ଷଷ୍ଠ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ : କଳିଙ୍ଗ ଟିଭିର ପାଇକ ବିଦ୍ରୋହକୁ ବେଷ୍ଟ ଜୁରୀ ଆଓ୍ଵାର୍ଡ

ଭୁବନେଶ୍ୱର ଉତ୍କଳ ମଣ୍ଡପରେ ରଙ୍ଗାରଙ୍ଗ ପରିବେଶରେ ଅନୁଷ୍ଠିତ ହୋଇଛି ଷଷ୍ଠ ରାଜ୍ୟ ଓଡ଼ିଆ ଟେଲି ପୁରସ୍କାର ବିତରଣ ଉତ୍ସବ। ୧୯ଟି ବର୍ଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି । କଳିଙ୍ଗ ଟିଭିରେ ପ୍ରସାରିତ ପାଇକ ବିଦ୍ରୋହ କାଯ୍ୟର୍କ୍ରମ ପାଇଁ ସମ୍ବିତ୍ ପଟ୍ଟନାୟକଙ୍କୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଛି ।

ଟେଲି ଜୁରୀ ସଦସ୍ୟ ସମ୍ମାନରେ ସମ୍ମାନିତ ହୋଇଛନ୍ତି ତ୍ରିପୁରା ମିଶ୍ର, ମନୋଜ ପଟ୍ଟନାୟକ, ଘନଶ୍ୟାମ ମହାପାତ୍ର, ଆଦିକନ୍ଦ ରାଉତ, ପ୍ରଶାନ୍ତ ପାଢୀ। ସେହିପରି କଳିଙ୍ଗ ଟିଭିରେ ପ୍ରସାରିତ କ୍ୟାପିଟାଲ୍ ଖଟି ପାଇଁ ସତୀଶ ମିଶ୍ରଙ୍କୁ ଶ୍ରେଷ୍ଠ ସଂଳାପ ଲେଖକ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ଅତିଥି ଭାବେ ଯୋଗ ଦେଇଥିଲେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ। ପୁରସ୍କାର ଉତ୍ସବ ପରେ ପରେ ସାଂସ୍କୃତିକ କାଯ୍ୟର୍କ୍ରମ ପରିବେଷିତ ହୋଇଥିଲା।