କେନ୍ୟୁଜ୍(ବ୍ୟୁରୋ): ଘୋଷଣା ହୋଇଛି ୬୮ତମ ଫିଲ୍ମଫେୟାର ଆଓ୍ଵାର୍ଡ଼ । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଫିଲ୍ମକୁ ମିଳିଛି ଶ୍ରେଷ୍ଠ ଚଳଚିତ୍ର ପୁରସ୍କାର । ଏହାସହ ଏହି ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ବାଜି ମାରି ନେଇଛନ୍ତି । ଗଙ୍ଗୁବାଇ କାଠିଆଓ୍ଵାଡ଼ି ଆଉ ଗୋଟିଏ ପୁରସ୍କାର ମଧ୍ୟ ଜିତିଛି । ଏହି ଫିଲ୍ମରେ ନିର୍ଦ୍ଦେଶନା ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଜିତିଛନ୍ତି ସଞ୍ଜୟ ଲୀଲା ଭନସାଲୀ । ରାଜକୁମାର ରାଓଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତା ପୁରସ୍କାର । ବଧାଇ ଦୋ ଫିଲ୍ମରେ ଚମତ୍କାର ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି । ସେହିଭଳି ତାଙ୍କ ଅଭିନୀତ ଏହି ଫିଲ୍ମକୁ ମିଳିଛି ଶ୍ରେଷ୍ଠ କ୍ରିଟିକ୍ ପୁରସ୍କାର । ଏହାସହିତ ସଞ୍ଜୟ ମିଶ୍ର ‘ବଧ’, ଭୂମି ପେଡନେକର ‘ବଧାଇ ଦୋ’ ଓ ତବୁ ‘ଭୁଲଭୁଲେୟା-୨’ ପାଇଁ ବେଷ୍ଟ କ୍ରିଟିକ୍ ଆଓ୍ଵାର୍ଡ଼ ପାଇଛନ୍ତି ।
ବିଗତ ଦିନର ମହାନ୍ ଖଳନାୟକ ତଥା ଚରିତ୍ର ଅଭିନେତା ପ୍ରେମ୍ ଚୋପ୍ରାଙ୍କୁ ପ୍ରଦାନ କରାଯାଇଛି ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆଓ୍ଵାର୍ଡ଼ । ବ୍ରହ୍ମାସ୍ତ୍ର ଫିଲ୍ମ ପାଇଁ ପ୍ରୀତମଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ, ସେହି ଫିଲ୍ମର କେଶରିୟା ଗୀତ ପାଇଁ ଅରିଜିତ ସିଂହଙ୍କୁ ଶ୍ରେଷ୍ଠ ପୁରୁଷ ଗାୟକ, ଯୁଗ ଯୁଗ ଜିୟୋର ରଙ୍ଗିସାରି ଗୀତ ପାଇଁ କବିତା ସେଠଙ୍କୁ ଶ୍ରେଷ୍ଠ ମହିଳା ଗାୟକ ଭାବେ ପୁରସ୍କୃତ କରାଯାଇଛି । ଏହି ଉତ୍ସବକୁ ହୋଷ୍ଟ କରିଥିଲେ ସୁପରଷ୍ଟାର ସଲମାନ ଖାନ୍ ଓ ମନୀସ ପଲ୍ ।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…