ମନୋରଂଜନ

କଙ୍ଗନାଙ୍କ ବିରୋଧରେ ଦାୟର ହେଲା ମାନହାନି ମାମଲା, ୮୦ ବର୍ଷୀୟା ମହିଳା ଆଣିଲେ ଅଭିଯୋଗ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ ପଞ୍ଜାବର ଭାଟିଣ୍ଡା କୋର୍ଟରେ ମାନହାନି ମକଦ୍ଧମା ଦର୍ଜ ହୋଇଛି । ରାଜ୍ୟର ଜଣେ ବୟସ୍କା ମହିଳା କୃଷକ କଙ୍ଗନାଙ୍କ ବିରୋଧରେ ମାମଲା ଦାୟର କରିଥିବା ନେଇ ଜଣାଯାଇଛି । ଯାହାର ଶୁଣାଣି ଆସନ୍ତା ଜାନୁଆରୀ ୧୧ ତାରିଖରେ ହେବ।କହିରଖିବା ଉଚିତ ହେବକି, ଆଜକୁ ପ୍ରାୟ ଦେଢ଼ ମାସ ପୂର୍ବରୁ ଭାକିୟୁ ଉଗରାହା ବ୍ୟାନର ଧରି ଏକ କୃଷକ ସଂଘ ଭାଟିଣ୍ଡାର ଏହି ବୟସ୍କା ମହିଳା ମହିନ୍ଦ୍ରପାଲ କୌରଙ୍କ ତତ୍ତ୍ୱାବଧାନରେ ରାଲି କରି ଯାଉଥିଲେ। ଯାହାର ଫଟୋକୁ କଙ୍ଗନା ଟ୍ୱିଟରରେ ପୋଷ୍ଟ କରିଥିଲେ । ଆଉ ଏହାର କ୍ୟାପ୍ସନରେ ଲେଖିଥିଲେ ଏଧରଣର ମହିଳା ମାନେ ମାତ୍ର ୧୦୦ ଟଙ୍କା ପାଇଁ ଧାରଣାରେ ସାମିଲ ହୁଅନ୍ତି ।

କଙ୍ଗନାଙ୍କ ଏହି ଟ୍ୱିଟକୁ ନେଇ କୃଷକଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ବିବାଦ ତୀବ୍ର ରୂପ ନେବାରୁ କଙ୍ଗନା ଟ୍ୱିଟ ଟିକୁ ନିଜ ଆକାଉଣ୍ଟରୁ ଡିଲିଟ କରିଦେଇଥିଲେ । ଏହି ଘଟଣାକୁ ନେଇ ମହିନ୍ଦର କୌର ଗଣମାଧ୍ୟମ ସାମ୍ନାରେ ନିଜ ପ୍ରତିକ୍ରିୟା ମଧ୍ୟ ରଖିଥିଲେ । ଆଉ କହିଥିଲେକି ସେ ଯଦି ଚାହିଁବେ ତାହେଲେ କଙ୍ଗନାଙ୍କୁ ନିଜ କ୍ଷେତରେ ଚାକରାଣୀ କରି ରଖିପାରିବେ । କଙ୍ଗନାଙ୍କ ପରି ୭ ଜଣ ମହିଳାଙ୍କୁ ସେ ମଜଦୁର ଭାବରେ ନିଯୁକ୍ତି ଦେଇଛନ୍ତି ।

ସୂଚନା ଦେଉଛୁକି, ଏହା ପରେ ମହିନ୍ଦର କୌରଙ୍କୁ ଟିକରି ସୀମାରେ “ଭାରତୀୟ କିଷାନ ୟୁନିୟନ ଏକତା ଉଗରହାଁ” ପକ୍ଷରୁ ସମ୍ମାନିତ ମଧ୍ୟ କରାଯାଇଥିଲା । ଶ୍ରୀମତୀ କୌରଙ୍କ ଓକିଲ ରାଘବୀର ବହନୀବଲ ଅଭିନେତ୍ରୀଙ୍କ ବିରୋଧରେ ସ୍ଥାନୀୟ ଅଦାଲତରେ ଅଭିଯୋଗ ଦାୟର କରିଛନ୍ତି । ଭାରତୀୟ ଆଇନ ଧାରା ୫୦୦ ଓ ୪୯୯ ଅନୁଯାୟୀ କେସ ଦାୟର ହୋଇଛି । କଙ୍ଗନାଙ୍କ ବିରୋଧରେ କେସ ଦାୟର କରିଥିବା ଏହି ମହିଳା ହେଉଛନ୍ତି ଭାଟିନଡ଼ା ଜିଲ୍ଲା ବାହାଦୂରଗଡ଼ ଗାଁର ମୂଳ ବାସିନ୍ଦା । ସେ ଜମିରେ ଚାଷ କରିବା ସହିତ ପଶୁପାଳନ ବି କରନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago