ଦୁହେଁ ଦୁହିଙ୍କ ସହ ନଜର ଆସୁଛନ୍ତି ।
ସଲମାନଖାନଙ୍କ ସିକନ୍ଦର ଖୁବ ସମୟ ଧରି ଚର୍ଚ୍ଚାରେ ରହିଆସିଛି ।ଏହାକୁ ନେଇ ଫ୍ୟାନ୍ସ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ,ସୁନିଲ ସେଟ୍ଟୀ,ନଜର ଆସିବେ । ଏହିବର୍ଷ ଇଦରେ ଏହା ରିଲିଜ ହେବ ।