୭୬ ତମ ଗଣତନ୍ତ୍ର ଦିବସରେ ରିଲିଜ ହେଲା ସ୍ୱତନ୍ତ୍ର ଗୀତ, ସମ୍ବିଧାନର ମୂଳ ଇତିହାସ ସହିତ ଜଡିତ ହୋଇ ରହିଛି ଏହାର ଲିରିକ୍ସ

ଫିଲ୍ମ ଦୁନିଆରେ ଦେଶଭକ୍ତି ପାଇଁ ଶହ ଶହ ଗୀତ ରଚନା ହୋଇଛି । ସେଥିମଧ୍ୟରୁ ବହୁତ ଗୀତ ଖୁବ ଲୋକପ୍ରିୟ ହୋଇଛି । କିନ୍ତୁ ସମ୍ବିଧାନକର ୭୫ ବର୍ଷ ପୂରଣ ହେଲାପରେ ମଧ୍ୟ ସମ୍ବିଧାନକୁ ନେଇ କୌଣସି ଗୀତ ତିଆରି କରାଯାଇ ନାହିଁ । ଯଦି କିଛି ଗୀତ କରାଯାଇଛି ତାହେଲେ ଏହା ଲୋକପ୍ରିୟ ହୋଇପାରିନାହିଁ । ଏହାରି ଭିତରେ ଆଜିର ଏହି ଗଣତନ୍ତ୍ର ଦିବସରେ ଏକ ସୁନ୍ଦର ଗୀତ ରିଲିଜ୍ ହୋଇଛି ।

ଗଣତନ୍ତ୍ର ଦିବସରେ ଆମେ ସମସ୍ତେ ଦେଶ ସ୍ବାଧୀନତା ସମୟର ଗୀତ ଓ ଭାବରେ ଜଡିତ ଦେଶମାତୃକାର ଗୀତ ଗୁଡିକ ଶୁଣିଥାଉ । ସଙ୍ଗୀତକାର ଅନୁ ମଲ୍ଲିକ ଦେଶର ୭୬ ଗଣତନ୍ତ୍ର ଦିବସରେ ସମ୍ବିଧାନକୁ ନେଇ ଏକ ଗୀତ ତିଆରି କରିଛନ୍ତି । ଏହି ଗୀତକୁ ଅତି ସୁନ୍ଦର ଭାବରେ ଲେଖିଛନ୍ତି ଲେଖକ ଓ ଗୀତିକାର ତଥା ସାମ୍ବାଦିକ ବିଷ୍ଣୁ ଶର୍ମା । ଗୀତଟି ହେଉଛି ହବନ କରେଙ୍ଗେ ହବନ କରେଙ୍ଗେ । ଫିଲ୍ମ ଗାୟକ ଦିବ୍ୟ କୁମାର ଏହି ଗୀତଟିକୁ ଗାଇଛନ୍ତି ।

ଏହି ଗୀତଟିକୁ ଜି ମ୍ୟୁଜିକ ରିଲିଜ୍ କରିଛନ୍ତି । ଗୀତଟି ହେଉଛି ୟେ ସମ୍ବିଧାନ ହେ…ବାବା ସାହେବ୍ କା ବରଦାନ ହେ..ଏହି ଗୀତଟି ବହୁତ ଲମ୍ବା ହୋଇଛି । ଏଥିରେ ସମ୍ବିଧାନର ମୂଳ ତତ୍ତ୍ୱ ଶକ୍ତି ସହିତ ଏହାକୁ ଶୁଦ୍ଧ ଓ ସରଳ ଭାବରେ ଉପସ୍ଥାପନ କରାଯାଇଛି । ଏହା ସହ ସମ୍ବିଧାନ ନିର୍ମାଣରେ ଥିବା ପ୍ରମୁଖ ବ୍ୟକ୍ତି ମାନଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି । ଗୀତଟିରେ ସମ୍ବିଧାନର ତତ୍ତ୍ୱ ଗୁଡିକ ଭାରତୀୟ ଇତିହାସରେ ସ୍ଥାନ ପାଇଛି । ସମ୍ବିଧାନ ଉପରେ ଗୀତ ତିଆରି କରିବାର ଉପାୟ ମୁମ୍ବାଇର ଶର୍ମିଲା ଘୁଗେଙ୍କ ର ରହିଥିଲା ।

ଅନୁ ମଲ୍ଲିକ ଶ୍ରୀରାମ ବିରାଜେଙ୍ଗି ଜନ୍ମଭୂମିରେ ଗୀତବିଷ୍ଣୁ ଶର୍ମାଙ୍କ ଦ୍ବାରା ଲେଖାଯାଇଥିଲା । ସେଥିପାଇଁ ଏହି ଗୀତଟିକୁ ଲେଖିବା ପାଇଁ ଦାୟିତ୍ବ ଦିଆଯାଇଥିଲା । ବିଷ୍ଣୁ ଶର୍ମା ଓ ଅନୁ ମଲ୍ଲିକ ଏବଂ ଦିବ୍ୟ କୁମାରଙ୍କ ଯୋଡି ଗତବର୍ଷ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଦିନରେ ଶ୍ରୀରାମ ବିରାଜେଙ୍ଗେ ଜନ୍ମଭୂମି ମେ ରିଲିଜ ହୋଇଥିଲା । ସେହି ଗୀତକୁ ମଧ୍ୟ ଜି ମୁଜିକ ରିଲିଜ୍ କରିଥିଲେ ।

ବିଷ୍ଣୁ ଶର୍ମା ଏହା ପୂର୍ବରୁ କଂଗ୍ରେସ ପ୍ରେସିଡେଣ୍ଟ ଫାଇଲ ଏବଂ ଇନ୍ଦିରା ଫାଇଲ୍ସ ଭଳି କିଛି ବହି ଏବଂ ଆନିମେସନ ଫିଲ୍ମ ୪ର୍ଥ ଇଡିଅଟ୍ ର ଡାଇଲଗେ ଓ ଗୀତ ଲେଖିସାରିଛନ୍ତି । ଫିଲ୍ମର ସମୀକ୍ଷକ ହେବା ଦ୍ବାରା ଇଣ୍ଟରନାସନାଲ ଫିଲ୍ମ ପେଷ୍ଟିଭାଲ ଆଫ୍ ଇଣ୍ଡିଆ ଖଣ୍ଡପୀଠରେ ମଧ୍ୟ ରହିଛନ୍ତି ।

Also read:ବାଲିଯାତ୍ରାରେ ବଲିଉଡ ତାରକା, ସିଙ୍ଗର ସଚିନ ଜିଗର ଓ ଅନୁ ମଲ୍ଲିକଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ

You might also like