୬୧ ବର୍ଷ ବୟସରେ ଏହି ହିରୋଙ୍କ ଏହିଭଳି ବଡି ,ଫଟୋ ଦେଖି ଉଡିଯିବ ଆପଣଙ୍କ ହୋସ

କିଏ ଭାତ ଡାଲି ଖାଇ ଏତେ ଫିଟ କେମିତି ରହିପାରିବେ? ବଲିଉଡ ଅଭିନେତା ଜ୍ୟାକି ଶ୍ରଫଙ୍କର ଏହି ଫଟୋ ଦେଖି ଆପଣଙ୍କ ମନରେ ମଧ୍ୟ ଭାବନା ଆସିଥିବ । ୬୧ ବର୍ଷ ବୟଷରେ ତାଙ୍କ ଶରୀର ଏତେ ସୁସ୍ଥ ଶବଳ ଯେ ଏହାକୁ ଦେଖି ଯୁବପିଢ଼ି ମାନଙ୍କର ଅକଲଗୁଡୁମ ହେଇଯିବ। ପୁତ୍ର ଟାଇଗର ଶ୍ରଫ ଇନଷ୍ଟାଗ୍ରାମରେ ଜ୍ୟାକି ଶ୍ରଫଙ୍କର ଏକ ଶାର୍ଟଲେସ ଫଟୋ ସେୟାର କରିଛନ୍ତି । ଫଟୋଟି ଜିମ ଦିୱାନା ମାନଙ୍କୁ ବେଶ ପ୍ରଭାବିତ କରିଛି ।
ପିତା ଜ୍ୟାକି ଶ୍ରଫଙ୍କ ଫଟୋକୁ ଶେୟାର କରି ଟାଇଗର ଶ୍ରଫ ଲେଖିଛନ୍ତି,ଆଶା କରେ ଯେ ଯେତେବେଳେ ମୋ ବୟଶ ୬୦ ବର୍ଷରୁ ଅଧିକ ହୋଇଯିବ,ସେତେବେଳେ ମୁଁ ମଧ୍ୟ ମୋ ହିରୋ (ପାପା) ଭଳି ଦେଖା ଯିବି । ଟାଇଗର ଶ୍ରଫ ଲେଖିଛନ୍ତି, ’ଡାଲି ଭାତ ଡାଇଟ’ ’ଅସଲି ବାଗୀ’ । ବର୍ତ୍ତମାନ ଏମିତି ଅଭିନେତା ମାନଙ୍କର ତାଲିକା ଅଛି ଯେଉଁମାନେ ଆକ୍ଟିଙ୍ଗ ସହିତ ଫିଟନେସ ପାଇଁ ମଧ୍ୟ ଜଣାଶୁଣା । ସେହି ତାଲିକାରେ ସଞ୍ଜୟ ଦତ୍ତ,ସନୀ ଦେଓଲ ଏବଂ ଜ୍ୟାକି ଶ୍ରଫ ନିଜ ଫିଜିକକୁ ନେଇ ଚର୍ଚ୍ଚା ରହି ଆସୁଥିଲେ ।
ଜ୍ୟାକି ଶ୍ରଫଙ୍କ ଫିଲ୍ମ ’ଫେମସ’ ରିଲିଜ ହୋଇଛି । ଫିଲ୍ମରେ ଜିମୀ ଶେରଗିଲ,କେକେ ମେନନ ଏବଂ ପଙ୍କଜ ତ୍ରିପାଠୀ ମଧ୍ୟ ନଜର ଆସିଥିଲେ । ଏହାଛଡା ତାଙ୍କ ପାଖରେ ଫିଲ୍ମ ’ପ୍ରସ୍ଥାନମ’ ମଧ୍ୟ ଅଛି । ଏହି ଫିଲ୍ମ ୨୦୧୦ ମସିହାରେ ଆସିଥିବା ’ପ୍ରସ୍ଥାନମ’ର ହିନ୍ଦୀ ରୀମେକ । ଫିଲ୍ମରେ ସଞ୍ଜୟ ଦତ୍ତ,ମନୀଷା କୋଇରାଲା,ଚଙ୍କୀ ପାଣ୍ଡେ ଏବଂ ଅଲୀ ଫଜଲ ମଧ୍ୟ ମୁଖ୍ୟ ରୋଲରେ ନଜର ଆସିବେ ।